ନୂଆଦିଲ୍ଲୀ, ୨୮/୦୯ :ଅଦ୍ଭୁତ ଏବଂ ଆଶ୍ଚର୍ଯ୍ୟଜନକ ।୩୯ବର୍ଷରେ ଅସମ୍ଭବ ଗୋଲ । ଚକିତ ହୋଇଗଲା ଷ୍ଟାଡିୟମ । ବିରୋଧୀ ଟିମ୍ ବି କିଛି ବୁଝିପାରିଲାନି । କାରଣ ଏମିତି ଏକ ଗୋଲ୍ କରିଛନ୍ତି ଲିଓନେଲ୍ ମେସି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏପରିକି ବିପକ୍ଷ ଦଳର ଗୋଲ୍ କିପର ମଧ୍ୟ କିଛି ସମୟ ଯାଏଁ କିଛି ବୁଝି ପାରିନଥିବା ଦେଖିବାକୁ ମିଳିଛି ।

ରିପୋର୍ଟ ଅନୁସାରେ, ରବିବାର ମେଜର୍ ଲିଗ୍ ସକରରେ ମୁହାଁମୁହିଁ ହୋଇଥିଲେ ଇଣ୍ଟର ମିଆମି ଏବଂ କଲମ୍ବସ କ୍ରିୟୁ । ମୁକାବିଲାରେ ମେସିଙ୍କ ଦଳ ଇଣ୍ଟର ମିଆମି୨-୧ଗୋଲରେ ପରାସ୍ତ ହୋଇଛି । କିନ୍ତୁ ମେସିଙ୍କ ଏକ ଗୋଲ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।

Also Read :- ଘରୁ ଯାଇ ଆଉ ଫେରିଲେନି, ୩ ନାବାଳକଙ୍କୁ ଖୋଜୁଛି ପୋଲିସ

ମ୍ୟାଚର୨୮ତମ ଓଭରରେ ପ୍ରଥମେ କଲମ୍ବସ ପକ୍ଷରୁ ଜୋସେଫ୍ ମାର୍ଟିନଜ୍ ଗୋଲ୍ କରିଥିଲେ । ଏହାର ଠିକ୍ ୫ମିନିଟରେ ମେସିନିଜ ଅନ୍ଦାଜରେ ଉତ୍ତର ଦେଇଥିଲେ । ମେସିଙ୍କୁ ଏକଫ୍ରିକିକ୍ ମିଳିଥିଲା । ସେ କଲମ୍ବସ ଗୋଲ୍ ପୋଷ୍ଟର କର୍ଣ୍ଣରକୁ ଏକ କିକ୍ ଦେଇଥିଲେ । ଯାହା ଗୋଲ ପୋଷ୍ଟରେ ପଶିବା ଏକ ପ୍ରକାର ଅସମ୍ଭବ ଥିଲା । କିନ୍ତୁ ସେ ଗୋଲ୍ କରିବାରେ ସଫଳ ହୋଇଥିଲା । ଅନେକ ଚର୍ଚ୍ଚା, ଅବସର ସମ୍ବନ୍ଧୀୟ ଆଲୋଚନା ମଧ୍ୟରେ ମେସି ନିଜର ଜବରଦସ୍ତ ଚିରାଚରିତ ଖେଳ ପ୍ରଦର୍ଶନ କରିଥିଲେ ।

ମେସି ଅନ୍ତର୍ଜାତୀୟ ମୁକାବିଲାରୁ ଅବସର ନେଇ ସାରିଛନ୍ତି । ଏବେ ସେ କେବଳ ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳୁଛନ୍ତି । ଇଣ୍ଟର ମିଆମି ପକ୍ଷରୁ କ୍ଲବ୍ ମୁକାବିଲା ଖେଳୁଛନ୍ତି । ରବିବାର ଆର୍ଜେଣ୍ଟିନା ଷ୍ଟାର୍ ମେସି ଯେପରି ପ୍ରଦର୍ଶନ କରିଥିଲେ ଲାଗୁ ନଥିଲା ତାଙ୍କୁ୪୦ବର୍ଷ ଛୁଇଁବ ।

ମେସିଙ୍କୁ ଯେତିବେଳେ ଫ୍ରି କିକ୍ ମିଳିଲା, ସେହି ଦିଗକୁ ଗୋଲ୍ କରିବା ଅସମ୍ଭବ । ଫ୍ୟାନ୍ସଙ୍କ ସମେତ ବିପକ୍ଷ ଦଳର ଖେଳାଳି ବି ଏହା ଜାଣିଥିଲେ । କିନ୍ତୁ ମେସି ସମସ୍ତଙ୍କୁ ଭୁଲ୍ ପ୍ରମାଣିତ କରି ଗୋଲ୍ କରିଥିଲେ । ଯାହା ଦେଖିବା ପରେ କଲମ୍ବସ ଦଳର ଗୋଲ୍ କିପର ମଧ୍ୟ କିଛି ସମୟ ଯାଏଁ ନିରବ ହୋଇଯାଇଥିଲେ । ଅନ୍ୟ ଦିଗରେ ମେସିଙ୍କ ଗୋଲର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।