ନୂଆଦିଲ୍ଲୀ,|୦୭ଆତଙ୍କବାଦୀଙ୍କୁ ନିସ୍ତାର ନାହିଁ । ଖୋଜି ଖୋଜି ମାରିବ ଭାରତ । ପାତାଳରେ ଲୁଚିଥିଲେ ବି ଖୋଜିବ ଭାରତ । ପାକିସ୍ତାନରେ ପଶି ସଫା କରିବ । ଯାହାକୁ ନଜରରେ ରଖି ଭାରତ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ଗୃହ ମନ୍ତ୍ରାଳୟ ଏକ ନୋଟିଫିକେସନ ଜାରି କରି ୨୩ ଜଣଙ୍କୁ ୟୁଏପିଏ ଆଧାରରେ ଆତଙ୍କବାଦୀ ଘୋଷଣା କରିଛି । ଏହି ସମସ୍ତଙ୍କୁ ୟୁଏପିଏ ଅନୁସୂଚୀରେ ସାମିଲ କରାଯାଇଛି । ଏହାମଧ୍ୟରୁ ଅଧିକାଂଶ ଜୈଶ-ଏ-ମହମ୍ମଦ ଏବଂ ଲଶ୍କର-ଏ-ତୋଏବା ସହ ଜଡିତ ଅଛନ୍ତି ଏବଂ ପିଓକେରୁ ଅପରେଟ୍ କରୁଛନ୍ତି ।

ତାଲିକାରେ ଟପ୍ ଆତଙ୍କବାଦୀ

ଭାରତ ପକ୍ଷରୁ ଜାରି ବିଜ୍ଞପ୍ତିରେ ମସୁଦ ଇଲିୟାସ କାଶ୍ମୀରୀ, ମହମ୍ମଦ ମୁସାଦିକ, ମୁଫ୍ତି ମହମ୍ମଦ ଅସଗର ଖାନ, ହାଫିଜ ଅବ୍ଦୁଲଙ୍କ ନାଁ ରହିଛି । ସେହିପରି ଲଶ୍କର ଏ ତୋଏବାର ଅବ୍ଲୁଦ ରଉଫ, ହାଫିଜ ଖଲିଦ ହାପିଜ ମହମ୍ମଦ ସୟିଦର ଘନିଷ୍ଠ ବୋଲି ଜଣା ପଡିଛି । ସବୁଠୁ ଆଶ୍ଚର୍ଯ୍ୟ କରିଛି ମହମ୍ମଜ ସହୀଦ ଫୈଜଲଙ୍କ ନାଁ । ସେ ବେଙ୍ଗାଲୁରୁର ସ୍ଥାୟୀ ବାସିନ୍ଦା । ଏବେ ସେ ପାକିସ୍ତାନର ରାଓ୍ୱଲପିଣ୍ଡିରେ ରହୁଛି ।

ସରକାରଙ୍କ କହିବାନୁସାରେ, ଲଶ୍କର-ଏ-ତୋଏବା, ଅଲକାଏଦା, ଆଇଏସଆଇଏସ ସହ ନାଁ ପ୍ରକାଶ ପାଇଥିବା ଆତଙ୍କବାଦୀମାନେ ସମ୍ପର୍କ ରଖିଛନ୍ତି । ସେମାନେ ସୋସିଆଲ ମିଡିଆ ଜରିଆରେ ଯୁବକଙ୍କୁ ଆତଙ୍କବାଦୀ ସଙ୍ଗଠନରେ ସାମିଲ କରୁଥିଲେ । ଏପରିକି ଅସ୍ତ୍ରଶସ୍ତ୍ରର ଟ୍ରେନିଂ ଦେଉଥିଲେ ।

ସୂଚନାଯୋଗ୍ୟ, ୟୁଏପିଏ ତାଲିକାରେ ସାମିଲ ହୋଇଥିବା ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହଜ ହୋଇଥାଏ । ଅର୍ଥାତ ଭାରତ ଯଦି ଆଉ ଥରେ ସର୍ଜିକାଲ ଷ୍ଟ୍ରାଇକ୍ କରେ ତାହାଲେ ପ୍ରଥମ ଟାର୍ଗେଟରେ ଅହି ଆତଙ୍କବାଦୀମାନେ ରହିବେ ।