ନୂଆଦିଲ୍ଲୀ: ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ବଡ଼ ଅପଡେଟ । ଇଣ୍ଡିଆନ ବ୍ୟାଙ୍କ ଆସୋସିଏସନ ମେ, ଜୁନ ଏବଂ ଜୁଲାଇ ୨୦୨୬ ପାଇଁ ଡିୟରନେସ ଆଲାଉନ୍ସ (DA)ରେ ବୃଦ୍ଧି ଘୋଷଣା କରିଛି। ଏହି ନିଷ୍ପତ୍ତିରେ ଦେଶର ଲକ୍ଷ ଲକ୍ଷ ବ୍ୟାଙ୍କ କର୍ମଚାରୀଙ୍କ ଦରମାରେ ସାମାନ୍ୟ ହେଲେବି ଆଶ୍ବସ୍ତି ଦେଲା ଭଳି ବୃଦ୍ଧି ହେବ। ଯେଉଁ କର୍ମଚାରୀଙ୍କ ବେସିକ୍ ସାଲାରୀ (ଦରମା) ୪୮ ହଜାରରୁ ୧,୧୭,୦୦୦ ମଧ୍ୟରେ ରହିଛି। ସେମାନଙ୍କୁ ପ୍ରତି ମାସରେ ପ୍ରାୟ ୪୩୫ ଟଙ୍କାରୁ ୧,୦୫୦ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ରାଶି ମିଳିବ।

ଏହି ବୃଦ୍ଧି ଦରବୃଦ୍ଧିର ପ୍ରଭାବକୁ କମ୍ କରିବା ପାଇଁ କରାଯାଇଛି। କାରଣ ଡିଏର ମୁଖ୍ୟ ଉଦ୍ଦେଶ୍ୟ କର୍ମଚାରୀଙ୍କ ପର୍ଚେଜିଂଙ୍କ ପାଓ୍ବାର ଅର୍ଥାତ୍ କିଣାକିଣି କରିବା କ୍ଷମତାକୁ ବଜାୟ ରଖିବା ରହିଥାଏ। ଏହି ନିଷ୍ପତ୍ତି ଇଣ୍ଡଷ୍ଟ୍ରିଆଲ ଓ୍ବାର୍କର୍ସଙ୍କ ପାଇଁ ଅଖିଳ ଭାରତୀୟ ହାରାହାରି ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (AIACPI- IW)ର ୨୦୨୬ ମାର୍ଚ୍ଚରେ ସମାପ୍ତ ତ୍ରୈମାସିକ ତଥ୍ୟ ଉପରେ ଆଧାରିତ। ଯାହା ଇଣ୍ଡଷ୍ଟ୍ରିଆଲ ଓ୍ବର୍କର୍ସଙ୍କ ଖର୍ଚ୍ଚ ଏବଂ ଦରବୃଦ୍ଧି ଟ୍ରେଣ୍ଡକୁ ଦର୍ଶାଉଛି।

Also Read: ବୀମା କ୍ଷେତ୍ରରେ ସରକାରଙ୍କ ବଡ଼ ବାଜି, ୧୦୦% ବିଦେଶୀ ନିବେଶକୁ ସବୁଜ ସଂକେତ, LIC ଲାଗି ନୂଆ ନିୟମ​​​​​​​

ଏହା ପୂର୍ବରୁ କେନ୍ଦ୍ର ସରକାର ମଧ୍ୟ କର୍ମଚାରୀ ଏବଂ ବେତନଭୋଗୀଙ୍କ ପାଇଁ ଡିଏକୁ ୫୮%ରୁ ବଢ଼ାଇ ୬୦% କରିଥିଲେ। ଏହାଦ୍ବାରା ସରକାରୀ ଏବଂ ବ୍ୟାଙ୍କିଂ ସେକ୍ଟର ଉଭୟରେ ବେତନକୁ ନେଇ ସକାରାତ୍ମକ ମାହୋଲ ରହିଚି। ଅବଶ୍ୟ ବ୍ୟାଙ୍କ କର୍ମଚାରୀଙ୍କ ଏହି ବୃଦ୍ଧି ଅପେକ୍ଷାକୃତ କମ୍। କିନ୍ତୁ ଲଗାତାର ବଢ଼ୁଥିବା ଦରବୃଦ୍ଧି ମଧ୍ୟରେ ଏହା ଏକ ଜରୁରୀ ଆଶ୍ବସ୍ତି ଭାବରେ ଦେଖାଯାଉଛି। ସେହିଭଳି ବ୍ୟାଙ୍କ ୟୁନିୟନ ଏବଂ ସରକାରଙ୍କ ମଧ୍ୟରେ ବେତନ ବୁଝାମଣା ଉପରେ କଥାବାର୍ତ୍ତା ଜାରି ରହିଛି। ଯେଉଁଥିରେ ୧୭% ପର୍ଯ୍ୟନ୍ତ ଦରମା ବଢ଼ାଇବା ଏବଂ ସପ୍ତାହରେ ୫ ଦିନ କାର୍ଯ୍ୟ  ଦିବସ ଦାବି ରହିଛି।