ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍ ଜିତି ସିରିଜ୍ ଜିତିଲା ଭାରତ। ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଗୁରୁବାର ଖେଳାଯାଉଥିବା ଅନ୍ତିମ ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୨୧ ରନ୍ କରିଥିଲା। ଏହି ବିଶାଳ ରନ୍ ଟାର୍ଗେଟ୍କୁ ପିଛା କରିବାକୁ ଯାଇ ଆଫଗାନିସ୍ତାନ ୧୪.୧ ଓଭରରେ ମାତ୍ର ୯୪ ରନ୍ କରି ଅଲ୍ଆଉଟ୍ ହୋଇଯାଇଛି। ଫଳରେ ଅନ୍ତିମ ମ୍ୟାଚ୍‌ରେ ୧୨୭ ରନରେ ପରାସ୍ତ ହୋଇଛି ଦଳ।

ଦଳ ପକ୍ଷରୁ ଇବ୍ରାହିମ ଜାଦ୍ରାନ ସର୍ବାଧିକ ୨୫ ରନ କରିଥିବା ବେଳେ ରହମାନଉଲ୍ଲା ଗୁରବାଜ ୧୫ ରନ୍, ଅଜମତଉଲ୍ଲା ଓମାରଜାଇ ୧୭ ରନ୍ କରିଥିଲେ। ପୂର୍ବ ମ୍ୟାଚ୍ଗୁଡ଼ିକ ପରି ଅନ୍ତି ମ୍ୟାଚ୍ଗୁଡ଼ିକରେ ମଧ୍ୟ ଭାରତୀୟ ବୋଲର ଆଫଗାନୀ ବ୍ୟାଟରଙ୍କ ଉପରେ ଭାରି ପଡ଼ିଥିଲେ।

ଭାରତ ପକ୍ଷରୁ ନୀତିଶ କୁମାର ରେଡ୍ଡୀ ଓ ରବୀ ବିଷ୍ଣୋଇ ୩ଟି ଲେଖାଏ ୱିକେଟ୍ ନେଇଥିଲେ। ଅକ୍ଷର ପଟେଲ ୨ଟି ୱିକେଟ୍ ନେଇଥିବା ବେଳେ ବୁମ୍ରା ଓ ୟଶ ଠାକୁର ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

ଭାରତର ବ୍ୟାଟିଂ

ଆଜିର ମ୍ୟାଚ୍‌ରେ ଆଫଗାନିସ୍ତାନ କ୍ୟାପ୍ଟେନ୍ ଇବ୍ରାହିମ୍ ଜାଦ୍ରନ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ନିମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭର ଖେଳି ୭ ୱିକେଟ ହରାଇ ୨୨୧ ରନ୍ କରିଥିଲା। ଓପନିଂ କରିବାକୁ ଆସିଥିବା ସଞ୍ଜୁ ସାମସନ ଓ ଅଭିଷେକ ଶର୍ମା ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ ଆରମ୍ଭ କରିଥିଲେ। ଛକା ଚୌକା ବର୍ଷା କରି ଆଫଗାନିସ୍ତାନ ବୋଲରଙ୍କ ଲାଇନ ଲେନ୍ଥ ସବୁ ବିଗାଡ଼ି ଦେଇଥିଲେ। ଏହି ଯୋଡ଼ି ୯.୫ ଓଭର ପର୍ଯ୍ୟନ୍ତ ବିସ୍ଫୋରକ ବ୍ୟାଟିଂ କରି ଟିମ୍ ଇଣ୍ଡିଆର ସ୍କୋର ୧୪୫ ପର୍ଯ୍ୟନ୍ତ ନେଇଯାଇଥିଲେ। ଉଭୟଙ୍କ ମଧ୍ୟରେ ୫୯ ବଲ୍‌ରେ ୧୪୨ ରନର ପାର୍ଟନର୍ସିପ୍ ହୋଇଥିଲା।

ଅଭିଷେକ ୩୪ ବଲ୍‌ରେ ୧୦୮ ରନର ଏକ ଧମାକାଦାର ଇନିଂସ ଖେଳି ଆଉଟ୍ ହୋଇଥିଲେ। ଏଥିରେ ସେ ୯ଟି ଚୌକା ଏବଂ ୧୧ଟି ଛକା ମାରିଥିଲେ। ରସିଦ ଖାନଙ୍କ ବଲରେ ଆଉଟ୍ ହୋଇ ସେ ପାଭିଲିଅନ ଫେରିଥିଲେ। ସେହିପରି ସଞ୍ଜୁ ସାସମନ ୩୫ ବଲରେ ଦୁଇଟି ଚୌକା ଏବଂ ଚାରିଟି ଛକା ମାରି ତାଙ୍କର ଅର୍ଦ୍ଧଶତ ପୂରଣ କରିଥିଲେ। ହେଲେ ଅର୍ଦ୍ଧଶତକ ହାସଲ କରିବାର ପରେ ପରେ ଆଜମତୁଲ୍ଲା ଓମାରଜାଇ ସଞ୍ଜୁଙ୍କୁ ଆଉଟ୍ କରିଥିଲେ।

ଓପନରମାନଙ୍କ ଆଉଟ୍ ହେବା ପରେ, ଭାରତୀୟ ମଧ୍ୟକ୍ରମ କିଛିଟା ଦୁର୍ବଳ ପ୍ରଦର୍ଶନ କରିଥିଲା। ତିଲକ ବର୍ମା ଦୁର୍ଭାଗ୍ୟବଶତଃ ମାତ୍ର ୨ ରନ କରିବା ପରେ ରନ ଆଉଟ ହୋଇଥିଲେ। ଇଶାନ କିଶାନ (ପଞ୍ଚମ ୱିକେଟ) ଏବଂ ନୀତିଶ ରେଡ୍ଡୀ (ଷଷ୍ଠ ୱିକେଟ) ଶୀଘ୍ର ଆଉଟ ହୋଇ ପାଭିଲିଅନ ଫେରିଥିଲେ। ଲଗାତାର ୱିକେଟ ପତନ ସତ୍ତ୍ୱେ, ଓପନରମାନଙ୍କ ଦୃଢ଼ ଆରମ୍ଭ ଯୋଗୁ ଟିମ୍ ଇଣ୍ଡିଆ ୨୨୧ ରନର ଏକ ବିଶାଳ ସ୍କୋର କରିବାରେ ସଫଳ ହୋଇଛି।