ନୂଆଦିଲ୍ଲୀ, ୨୯। ୦୭ : ଭାରତୀୟ ଦଳର ସହକାରୀ କୋଚ ଦାୟିତ୍ୱରୁ ରିୟାନ ଟେନ୍ ଡୋସେଟ୍ ଇସ୍ତଫା ଦେଇଛନ୍ତି। ସେ ଖୁବ୍ ଶୀଘ୍ର କୋଲକାତା ନାଇଟ ରାଇଡର୍ସ ଦଳର କୋଚିଂ ଦାୟିତ୍ୱକୁ ପ୍ରତ୍ୟାବର୍ତ୍ତନ କରୁଥିବା ନିଶ୍ଚିତ ହୋଇଛି। ଗତ ଇଂଲଣ୍ଡ ଗସ୍ତ ସମୟରେ ଡୋସେଟ୍ ବିସିସିଆଇକୁ ଇସ୍ତଫା ନିଷ୍ପଭି ଜଣାଇଥିଲେ।

ଗୌତମ ଗମ୍ଭୀର ଭାରତୀୟ ଦଳର କୋଚ ଦାୟିତ୍ଵ ଗ୍ରହଣ କରିବା ପରେ ଡୋସେଟଙ୍କୁ ସହକାରୀ କୋଚ ଭାବେ ନିଯୁକ୍ତି ଦେଇଥିଲେ। ନାଇଟ୍ ରାଇଡର୍ସ ସହ ଡୋସେଟ୍ ବହୁ ପୂର୍ବରୁ ଜଡ଼ିତ। ନାଇଟ ରାଇଡର୍ସ ଦଳର ଖେଳାଳି ଭାବେ ସେ ୨୦୧୨ ଓ ୨୦୧୪ ଆଇପିଏଲ୍ ଚାମ୍ପିଅନ୍ ହୋଇଥିଲେ। ୨୦୨୨ରେ ସେ ଉକ୍ତ ଫ୍ରାଞ୍ଚାଇଜର ଫିଲ୍ଡିଂ କୋଚ ନିଯୁକ୍ତ ହୋଇଥିଲେ ।

Also Read :- ଭଦ୍ରକ ଜିଲ୍ଲାରେ ବନ୍ୟା ସ୍ଥିତି ସଙ୍ଗୀନ, ଆଖୁଆପଦାରେ ବିପଦ ସଙ୍କେତ ଉପରେ ଜଳ ପ୍ରବାହିତ

୨୦୨୪ ମସିହାରେ ସେ ଭାରତୀୟ ଦଳର ସହକାରୀ କୋଚ୍ ଭାବେ ନିଯୁକ୍ତି ପାଇଥିଲେ । ତାଙ୍କର କାର୍ଯ୍ୟକାଳ ୨୦୨୬ ଜୁଲାଇରେ ଶେଷ ହୋଇଛି । ୨୦୨୪ ଟି୨୦ ବିଶ୍ୱକପରେ ଭାରତ ଚାମ୍ପିଅନ୍ ହେଲା ପରେ ତାଙ୍କୁ ନିଯୁକ୍ତି ମିଳିଥିଲା । ସେ ଦଳର ବ୍ୟାଟିଂ ସମେତ ଫିଲ୍ଡିଂ ଉପରେ ଧ୍ୟାନ ଦେଉଥିଲେ ।

ତାଙ୍କ କାର୍ଯ୍ୟକାଳରେ ଭାରତ ଅନେକ ସଫଳତା ପାଇଛି । ଏସିଆ କପ୍ କପ୍ ସହ ଦଳ ୨୦୨୬ ଟି୨୦ ବିଶ୍ୱକପରେ ମଧ୍ୟ ଚାମ୍ପିଅନ୍ ହୋଇଛି । କିନ୍ତୁ ଟେଷ୍ଟ୍ ଫର୍ମାଟରେ ଦଳ ଅଧିକ ଦୁର୍ବଳ ହୋଇ ପଡିଛି । ବର୍ଡର ଗାଭାସ୍କର ଟ୍ରଫି ସହ ଘରୋଇ ମାଟିରେ ଟିମ୍ ନ୍ୟୁଜିଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକାଠୁ ପରାସ୍ତ ହୋଇଛି । ଅନ୍ୟ ଦିଗରେ ଗତ କିଛି ଦିନ ତଳେ ଟି୨୦ ଫର୍ମାଟରେ ଟିମ୍ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷରେ ମାତ୍ ଖାଇଥିଲା ।