ନୂଆଦିଲ୍ଲୀ: ଭାରତ-ଏ ଏବଂ ଶ୍ରୀଲଙ୍କା-ଏ ମଧ୍ୟରେ ଖେଳାଯାଇଥିବା ତ୍ରିକୋଣୀୟ ସିରିଜର ଚତୁର୍ଥ ମ୍ୟାଚରେ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି। ସୁପର ଓଭର ପର୍ଯ୍ୟନ୍ତ ଟାଣି ହୋଇଥିବା ଏହି ରୋମାଞ୍ଚକର ମ୍ୟାଚରେ ତିଲକ ବର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି। କିନ୍ତୁ ଏହି ମ୍ୟାଚରେ ବିଜୟ-ପରାଜୟ ଅପେକ୍ଷା କ୍ରିକେଟ୍ ପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିଛି ପଡ଼ିଆ ମଝିରେ ହୋଇଥିବା ହାତାହାତି ଘଟଣା। ଭାରତୀୟ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ଏକାକୀ ସମଗ୍ର ଶ୍ରୀଲଙ୍କା ଦଳ ସହ ମୁହାଁମୁହିଁ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି।

ସୁପର ଓଭର ପରେ ଉଗ୍ର ହେଲା ସ୍ଥିତି

ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓ ଏବେ ଦ୍ରୁତ ଗତିରେ ଭଳି ଭାଇରାଲ୍ ହେବାରେ ଲାଗିଛି। ସୁପର ଓଭରରେ ଶ୍ରୀଲଙ୍କା ଦଳ ବିଜୟୀ ହେବା ପରେ ଏହି ସଂଘର୍ଷ ଘଟିଥିଲା। ମ୍ୟାଚ୍ ସରିବା ପରେ ବୈଭବ ସୂର୍ଯ୍ୟବଂଶୀ ଏବଂ ସୂର୍ଯ୍ୟାଂଶ ସେଡଗେ ପାଭିଲିୟନ ଫେରୁଥିବା ବେଳେ ଶ୍ରୀଲଙ୍କା ଖେଳାଳିଙ୍କ ସହ କୌଣସି କଥାକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଥିଲା।

Also Read: ଇଂଲଣ୍ଡ ଦିନିକିଆ ସିରିଜ୍ ପାଇଁ ଏହି ଦିନ ଘୋଷଣା ହେବ ଟିମ୍ ଇଣ୍ଡିଆ, ବିରାଟ-ହାର୍ଦ୍ଦିକଙ୍କ ଫିଟନେସକୁ ନେଇ ଆସିଲା ବଡ଼ ଅପଡେଟ୍

ଧୀରେ ଧୀରେ ଏହି ପାଟିତୁଣ୍ଡ ଉଗ୍ର ରୂପ ନେଇଥିଲା ଏବଂ ଦୁଇ ପକ୍ଷ ମଧ୍ୟରେ ଧକ୍କା ଏବଂ ହାତାହାତି ଆରମ୍ଭ ହୋଇଯାଇଥିଲା। ଭିଡିଓରେ ଦେଖିବାକୁ ମିଳିଛି ଯେ ବୈଭବ ଏକାକୀ ବିପକ୍ଷ ଦଳ ସହ ଲଢ଼ୁଥିବା ବେଳେ ସୂର୍ଯ୍ୟାଂଶ ସେଡଗେ ମଧ୍ୟ ହାତରେ ବ୍ୟାଟ୍ ଟେକି ଶ୍ରୀଲଙ୍କା ଖେଳାଳିଙ୍କୁ ଚେତାବନୀ ଦେଉଛନ୍ତି। ତେବେ ପରିସ୍ଥିତି ଅଣାୟତ୍ତ ହେବା ପୂର୍ବରୁ ଶ୍ରୀଲଙ୍କାର କିଛି ସିନିୟର ଖେଳାଳି ମଝିରେ ପଶି ମାମଲାକୁ ଶାନ୍ତ କରିଥିଲେ।

କେମିତି ଥିଲା ମ୍ୟାଚର ରୋମାଞ୍ଚ ?

ଏହି ହାଇ-ଭୋଲଟେଜ୍ ମ୍ୟାଚ୍ରେ ଶ୍ରୀଲଙ୍କା-ଏ ଦଳ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଇଣ୍ଡିଆ-ଏ ଦଳ ୪୯.୨ ଓଭରରେ ୨୬୫ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ସୂର୍ଯ୍ୟାଂଶ ସେଡଗେ ସର୍ବାଧିକ ୭୨ ରନର ଦମଦାର ପାଳି ଖେଳିଥିବା ବେଳେ ବିପ୍ରଜ ନିଗମ ୫୧ ରନର ଯୋଗଦାନ ଦେଇଥିଲେ। ୨୬୬ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଶ୍ରୀଲଙ୍କା ଦଳ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ଠିକ୍ ୨୬୫ ରନ୍ ହିଁ କରିପାରିଥିଲା। ଫଳରେ ମ୍ୟାଚ୍ 'ଟାଇ' ହୋଇଥିଲା।

ସୁପର ଓଭରରେ ବାଜି ମାରିଲା ଶ୍ରୀଲଙ୍କା

ସୁପର ଓଭରରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଦଳ ୧୬ ରନ୍ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ଅରଶଦ ଖାନ ଏହି ଓଭର ବୋଲିଂ କରିଥିଲେ। ଭାରତକୁ ଜିତିବା ପାଇଁ ୧୭ ରନ୍ ଆବଶ୍ୟକ ଥିବା ବେଳେ ମୈଦାନକୁ ଓହ୍ଲାଇଥିବା ବୈଭବ ସୂର୍ଯ୍ୟବଂଶୀ ଏବଂ ସୂର୍ଯ୍ୟାଂଶ ସେଡଗେ ମାତ୍ର ୯ ରନ୍ କରିବାକୁ ସକ୍ଷମ ହୋଇଥିଲେ। ଆଉ ଶେଷରେ ଭାରତ ପରାଜିତ ହୋଇଥିଲା