ନୂଆଦିଲ୍ଲୀ: ଟାରିଫ ବ୍ୟତୀତ ପାକିସ୍ତାନ ସହ ଘନିଷ୍ଠତା ଆଜି ଭାରତ-ଆମେରିକା ମଧ୍ୟରେ ସମ୍ପର୍କ ତିକ୍ତ କରିଛି। ଯାହାକୁ ନେଇ ପ୍ରଥମ ଥର ମୁହଁ ଖୋଲିଛନ୍ତି ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ। ଜାତୀୟ ଗଣମାଧ୍ୟମ ଇଣ୍ଡିଆଟୁଡେକୁ ସାକ୍ଷାତ୍କାର ଦେଇ ରୁବିଓ କହିଛନ୍ତି ଯେ ଭାରତ ସହ ସମ୍ପର୍କର ମୂଲ୍ୟ ଦେଇ ପାକିସ୍ତାନ ସହ ଘନିଷ୍ଠ ସମ୍ପର୍କ ଗଢ଼ାଯାଇପାରିବ ନାହିଁ। ଆତଙ୍କବାଦୀଙ୍କୁ ନେଇ ଦିଲ୍ଲୀ ଓ ୱାଶିଂଟନ ସମାନ ଆଭିମୁଖ୍ୟ ପୋଷଣ କରନ୍ତି ବୋଲି ରୁବିଓ କହିଛନ୍ତି।

ରୁବିଓ ବର୍ତ୍ତମାନ ୨ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ତେଣୁ ତାଙ୍କର ଏହି ଇଣ୍ଟରଭ୍ୟୁ ମୁମ୍ବାଇର ତାଜ ମହଲ ପାଲେସ ହୋଟେଲ୍ରେ ହୋଇଥିଲା। ୨୦୦୮ରେ ହୋଇଥିବା ୨୬/୧୧ ଆତଙ୍କବାଦୀ ଆକ୍ରମଣରେ ଏହି ହୋଟେଲ୍ ମଧ୍ୟ ଶିକାର ହୋଇଥିଲା। ତେଣୁ ପାକିସ୍ତାନର ଆତଙ୍କବାଦକୁ ନେଇ ତାଙ୍କୁ ପ୍ରଶ୍ନ କରାଯାଇଥିଲା। ଆମେରିକାର ପାକିସ୍ତାନ ସହ ସମ୍ପର୍କ ଭାରରେ ଆତଙ୍କବାଦ ବିରୋଧୀ ଲଢ଼େଇକୁ ଦୁର୍ବଳ କରିବ ନାହିଁ ତ ? ବୋଲି ପ୍ରଶ୍ନ କରିବାର ଏହା ଉପରେ ନିଜ ମତ ରଖିଥିଲେ ରୁବିଓ।

ଭାରତ-ପାକିସ୍ତାନ ଯୁଦ୍ଧ ଚାହୁଁନି ଆମେରିକା

ରୁବିଓ କହିଥିଲେ “ମୁଁ ଭାବୁଛି ସେମାନେ ବିଭିନ୍ନ ପ୍ରସଙ୍ଗରେ ନେଉଥିବା ନିଷ୍ପତ୍ତିକୁ ପ୍ରଭାବିତ କରିବା ପାଇଁ ଏହା(ପାକିସ୍ତାନ ସହ ଘନିଷ୍ଠତା) ଆମକୁ ସୁଯୋଗ ଦେଉଛି।” ସବୁଠାରୁ ବଡ଼ କଥା ହେଲା ଆମେରିକା ଉଭୟ ଦେଶ ସହ ସମ୍ପର୍କ ରଖିବାରୁ ଭାରତ-ପାକିସ୍ତାନ ମଧ୍ୟରେ ବଡ଼ ଧରଣର ଯୁଦ୍ଧକୁ ରୋକିପାରୁଛି ବୋଲି ରୁବିଓ କହିଛନ୍ତି।

Also Read- ବିଜେପିର ରଣନୀତିକୁ ସମାଲୋଚନା କଲେ କେ. ଆନ୍ନାମଲାଇ; CJP ଆନ୍ଦୋଳନକୁ ନେଇ ଏଭଳି କହିଲେ

ଭାରତ ସହ ସମ୍ପର୍କ ଦୀର୍ଘଦିନର । ହେଲେ ପାକିସ୍ତାନ ସହ ସମ୍ପର୍କ ନିକଟ ବର୍ଷଗୁଡ଼ିକରେ ସୁଧୁରି ଆସିଛି। ଉଭୟ ପକ୍ଷ ସହ ସୁସମ୍ପର୍କ ସ୍ଥାପନ କରିବା ପାଇଁ ଏହା ୱାଶିଂଟନକୁ ଏକ ସୁଯୋଗ ଦେଇଛି। ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ପୁଣି ଏକ ଯୁଦ୍ଧ ହେଉ ଏକଥା ଆମେରିକା ଚାହୁଁନି ବରଂ ଦୁଇ ଦେଶ ପରସ୍ପର ସହ ବେପାରବଣିଜ ଉପରେ ଗୁରୁତ୍ୱ ଦିଅନ୍ତୁ। ପରସ୍ପରକୁ ସହଯୋଗ କରି ସମୃଦ୍ଧ ଓ ସୁରକ୍ଷା ପାଇଁ ସୁଯୋଗ ସୃଷ୍ଟି କରନ୍ତୁ ବୋଲି ଆମେରିକା ଚାହୁଁଥିବା ରୁବିଓ କହିଛନ୍ତି।

ଆତଙ୍କବାଦକୁ ନେଇ କଣ କହିଲେ ରୁବିଓ ?

ଆତଙ୍କବାଦ ବିରୁଦ୍ଧରେ ଭାରତ ସହ ସ୍ୱର ମିଳାଇଛି ଆମେରିକା। ଆମେରିକା ମଧ୍ୟ ଆତଙ୍କବାଦର ଶିକାର ହୋଇଛି। ତେଣୁ ୟୁଏସ ସାରା ବିଶ୍ୱରେ ଆତଙ୍କବାଦ ବିରୋଧୀ ଲଢ଼େଇ ଜାରି ରଖିଛି। ଆତଙ୍କବାଦ ପଛରେ ଆମେରିକା ଅପେକ୍ଷା ବିଶ୍ୱର ଅନ୍ୟ କୌଣସି ଦେଶ ଅଧିକ କିଛି କରେ ନାହିଁ। ଆଇଏସଆଇଏସଆଇ ବିରୁଦ୍ଧରେ ହେଉ କିମ୍ବା ଅଲ-କାଏଜା ବିରୁଦ୍ଧରେ ଆମେରିକା ହିଁ କାର୍ଯ୍ୟାନୁଷ୍ଠାନ ନେଇଛି ବୋଲି ସେ କହିଛନ୍ତି। ଯେଉଁ ଦେଶ ପ୍ରତି ଆତଙ୍କବାଦର ବିପଦ ଆସିବ, ସେ ଭାରତ ହେଉ ନ କାହିଁକି ଆମେରିକା ସେମାନଙ୍କ ବିରୁଦ୍ଧରେ ଲଢେଇ କରିବ ବୋଲି ରୁବିଓ କହିଛନ୍ତି।