ନ୍ୟୁଜିଲାଣ୍ଡ, ୦୪/୧୧ : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଦିନିକିଆ ସିରିଜର ପ୍ରଥମ ମୁକାବିଲାରେ ଭାରତୀୟ ବୋଲର ଦମଦାର ବୋଲିଂ କରିଛନ୍ତି । ସବୁ ବୋଲର ଭଲ ପ୍ରଦର୍ଶନ କରିଥିଲେ । ଫଳରେ ଘରୋଇ ନ୍ୟୁଜିଲାଣ୍ଡ ନିଜ ମାଟିରେ ୧୮୫ ରନରେ ଅଲଆଉଟ୍ ହୋଇଯାଇଛି । ତେବେ ଭାରତକୁ ଜିତିବା ପାଇଁ ୧୮୬ ରନ୍ ଆବଶ୍ୟକ । ଅର୍ଥାତ ଟିମ୍ ଇଣ୍ଡିଆକୁ ସହଜ ବିଜୟ ଲକ୍ଷ୍ୟ ମିଳିଛି ।

ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ଭାରତୀୟ ଦଳର ଅଧିନାୟକ ଶୁଭମନ୍ ଗିଲ୍ । ଯାହା ପ୍ରଭାବୀ ସାବ୍ୟସ୍ତ ହୋଇଥିଲା । ବୋଲରମାନେ ଆରମ୍ଭରୁ ବ୍ରେକ୍ ଥ୍ରୋ ଦେଇଥିଲେ । ସହଜରେ ନ୍ୟୁଜିଲାଣ୍ଡର ଓପନିଂ ଯୋଡି ଭାଙ୍ଗି ଯାଇଥିଲା । ଓ୍ୱିଲ୍ ୟଙ୍ଗ ଏବଂ ହେନରି ନିକୋଲାସଙ୍କ ଓ୍ୱିକେଟ୍ ପରେ ଦଳ ସଙ୍କଟରେ ପଡି ଯାଇଥିଲା । ଏହାପରେ ଜଣଙ୍କ ପରେ ଜଣେ ବ୍ୟାଟର ପ୍ୟାଭିଲିୟନ ଫେରୁଥିଲେ ।

Also Read :- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଏମିତି ହୋଇପାରେ ଟିମ୍ ଇଣ୍ଡିଆର Playing XI, ଜାଣନ୍ତୁ କାହାକୁ ମିଳିବ ସୁଯୋଗ

କେବଳ ଡାରିଲ୍ ମିଚେଲ୍ ଏବଂ ଗ୍ଲେନ୍ ଫିଲିପ୍ସ କିଛି ସମୟ ପାଇଁ ବୋଲରଙ୍କ ମୁକାବିଲା କରିଥିଲେ । କିନ୍ତୁ ଏହା କାଫି ନଥିଲା । ହେଲେ ଦଳୀୟ ସ୍କୋରକୁ ୧୫୦ ଟପାଇବାରେ ଏହା ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ମିଚେଲ୍ ୨୮ ରନ୍ କରିଥିବା ବେଳେ ଫିଲିପ୍ସ ୩୦ ରନ୍ କରିଥିଲେ । ଶେଷ ଆଡକୁ ବ୍ଲେୟାର ଟିକନର୍ ଦ୍ରୁତ ବ୍ୟାଟିଂ କରି ୩୪ ରନ୍ କରିଥିଲେ । ଫଳରେ ଦଳ ୪୦.୨ ଓଭରରେ ୧୮୫ ରନ୍ କରିପାରିଥିଲା ।

ଭାରତ ପକ୍ଷରୁ ଅର୍ଶଦୀପ ସିଂ ଚାରୋଟି ଓ୍ୱିକେଟ୍ ନେଇଥିବା ବେଳେ ଅନସୁଲ୍ କମ୍ବୋଲ ଦୁଇଟି ଏବଂ ଗୁରନୁର୍ ବ୍ରାର୍ ତିନୋଟି ଓ୍ୱିକେଟ୍ ନେଇଥିଲେ ।