ମୁମ୍ବାଇ ୧୧।୧୦ : ଆଜି ଇଣ୍ଡିଆ-ଇଣ୍ଡିଜ୍ ତୃତୀୟ T-20 । ଭାରତ- ୱେଷ୍ଟଇଣ୍ଡିଜ ମଧ୍ୟରେ ଆଜି ଖେଳାଯିବ ତୃତୀୟ ଟି-ଟ୍ବେଣ୍ଟି ମୁକାବିଲା। ୫ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତି ସାରିଛନ୍ତି । ଆଜି ଅଗ୍ରଣୀ ପାଇଁ ଉଭୟ ଦଳ ଶକ୍ତି ଖଟାଇବେ। ଫଳରେ ମ୍ୟାଚଟି ସଂଘର୍ଷପୂର୍ଣ୍ଣ ହେବ। ଇନ୍ଦୋରର ହୋଲକର ଷ୍ଟାଡ଼ିୟମର ପିଚ୍ ବିଶାଳ ସ୍କୋର ପାଇଁ ପରିଚିତ।

ଏହି ଗ୍ରାଉଣ୍ଡର ଛୋଟ ବାଉଣ୍ଡାରୀ ଓ ଦ୍ରୁତ ଆଉଟ୍ ଫିଲ୍ଡ ବିଶାଳ ସ୍କୋର ପାଇଁ ବେଶ୍ ଉପଯୁକ୍ତ । ଦ୍ୱିତୀୟରେ ବ୍ୟାଟିଂ କରୁଥିବା ଦଳ ପାଇଁ ମଧ୍ୟ ଏଠାରେ ବିଜୟ ସହଜ ହୋଇ ପାରିବ । ତେଣୁ ଟସ୍ ମ୍ୟାଚ ଫଳାଫଳ ନିର୍ଦ୍ଧାରଣ କରିବ । ଏସବୁ ଆକଳନ ଓ ପୂର୍ବ ରେକର୍ଡ ଉପରେ ପୂର୍ଣ୍ଣଛେଦ ପକାଇ ଉଭୟ ଦଳ ସବୁ ପ୍ରତିକୂଳ ପରିସ୍ଥିତିରେ ବିଜୟ ପାଇଁ ଚେଷ୍ଟା କରିବେ । ଅର୍ଥାତ ଦ୍ୱିତୀୟରେ ବ୍ୟାଟିଂ କରୁଥିବା ଦଳକୁ ବିଜୟରୁ ଅଟକାଇବା ପାଇଁ ଉପଯୁକ୍ତ ବୋଲିଂ ରଣନୀତି ପ୍ରସ୍ତୁତ କରାଯିବା ଜରୁରି । ଉଭୟ ଦଳ ଏଥିପ୍ରତି ଧ୍ୟାନ ଦେବେ । ରୋହିତ ଶର୍ମା, ହାସିମ ଆମଲା, ଚେତେଶ୍ୱର ପୂଜାରା, ଶ୍ରେୟାସ ଆୟର, ରିଲି ରସୋ ଏହି ଗ୍ରାଉଣ୍ଡ୍ରେ ଟି-ଟ୍ୱେଣ୍ଟି ଶତକ ଅର୍ଜନ କରିବାର ରେକର୍ଡ ରହିଛି । ବୀରେନ୍ଦ୍ର ସେହ୍ୱାଗ ଏହି ଗ୍ରାଉଣ୍ଡରେ ଦିନିକିଆ ଦ୍ୱିଶତକ ଅର୍ଜନ କରିଥିଲେ । ହୋଲକାର ଷ୍ଟାଡିୟମରେ ପିଚ୍ ବ୍ୟାଟିଂ ପାଇଁ କେତେ ଉପକୂଳ ତାହା ଉପରୋକ୍ତ ଖେଳାଳିଙ୍କ ପ୍ରଦର୍ଶନରୁ ସହଜରେ ପ୍ରମାଣିତ ହେଉଛି । ଆଜି ମଧ୍ୟ ପିଚ୍ ବ୍ୟାଟରଙ୍କୁ ସୁହାଇବ ଓ ବିଶାଳ ସ୍କୋର ସଂଗୃହୀତ ହୋଇପାରିବ । କେବଳ ଟସ୍ ଉପରେ ମ୍ୟାଚ ଫଳାଫଳ ନିର୍ଭର କରିବ ।

Also Read:-Nana Postmortem Report: ସାମ୍ନାକୁ ଆସିଲା ନାନାଙ୍କ ମୃତ୍ୟୁର ପ୍ରକୃତ କାରଣ, ପୋଷ୍ଟମର୍ଟମ ରିପୋର୍ଟରେ ବଡ଼ ଖୁଲାସା!

ଟିମ୍ ଇଣ୍ଡିଆ ପାଇଁ ଭ୍ରମଣକାରୀ ୱେଷ୍ଟଇଣ୍ଡିଜର କ୍ୟାପ୍ଟେନ୍ ହୋପ୍ ଚିନ୍ତା ବଢାଇଛନ୍ତି । ଦ୍ୱିତୀୟ ଟି-ଟ୍ୱେଣ୍ଟିରେ ଏକୁଟିଆ ଅପରାଜିତ ରହି ଭାରତକୁ ପରାସ୍ତ କରିଥିଲେ । ଶତକୀୟ ଇନିଂସ ଖେଳି ଭାରତ ହାତରୁ ମ୍ୟାଚ୍ ଛଡାଇ ନେଇଥିଲେ । ଟିମ୍ ଇଣ୍ଡିଆ ୨୪୯ ରନ୍ କରି ବି ପରାସ୍ତ ହୋଇଥିଲା । ଆଜି ହୋପ୍ଙ୍କୁ ଅଟକାଇବାକୁ ଭାରତୀୟ ବୋଲରଙ୍କୁ ସ୍ୱତନ୍ତ୍ର ରଣନୀତି ଆପଣାଇବାକୁ ପଡିବ ।

ସମ୍ଭାବ୍ୟ ଭାରତୀୟ ଦଳ: ଅଭିଷେକ ଶର୍ମା, ସଞ୍ଜୁ ସାମସନ, ଇଶାନ କିଷନ, ଶ୍ରେୟାସ ଆୟର (ଅଧିନାୟକ), ତିଳକ ବର୍ମା, ଶିବମ ଦୁବେ, ନମନ ଧିର, ଅକ୍ଷର ପଟେଲ, କୁଲଦୀପ ଯାଦବ, ପ୍ରିନ୍ସ ଯାଦବ, ଅର୍ଶଦୀପ ସିଂହ ।

ସମ୍ଭାବ୍ୟ ୱେଷ୍ଟ ଇଣ୍ଡିଜ ଦଳ: ସାଇ ହୋପ୍ (ଅଧିନାୟକ), କାମିଲ ପୂରନ, ସିମରନ ହେତମାୟର, ରୋଭାମନ ପାୱେଲ୍, ସେରଫାନ ରଦରଫୋର୍ଡ, ରୋମାରିଓ ସେଫର୍ଡ, ରଷ୍ଟନ ଚେଜ, ସମର ସ୍ପ୍ରିଙ୍ଗର, ଅକିଲ ହୋସେନ, ସମର ଜୋଶେଫ, ମାଥ୍ୟୁ ଫୋର୍ଡ ।