ଭୁବନେଶ୍ୱର (୨/୧୧) : ଆଜି ବଲିଉଡର ବାଦଶାହ ତଥା ସୁପରଷ୍ଟାର ଶାହରୁଖ ଖାନଙ୍କ ଜନ୍ମଦିନ। ନିଜ ପ୍ରିୟ ସୁପରଷ୍ଟାରଙ୍କ ଜନ୍ମଦିନକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ରହିଛି ପ୍ରବଳ କ୍ରେଜ । ଏନେଇ ଗତ ରାତି ୧୨ଟା ବାଜିବା ମାତ୍ରକେ ମୁମ୍ବାଇରେ ଥିବା ତାଙ୍କ ବାସଭବନ 'ମନ୍ନତ' ସମ୍ମୁଖରେ ଜମିଥିଲା ହଜାର ହଜାର ପ୍ରଶଂସକଙ୍କ ଭିଡ଼। ନିଜ ପ୍ରିୟ ଅଭିନେତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କର ଗୋଟିଏ ଝଲକ ପାଇବାକୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ ଫ୍ୟାନ୍ସ। ଏଥିରୁ ଗୋଟିଏ କଥା ଜଣାପଡୁଛି ଯେ ବୟସ ବଢ଼ିଛି ସତ, କିନ୍ତୁ କମିନି କିଙ୍ଗ୍ ଖାନଙ୍କ କ୍ରେଜ୍। ତେବେ SRKଙ୍କ କ୍ରେଜ୍ ଖାଲି ମୁମ୍ବାଇରେ ନୁହେଁ, ଓଡ଼ିଶାରେ ମଧ୍ୟ ଦେଖିବାକୁ ମିଳିଛି ।

କିଙ୍ଗ୍ ଖାନ୍ ଶାହରୁଖ ଖାନଙ୍କ ଜନ୍ମଦିନକୁ ନେଇ ଓଡ଼ିଶାରେ ଦେଖିବାକୁ ମିଳିଛି ଜବରଦସ୍ତ ଉତ୍ସାହ । ନଭେମ୍ବର ୨ ତାରିଖ, ୨୦୨୬ ମଧ୍ୟରାତ୍ରି ୧୨ଟାରେ ଶାହରୁଖ ଖାନଙ୍କ ଜନ୍ମଦିନ ପାଳନ କରିଛନ୍ତି ଓଡ଼ିଶା ଫ୍ୟାନ୍ସ । SRK ୱାରିଅର୍ଶ ଓଡ଼ିଶାର ସଦସ୍ୟମାନେ ଭୁବନେଶ୍ୱରର ଶ୍ରୀୟା ସ୍ୱାତୀ ଷ୍ଟୁଟି ସିନେମା ହଲଠାରେ ମଧ୍ୟରାତ୍ରିରେ ଏକାଠି ହୋଇଥିଲେ ଶାହରୁଖ ଖାନଙ୍କ ଏକାଧିକ ଫ୍ୟାନ୍ସ । କେକ୍ କାଟିବାଠାରୁ ଆରମ୍ଭ କରି ଆତସବାଜି ପର୍ଯ୍ୟନ୍ତ ପୂରା ପରିବେଶ ହୋଇଉଠିଥିଲା ଉତ୍ସବମୁଖର । ନିଜ ପ୍ରିୟ ଅଭିନେତାଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ପ୍ରଶଂସକମାନେ ନାଚ, ଖୁସି ଓ ଉତ୍ସାହର ସହ ଏହି ବିଶେଷ ଦିନକୁ ପାଳିଥିଲେ। କେବଳ ଜନ୍ମଦିନ ନୁହେଁ, ପ୍ରଶଂସକଙ୍କ ମଧ୍ୟରେ ଆଉ ଏକ ବଡ଼ ଆକର୍ଷଣ ହେଉଛି ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'କିଙ୍ଗ'କୁ ନେଇ ।

ସୂଚନା ଥାଉ କି, ଆସନ୍ତା ଡିସେମ୍ବର ୨୪ ତାରିଖରେ ଫିଲ୍ମଟି ରିଲିଜ୍ ହେବାକୁ ଯାଉଥିବାବେଳେ ଏହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଦେଖାଦେଇଛି ପ୍ରବଳ ଉତ୍ସାହ। ଦୀର୍ଘ ସମୟର ଅପେକ୍ଷା ପରେ ବଡ଼ ପରଦାରେ ନିଜ ପ୍ରିୟ ସୁପରଷ୍ଟାରଙ୍କୁ ଦେଖିବା ପାଇଁ ଫ୍ୟାନ୍ମାନେ ଏବେଠାରୁ ଉତ୍ସାହିତ। ଶାହରୁଖ ଖାନଙ୍କ ପାଇଁ ତାଙ୍କ ପ୍ରଶଂସକଙ୍କ ଭଲପାଇବା କେବଳ ଜଣେ ଅଭିନେତାଙ୍କ ପ୍ରତି ଆକର୍ଷଣ ନୁହେଁ, ବରଂ ଏହା ଏକ ଭାବନା, ଏକ ସମ୍ପର୍କ ଓ ସ୍ୱତନ୍ତ୍ର ପରିଚୟ। ମଧ୍ୟରାତ୍ରିରେ ଜନ୍ମଦିନ ପାଳନ ହେଉ କିମ୍ବା ଫିଲ୍ମକୁ ନେଇ ଉତ୍ସାହ, ପ୍ରତ୍ୟେକ ମୁହୂର୍ତ୍ତରେ ଦେଖିବାକୁ ମିଳିଛି ଫ୍ୟାନ୍ସଙ୍କ ଅତୁଟ ଭଲପାଇବା।