ନୂଆଦିଲ୍ଲୀ: ପ୍ରାୟ ଏକ ଶତାବ୍ବୀ ପୂର୍ବରୁ ଇଂରେଜମାନେ ଦୁନିଆର ୫୫ରୁ ୬୦ ଦେଶରେ ଶାସନ କରୁଥିଲେ। ସମୟ ବଦଳିବା ସହ ସ୍ଥିତିରେ ପରିବର୍ତ୍ତନ ଆସିଲା। ସବୁ ଦେଶରେ ସ୍ଵାଧୀନତା ସଂଗ୍ରାମ ଆରମ୍ଭ ହେଲା ଏବଂ ଇଂରେଜଙ୍କୁ ଗୋଟିଏ ପରେ ଗୋଟିଏ ଦେଶ ଛାଡ଼ିବାକୁ ପଡ଼ିଲା। ଏବେ ଦୁନିଆର ସମସ୍ତ ଦେଶ ସ୍ଵାଧୀନ। ଏହି ବିଷୟ ଉଠାଇବାର ତାତ୍ପର୍ଯ୍ୟ ଏହା ଯେ ରାଜ୍ୟଗୋଷ୍ଠୀ ସମ୍ମିଳନୀରେ ସାମିଲ୍ ହେବା ପୂର୍ବରୁ ବ୍ରିଟେନର ପ୍ରଧାନମନ୍ତ୍ରୀ ଆଣ୍ଡି ବର୍ନହାମ ବଡ଼ ବୟାନ ଦେଇଛନ୍ତି। ତାଙ୍କର ଏହି ବୟାନ ସଂପ୍ରତି ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି।

ବ୍ରିଟେନ ପ୍ରଧାନମନ୍ତ୍ରୀ କହିଛନ୍ତି, ଟ୍ରାନ୍ସ ଆଟଲାଣ୍ଟିକ ସ୍ଵେଲ ଟ୍ରେଡ ଅର୍ଥାତ ଗୁଲାମଙ୍କ କାରବାରକୁ ନେଇ ସେ ଖୋଲା ମନରେ କ୍ଷମା ମାଗିବାକୁ ପ୍ରସ୍ତୁତ। କିନ୍ତୁ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏଥିପାଇଁ ସେ କୌଣସି ପ୍ରକାରର କ୍ଷତିପୂରଣ ଦେବାକୁ ପ୍ରସ୍ତୁତ ନୁହନ୍ତି। ‘ଦ ଗାର୍ଡିୟନ’ରେ ପ୍ରକାଶିତ ଏକ ଲେଖା ମାଧ୍ୟମରେ ୟୁକେର ପ୍ରଧାନମନ୍ତ୍ରୀ ଏହା କଥା କହିଛନ୍ତି।

Also Read: ଆଉ ୧୦ ମିନିଟ୍, ଧ୍ୱଂସ ହୋଇଯିବ ଇରାନ ! ଟ୍ରମ୍ପ୍ ବୟାନ ବଢାଇଲା ବଡ଼ ଯୁଦ୍ଧ ଆଶଙ୍କା

ଆଣ୍ଡି ବର୍ନହମ କହିଛନ୍ତି, ସେ ଲୋକଙ୍କ ଯନ୍ତ୍ରଣାକୁ ବେଶ ହୃଦୟଙ୍ଗମ କରି ପାରୁଛନ୍ତି। ଏହାକୁ ନେଇ ସେ ଦୁଃଖିତ। ସାଧାରଣ ଜନତାଙ୍କ ପ୍ରତି ଯେଉଁ କ୍ରୁରତା କରାଯାଇଛି  ଏହାର ଛାପ ଏବେ  ବି ମନରୁ ଲିଭି ନାହିଁ। କ୍ଷତିପୂରଣ ଦେଲେ ବି ଏହାର କୌଣସି ସମାଧାନ ନାହିଁ। ଏହା ଏକ ଅତ୍ୟାଚାର ବଦଳରେ ଅନ୍ୟ ଏକ ବୋଲି ଅତ୍ୟାଚାର କୁହାଯିବ। କାରଣ ବ୍ରିଟେନର ବର୍ତ୍ତମାନର ଲୋକଙ୍କୁ ଉକ୍ତ ଘଟଣା ପାଇଁ ଦାୟୀ କରାଯାଇ ପାରିବ ନାହିଁ।

ସଂପ୍ରତି ବ୍ରିଟେନର କିଙ୍ଗ୍ସ ଚାର୍ଲ୍ସ କାରବିୟାନ ଦେଶ ଗସ୍ତରେ ବାହାରିଛନ୍ତି। ଚାର୍ଲ୍ସ ବାହାମସରେ ମଧ୍ୟ ଗୁଲାମୀର ଉଲ୍ଲେଖ କରିଥିଲେ। ବ୍ରିଟେନ ଶାସନକାଳରେ ଅତ୍ୟାଚାରର ଶିକାର ହୋଇ ପ୍ରାଣ ହରାଇଥିବା ଲୋକଙ୍କୁ ସେ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ହେଲେ ଏ  ପର୍ଯ୍ୟନ୍ତ ବ୍ରିଟେନ ପକ୍ଷରୁ ବର୍ବର ଶାସନ ପାଇଁ କ୍ଷମା ମଗାଯାଇ ନାହିଁ। କିନ୍ତୁ ଏହି ପ୍ରସଙ୍ଗର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଏବେ ବ୍ରିଟେନ କ୍ଷମା ମାଗିବାକୁ ଉଚିତ୍ ମନେ କରିଛି। ବ୍ରିଟେନର କହିବା କଥା ଏହାକୁ ଅଗ୍ରାହ୍ୟ କରାଯାଇ ପାରିବ ନାହିଁ ଯେ, ଗୁଲାମର କାରବାରରୁ ତାଙ୍କ ଦେଶ ଅର୍ଥ ଉପାର୍ଜନ କରିଛି। କିନ୍ତୁ ଏହାକୁ ସମାପ୍ତ କରିବାରେ ମଧ୍ୟ ବ୍ରିଟେନ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ୧୮୩୩ରେ ବ୍ରିଟେନର ସଂସଦ ଗୁଲାମୀକୁ ବେଆଇନ ଘୋଷିତ କରିଥିଲା।

Also Read: ଯୁଦ୍ଧରେ ହାରିଯିବ ଋଷିଆ ! ୟୁକ୍ରେନକୁ ଆମେରିକା ଦେବ ୫୦୦ ପାଟ୍ରିଅଟ୍ ମିସାଇଲ୍

ଶୀଘ୍ର ଭାରତ ଆସି ପାରନ୍ତି ବର୍ନହମ

ବ୍ରିଟିଶ ପ୍ରଧାନମନ୍ତ୍ରୀ ଆଣ୍ଡି ବର୍ନହମ ଭାରତ ଗସ୍ତରେ ଆସିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ତେଣୁ ତାଙ୍କର ଶୀଘ୍ର ଭାରତ ଗସ୍ତ କରିବାର ସମ୍ଭାବନା ରହିଛି। ଗୁରୁବାର ଜଣେ ଶୀର୍ଷସ୍ତରୀୟ କୂଟନୈତିଜ୍ଞ  ଦୁଇ ଦେଶ ମଧ୍ୟରେ ବଢୁଥିବା ଭାଗିଦାରୀର ଉଲ୍ଲେଖ କରି ଏହି ସୂଚନା ଦେଇଛନ୍ତି।