ନୂଆଦିଲ୍ଲୀ, ୨୮/୦୯ :ଥିରୁଅନନ୍ତପୂରମରେ ଗର୍ଜନ କରିଛି ବିରାଟ କୋହଲିଙ୍କ ବ୍ୟାଟ୍ । ବର୍ଷା କରିଛନ୍ତି ଛକା ଏବଂ ଚଉକା । ଭାଙ୍ଗିଛନ୍ତି ରେକର୍ଡ । ତିଆରି କରିଛନ୍ତି ନୂଆ ମାଇଲଷ୍ଟୋନ୍ । ଓ୍ୱେଷ୍ଟ୍ ଇଣ୍ଡିଜ୍ ବିପକ୍ଷ ପ୍ରଥମ ଦିନିକିଆରେ ସେ ଖେଳିଛନ୍ତି ଶତକୀୟ ପାଳି । ଏହାସହ ଏବେବି ସେ ଫିଟ୍ ବୋଲି ଦେଇଛନ୍ତି ପ୍ରମାଣ ।

ମୁକାବିଲାରେ ଓପନର ରୋହିତ ଶର୍ମା ଆଉଟ୍ ହେଲା ପରେ କ୍ରିଜକୁ ଆସିଥିଲେ ବିରାଟ । ଆରମ୍ଭରୁ ସେ ଖେଳିଥିଲେ ବିସ୍ଫୋରକ ଇନିଂସ । ସବୁ ଇଣ୍ଡିଜ୍ ବୋଲରଙ୍କୁ ପ୍ରହାର କରିଥିଲେ,। ତାଙ୍କ ଇନିଂସରେ ସେ ଲଗାଇଥିଲେ୯ଟି ଛକା ଏବଂ ୧୦ଟି ଚଉକା । ହାସଲ କରିଥିଲେ ୧୩୯ ରନ୍ ।ତେବେ ତାଙ୍କ ବ୍ୟାଟିଂକୁ ନେଇ ଅଧିନାୟକ ଶୁଭମନ ଗିଲ୍ ବଡ କଥା କହିଛନ୍ତି ।

ମ୍ୟାଚ୍ ସରିବା ପରେ ଗିଲ୍ ନିଜ ସୋସିଆଲ ମିଡିଆରେ ଏକ ପୋଷ୍ଟ୍ କରିଛନ୍ତି । ଯାହା ଖୁବ୍ ଭାଇରାଲ ହୋଇଛି । ସେ ବିରାଟ କୋହଲିଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଏହାସହ ବହୁତ ଭଲ ଖେଳ ଖେଳିଲ ବୋଲି ଗିଲ୍ ଲେଖିଛନ୍ତି । ଯାହା ଫ୍ୟାନ୍ସଙ୍କୁ ପସନ୍ଦ ଆସିଛି । ଅର୍ଥାତ ମାତ୍ର୪ଟି ଶବ୍ଦରେ ଗିଲଙ୍କ ପୋଷ୍ଟରେ ବିରାଟଙ୍କ ପ୍ରଶଂସାକୁ ଦେଖି ନେଟିଜେନ୍ସ ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି ।

Also Read :- ଅସମ୍ଭବ ଗୋଲ୍ କଲେ ଲିଓନେଲ୍ ମେସି, ଛାନିଆ ହୋଇଗଲେ ବିପକ୍ଷ ଟିମ୍ ପ୍ଲେୟାର ! ଦେଖନ୍ତୁ ଭିଡିଓ

ଶତକରେ ଖୁସି ନାହାଁନ୍ତି

ମ୍ୟାଚ୍ ପରେ ଗିଲ୍ କହିଥିଲେ ଯେ, ସେ ଶତକକୁ ନେଇ ଖୁସି ନାହାଁନ୍ତି । ଆଉଟ୍ ହେଲା ପରେ ତାଙ୍କୁ ଦୁଃଖ ଲାଗିଥିଲା । ସେ ମ୍ୟାଚ୍ ଶେଷ କରିବାକୁ ଚାହୁଁଥିଲେ । ଶେଷ ଯାଏଁ କ୍ରିଜରେ ରହିବାକୁ ଇଚ୍ଛା ରଖିଥିଲେ । କିନ୍ତୁ ଏହି ପାଳି ତାଙ୍କ ପାଇଁ ସନ୍ତୋଷଜନକ ବୋଲି ଶୁଭମନ୍ କହିଛନ୍ତି ।

ସୂଚନାଯୋଗ୍ୟ, ମ୍ୟାଚରେ ଗିଲ୍ ମଧ୍ୟ କପ୍ତାନୀ ପାଳି ଖେଳିଥିଲେ । ସେ୧୧ରନ୍ କରିଥିବା ବେଳେ ତାଙ୍କୁ ଏକ ଜୀବନ ଦାନ ମିଳିଥିଲା । ଯାହାର ସେ ଭରପୁର ଫାଇଦା ଉଠାଇଥିଲେ । ଏହାସହ ଦଶମ ଦିନିକିଆ ଶତକ ଅର୍ଜନ କରିଥିଲେ । ସେ୧୦୮ବଲ୍ ଖେଳି୧୧୦ରନ୍ କରିଥିଲେ । ଏଥିରେ୧୩ଚଉକା ଏବଂ ଗୋଟିଏ ଛକା ରହିଥିଲା ।