ନୂଆଦିଲ୍ଲୀ, ୧/୧୧ : ଥରିଲା ଇରାନ । ଭୂମିକମ୍ପରେ ଥରିଛି ଇରାନର ଦକ୍ଷିଣ ପ୍ରାନ୍ତ । ଯୁଦ୍ଧ ମଧ୍ୟରେ ଝଟକା ଦେଶରେ ନୂଆ ବିପଦ ଆଣିଦେଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୦ ବୋଲି ଜଣା ପଡିଛି ।

ରିପୋର୍ଟ ଅନୁସାରେ, ରବିବାର ଇରାନର ଦକ୍ଷିଣ ପ୍ରାନ୍ତରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ବୁସେହର ସହରରୁ ୧୧୫ କିଲୋମିଟର ଦୂରରେ ଏହାର କେନ୍ଦ୍ରସ୍ଥଳୀ ଥିବା ପାଣିପାଗ ବିଭାଗ କହିଛି । ତେବେ ଏଥିରେ କଣ କ୍ଷୟକ୍ଷତି ହୋଇଛି ତାହା ଜାଣା ପଡିନାହିଁ ।

Also Read :- ‘KING’ର ଦମ୍‌ଦାର ଡିଲ୍, ରିଲିଜ୍ ପୂର୍ବରୁ ୧୭୫ କୋଟି ଆୟ, ପଛରେ 'ପଠାନ୍-ଜୱାନ୍‌'

କୁହାଯାଉଛି ଯେ, ଅତି ସକାଳୁ ଭୂମିକମ୍ପର ଝଟକା ଲାଗିଥିଲା । ଫଳରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ଆସି ଯାଇଥିଲେ । କିଛି ସ୍ଥାନରେ ଘର କାନ୍ଥରେ ଫାଟ ସୃଷ୍ଟି ହୋଇଛି । କିନ୍ତୁ ମୃତାହତ ନେଇ ଏବେସୁଦ୍ଧା କିଛି ସ୍ପଷ୍ଟ କରାଯାଇ ନାହିଁ । ଆହୁରି ମଧ୍ୟ ଭୂମିକମ୍ପର କେନ୍ଦ୍ରସ୍ଥଳୀ ନିକଟରେ ଏକ ଆଣବିକ ପ୍ଲାଣ୍ଟ୍ ଥିବା କିଛି ଗଣମାଧ୍ୟମ ଦାବି କରୁଛନ୍ତି ।