ନୂଆଦିଲ୍ଲୀ, ୨୭। ୦୭ : ଜିମ୍ବାଓ୍ୱେ ବିପକ୍ଷରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି ଭାରତୀୟ ଦଳର ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ । ତାଙ୍କ ବ୍ୟାଟରୁ ଦୁଇଟି ଅର୍ଧଶତକ ବାହାରିଛି । ପ୍ଲେୟାର୍ ଅଫ୍ ଦି ସିରିଜ୍ ପୁରସ୍କାର ତାଙ୍କୁ ମିଳିଛି । ତେବେ ଶେଷ ତଥା ତୃତୀୟ ମୁକାବିଲାରେ ସେ ରନ୍ ବର୍ଷା କରିଥିଲେ । ମାତ୍ର ୪୯ ବଲରୁ ୮୧ ରନ୍ କରିଥିଲେ ।

ମ୍ୟାଚ୍ ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବୈଭବଙ୍କୁ କୋଚ୍ ଭିଭିଏସ୍ ଲକ୍ଷ୍ମଣ ଭରପୁର ପ୍ରଶଂସା କରିଛନ୍ତି । କିନ୍ତୁ ଏହାସହ ସେ ବୈଭବଙ୍କ ଫିଟନେଶ୍ ଉପରେ ଦଳ ଅଧିକ ଧ୍ୟାନ ଦେବ ବୋଲି ପ୍ରକାଶ କରିଛନ୍ତି ।

Also Read :- ବିଦା ହେବେ ଅଭିଷେକ ଶର୍ମା ! ଖରାପ ଫର୍ମ୍ ପାଇଁ BCCI ନେବ ଆକ୍ସନ୍...ସତ କହିଦେଲେ ପୂର୍ବତନ କ୍ରିକେଟର୍

ଲକ୍ଷ୍ମଣ କହିଛନ୍ତି ଯେ, ବୈଭବଙ୍କ ଫିଟନେଶ୍ ଉପରେ କଠିନ ପରିଶ୍ରମ କରାଯିବା ଦରକାର । ଅଢେଇ ବର୍ଷ ତଳେ ବୈଭବଙ୍କ ପ୍ରତିଭାକୁ ବିସିସିଆଇ ଜାଣିପାରିଥିଲା । ଏହାପରେ ତାଙ୍କୁ ଅଣ୍ଡର ୧୯, ଗ୍ରୁପ୍ ଏ ଆଦି ଦଳରେ ସାମିଲ କରାଯାଇଥିଲା । ତେଣୁ ସିନିଅର ଦଳରେ ତାଙ୍କୁ ସୁଯୋଗ ମିଳିଛି । ଏବେ ବୈଭବ ଭଲ ଫର୍ମରେ ଅଛନ୍ତି । ୨୦୨୪ରେ ଅଣ୍ଡର-୧୯ ବିଶ୍ୱକପ୍ ଦଳରେ ତାଙ୍କୁ ସାମିଲ କରାଯାଇଥିଲା । ସେଠାରେ ସେ ଟପ୍ ସ୍କୋର୍ କରିଥିଲେ ।

କୋଚ୍ ଲକ୍ଷ୍ଣଣ ଆହୁରି କହିଛନ୍ତି ଯେ, ସେଣ୍ଟର୍ ଅଫ୍ ଏକ୍ସଲେନ୍ସରେ ଅନେକ ଦିନ ଧରି ବୈଭବ ରହିଛନ୍ତି । ଏହାପରେ ଅଣ୍ଡର ୧୯ ବିଶ୍ୱକପରେ ସର୍ବାଧିକ ରନ୍ ସ୍କୋରର ହୋଇଥିଲେ । ତେଣୁ ବ୍ୟକ୍ତିଗତ ଭାବେ ସେ ବୈଭବଙ୍କ ଭଲରେ ଜାଣିଛନ୍ତି । ତାଙ୍କ ପାଇଁ କଣ କାମ ଦେବ ଏବଂ କଣ ନାହିଁ ତାହା ତାଙ୍କୁ ଭଲ ଭାବେ ଜଣା ଅଛି । ଏବେ ସେ ପୂର୍ବ ଅପେକ୍ଷା ଅଧିକ ସକ୍ରିୟ ରହିଛନ୍ତି । ଟିନ୍ ଏଜ୍ ହୋଇଥିଲେ ବି ସିନିଅର ଖେଳାଳିଙ୍କ ସହ ମିଶି ପାରୁଛନ୍ତି । କିନ୍ତୁ ତାଙ୍କର ଫିଟନେଶ୍ ଉପରେ ଅଧିକ ଫୋକସ ଦିଆଯିବ । ଫଳରେ ସେ ଆହୁରି ବଡ ବଡ ପରିସ୍ଥିତି ସହ ଖାପ ଖୁଆଇ ପାରିବେ । ଚାପରେ କ୍ରିକେଟ୍ ଖେଳିପାରିବେ । ବୈଭବ ନିଜେ ଆହୁରି ଭଲ କରିବାକୁ ଇଚ୍ଛା ରଖିଛନ୍ତି । ଶେଷ ମୁକାବିଲାରେ ସେ ନିର୍ଭୟ ହୋଇ ଖେଳୁଥିଲେ । ଯାହା ତାଙ୍କ ବ୍ୟକ୍ତିତ୍ୱକୁ ପ୍ରଦର୍ଶିତ କରିଥାଏ ବୋଲି ଲକ୍ଷ୍ଣଣ କହିଛନ୍ତି ।