ମୁମ୍ବାଇ: ପ୍ରତ୍ୟୋକ ରବିବାର ବଲିଉଡ୍ ବିଗ୍ ବି ଅମିତାଭ ବଚ୍ଚନ ଫ୍ୟାନଙ୍କୁ ଦେଖା କରିବାକୁ ଘର ବାହାରକୁ ଆସନ୍ତି। ଗେଟ୍ ଭିତରେ ଏକ ବଡ଼ ଟେବୁଲ ଉପରେ ଛିଡ଼ା ହୋଇ ହାତ ହଲାଇ ଫ୍ୟାନଙ୍କୁ  ଅଭିବାଦନ ଜଣାନ୍ତି। ଆଉ ଏପଟେ ଗେଟ୍ ବାହାରେ ଛିଡ଼ା ହୋଇଥିବା ଶତାଧିକ ଫ୍ୟାନ୍ ବିଗ୍ ବିଙ୍କ ଟିକେ ଝଲକ ପାଇବା ପରେ ଖୁସୀରେ ନାଚି ଉଠନ୍ତି।

ହେଲେ ଏଥର ରବିବାରର ଦୃଶ୍ୟ ଥିଲା ପୂରା ଅଲଗା। ୮୪ ବର୍ଷୀୟ ବଲିଉଡର ଏହି ଶେହନଶାହ ଯେତେବେଳେ ବାହାରକୁ ଆସିଲେ, ସେତେବେଳେ ତାଙ୍କୁ ଘେରି ରହିଥିଲା, ଗୋଟିଏ ସ୍ୱଚ୍ଛ କାଚର ଆସ୍ତରଣ। ଯାହା ବୁଲେଟ ପ୍ରୁଫ୍ କାଚ ଥିଲା। ପାଖରେ ଏକ ସୁରକ୍ଷା କର୍ମୀ ପରି ଛିଡା ହୋଇଥିଲେ ପୁଅ ଅଭିଷେକ ବଚ୍ଚନ। କାଚ ସେପଟରେ ଛିଡ଼ା ହୋଇ ବିଗ୍ ସବୁ ସବୁଥର ପରି ଏଥର ବି ଫ୍ୟାନଙ୍କୁ ହାତ ହଲାଇ ଅଭିବାଦନ ଜଣାଇବା ପରେ ଘର ଭିତରକୁ ଚାଲିଯାଇଥିଲେ।

କଡ଼ାକଡ଼ି ହେଲା ଅମିତାଭ ବଚ୍ଚନଙ୍କ ସୁରକ୍ଷା

ଗତ ରବିବାର ଜଣେ ଫ୍ୟାନ ଗେଟ୍ ଡେଇଁ ସୁରକ୍ଷା ବଳୟ ଭାଙ୍ଗି ସିଧା ଅମିତାଭ ବଚ୍ଚନଙ୍କ ନିକଟରେ ପହଞ୍ଚି ଯାଇଥିଲେ। ତା' ପୂର୍ବରୁ ଅମିତାଭ ବଚ୍ଚନଙ୍କ ମୁମ୍ବାଇ ବଙ୍ଗଳାକୁ ଟାର୍ଗେଟ୍ କରାଯିବ ବୋଲି ଏକ ଧମକପୂର୍ଣ୍ଣ ଇ-ମେଲ ଆସିଥିଲା। ମୁମ୍ବାଇର ବାନ୍ଦ୍ରା-କୁର୍ଲା କମ୍ପ୍ଲେକ୍ସ (ବିକେସି)ର ଏକ ସ୍କୁଲକୁ ଏହି ଧମକପୂର୍ଣ୍ଣ ଇମେଲ୍ ମିଳିବା ପରେ ମୁମ୍ବାଇ ପୋଲିସ ଘଟଣାର ତଦନ୍ତ କରିବା ସହ ଅମିତାଭଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

କେବଳ ଅମିତାଭ ନୁହଁନ୍ତି ପୁଅ ଅଭିଷେକ ବଚ୍ଚନଙ୍କ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ତେଣୁ ପ୍ରତ୍ୟେକ ରବିବାର ଏବେ ଏକ ସ୍ୱଚ୍ଛ କାଚ ଶିଲ୍ଡ ସେପଟେରେ ଅମିତାଭ ବଚ୍ଚନଙ୍କୁ ଦେଖିବାକୁ ପାଇବେ ଫ୍ୟାନ୍।

Also Read- ୪୫୦ କୋଟି ପାର କଲା ଜେଲର-୨ ,ସବୁଠୁ ଆଶ୍ଚର୍ଯ୍ୟ କଲା ରବିବାରର ବକ୍ସ ଅଫିସ କଲେକ୍ସନ

୮୪ ବର୍ଷ ବୟସରେ ପାଦ ଦେବା ପରେ ବି ଅମିତାଭ ବଚ୍ଚନ ପରଦାରେ ସକ୍ରିୟ ଅଛନ୍ତି। ତାଙ୍କୁ ଖୁବଶୀଘ୍ର ରିଭୁ ଦାସଗୁପ୍ତାଙ୍କର ଦ୍ୱାରା ନିର୍ଦ୍ଦେଶିତ କୋର୍ଟରୁମ ଡ୍ରାମା ‘ସେକ୍ସନ ୮୪’ ରେ ଦେଖିବାକୁ ମିଳିବ। ଏହା ବାଦ୍ ନାଗ ଅଶ୍ୱିନଙ୍କ ସିନsମା ‘କଳ୍କି ୨୮୯୮ ଏଡି ପାର୍ଟ-୨’ରେ ଅମିଚାଭ ବଚ୍ଚନ ଅଶ୍ୱଥାମା ଚରିତ୍ରରେ ଅଭିନୟ କରିବେ। ଏହି ସିନେମାରେ ସେ ପ୍ରଭାସ ଓ କମଲ ହାସନଙ୍କ ସହ ସ୍କ୍ରିନ ଶେୟାର କରିବେ।