ଲଣ୍ଡନ, ୧୬।୧୧ : ଖୋଲିଲା ବ୍ରୋଞ୍ଜ୍ ତାଲା । ଷୋଡଶ ଶତାବ୍ଦୀରେ ସମୁଦ୍ର ମଝିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏକ ଜାହାଜ । ଆଉ ଜାହାଜରେ ଥିଲା ଏକ ବିଶାଳ ବାକ୍ସ । ଯେଉଁଥିରେ ପଡିଥିଲା ଏହି ବ୍ରୋଞ୍ଜ୍ ତାଲା । ତେବେ ଦୀର୍ଘ ୪୦୦ ବର୍ଷର କସରତ ପରେ ଶେଷରେ ଏହି ତାଲା ଖୋଲାଯାଇଛି । ଆଡଭାନ୍ସଡ୍ ମାଇକ୍ରୋ ସିଟି ସ୍କାନିଂ ଜରିଆରେ ଏହି ତାଲା ଖୋଲିଛି । ସବୁଠାରୁ ବଡ କଥା ହେଉଛି ଯେ, ଏହା ସାମାନ୍ୟ ତାଲା ନଥିଲା । ଏଥିରେ ଥିଲା କୋଡ୍ ଓ୍ୱାର୍ଡ । ଯାହାକୁ ଡିକୋଡ୍ କରିଛନ୍ତି ବୈଜ୍ଞାନିକ ଓ ଗବେଷକ । ଆଉ ଡିକୋଡ୍ କରିବା ପରେ ଏହା ହୋଇଛି ଇଂରାଜୀ ଅକ୍ଷର ଏ ଏନ୍ ସି ଇ ।

ରିପୋର୍ଟ ଅନୁସାରେ, ୧୫୮୩ ମସିହା ଡିସେମ୍ବର ୨୮ ତାରିଖରେ ଆନ୍ ଫ୍ରାନସିସ୍ ନିକଟରୁ ଏକ ଜାହାଜକୁ ଉଦ୍ଧାର କରାଯାଇଥିଲା । ଯେଉଁଥିରେ ଥିଲା ଅଜବ ବାକ୍ସ । ଏକ ବିଶେଷଜ୍ଞ ଟିମ୍ ଏହାକୁ ଠାବ କରିଥିଲେ । କିନ୍ତୁ ଏହାକୁ ଖୋଲିବାକୁ ଲାଗି ଯାଇଥିଲା ୪୦୦ ବର୍ଷ । ଶେଷରେ ନଭେମ୍ବର ୪ ତାରିଖରେ ଏହାକୁ ଖୋଲିବା ପାଇଁ ଚାଲିଥିବା ଅଭିଯାନ ଶେଷ ହୋଇଛି ।

Also Read :- ଭିଡିଓ କରୁଥିଲେ, କଞ୍ଚା ଖାଇଦେଲା ମହାବଳ ବାଘ ! ବନ୍ଧା ହେଲେ ପ୍ରସିଦ୍ଧ ଟିକଟକର୍

କୁହାଯାଏ ଫ୍ରାନସିସ୍ ସାକସଟନ୍ ମାମକ ଜଣେ ବ୍ୟବସାୟୀ ଜାହାଜରେ ସ୍ମଗଲିଂ କରୁଥିଲେ । ସେ ଇଂଲଣ୍ଡରୁ ସ୍ପେନକୁ ଗହମ ନେଉଥିଲେ । କିନ୍ତୁ ଏହି ଆଢୁଆଳରେ ସେ ନିଜ ଜାହାଜରେ ଚୋରା କାରବାର କରୁଥିବା ଏବଂ ଦାମୀ ଜିନିଷ ଚାଲାଣ କରୁଥିବା ଅଭିଯୋଗ ହୁଏ । ଏଥିରେ ସୁନାର, ହୀର ସହ ଅନ୍ୟ ଦାମୀ ଧାତୁ ଚାଲାଣ କରାଯାଏ । ତେବେ ସ୍ପେନରୁ ଫେରିବା ବେଳେ ୧୫୮୩ ଡିସେମ୍ବର ୧୫ରେ ଏହା ଦୁର୍ଘଟଣାର ଶିକାର ହୋଇଥିଲା । ଏକ ସାମୁଦ୍ରିକ ଝଡ କାରଣରୁ ଏହା ବୁଡି ଯାଇଥିଲା । ପରେ ଏହା ଭାସି ଓ୍ୱେଲସର ପୋର୍ଟ୍ ଟାବଲଟରେ ଥିବା ମାର୍ଗନ୍ ତଟକୁ ଆସିଯାଇଥିଲା ।

ସେତେବେଳେ ସ୍ଥାନୀୟ ଲୋକେ ଏଥିରେ ଥିବା ଅନେକ କିଛି ଲୁଟି ନେଇଥିଲେ । କିଛି ସୁନା ହୀରା ବି ଲୁଟି ଚାଲିଯାଇଥିଲେ । କିନ୍ତୁ ଗୋଟିଏ ବାକ୍ସର ତାଲା ଖୋଲି ନଥିଲା । ଏହା ସେମିତି କୂଳ ନିକଟରେ ରହିଥିଲା । କିନ୍ତୁ ୧୯୯୬ରେ ମେଟାଲ ଡିଟେକ୍ଟର ସାହାଯ୍ୟରେ ଏହାକୁ ଠାବ କରାଯାଇଥିଲା । ଏହାସହ ୮୭୦ଟି ସୁନା ଏବଂ ରୁପା କଏନ ଠାବ କରାଯାଇଥିଲା । ବାକ୍ସର ତାଲା ଏତେ ବର୍ଷ ପରେ ବି ପୁରା ସୁରକ୍ଷିତ ଥିଲା । ଏଥିରେ ଇଂରାଜୀ ଅକ୍ଷରର କୋଡ୍ ଥିବାରୁ ଖୋଲିବା ସହଜ ନଥିଲା । ଏହାକୁ ପରେ ମ୍ୟୁଜିୟମରେ ରଖାଯାଇଥିଲା । କିନ୍ତୁ ଏଥିରେ କିଛି ଜିନିଷ ଥିବା ଜଣା ପଡୁଥିଲା । ଏହାକୁ ଜବରଦସ୍ତି ଖୋଲିଲେ ଏହା ଭିତରେ ଥିବା ସାମଗ୍ରୀ ନଷ୍ଟ ହେବାର ଭୟ ଥିଲା ।

ଶେଷରେ ଏହାକୁ ଖୋଲିବା ପାଇଁ କାର୍ଡିଫ୍ ୟୁନିଭର୍ସିଟିର ସାହାଯ୍ୟ ନିଆଯାଇଥିଲା । ୟୁନିଭର୍ସିଟିର କିଛି ଗବେଷଣ ଆଡଭାନ୍ସ ଏକ୍ସ-ରେ, ସିଟି ଟେକନିକରେ ଏହାର କୋଡକୁ ଡିକୋଡ୍ କରିଛନ୍ତି । ଏକ୍ସରେ ବାକ୍ସର ଆଭ୍ୟନ୍ତରୀଣ ଗଠନ ବାବଦରେ ଅନେକ ତଥ୍ୟ ମିଳିଥିଲା । ଏହାଦ୍ୱାରା ସଠିକ୍ କୋଡ୍ ଜଜାଣିବାରେ ଗେବେଷକ ସଫଳ ହୋଇଥିଲେ ।

ତେବେ କୋଡ୍ ମିଳିଥିଲେ ବି ଆଉ ଏକ କଥା ଏବେ ରହସ୍ୟଘେରରେ । କାହିଁକି ଏହାର କୋଡ୍ ଏଏନସିଇ ରହିଥିଲା ତାହା ଏବେ ଅସ୍ପଷ୍ଟ । ଏହାର ଅର୍ଥ କଣ ଏବଂ ଏହା ଅନ୍ୟ କୌଣସି ସୂଚନା କି ନାହିଁ ସେନେଇ କିଛି ତଥ୍ୟ ନାହିଁ । ଅର୍ଥାତ ଗୋଟିଏ ରହସ୍ୟ ଉପରୁ ପରଦା ହଟିଥିବା ବେଳେ ଏବେ ଆଉ ଗୋଟିଏ ରହସ୍ୟ ଗବେଷକଙ୍କୁ ବିସ୍ମିତ କରିଛି ।