ଲାହୋର, ୧୬।୧୧ : କିଛି ଦିନ ତଳେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା । ଏହା ଥିଲା ଏକ ବାଘର । ଯେଉଁଥିରେ ମହାବଳ ବାଘଟି ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲା । ବ୍ୟକ୍ତି ଜଣଙ୍କ ମହାବଳ ସହ ଭିଡିଓ ରେକର୍ଡ କରୁଥିଲେ ।ଏହି ସମୟରେ ବାଘ ତାଙ୍କୁ ରକ୍ତାକ୍ତ କରିପକାଇଥିଲା । ତେବେ ଏହି ମାମଲାରେ ପାକିସ୍ତାନର ଟିକଟକର୍ ନୋମାନ୍ ହସନଙ୍କୁ ଗିରଫ କରାଯାଇଛି । ନୋମାନ ଜଣେ ଯୁବକଙ୍କୁ ଭିଡିଓ ସୁଟିଂ ପାଇଁ ଡାକିଥିଲେ ବୋଲି ଅଭିଯୋଗ ହୋଇଛି ।

Also Read :-ଡେଟିଂ ଆପରୁ ପ୍ରେମ ଆରମ୍ଭ, ବିବାହ ପାଇଁ କାନାଡ଼ାରୁ ଭାରତ ପହଞ୍ଚିଲେ ମହିଳା; ଘଟଣା ନେଲା ଏମିତି ମୋଡ଼...

ରିପୋର୍ଟ ଅନୁସାରେ, ଲାହୋରର ଏକ ଘରୋଇ ବ୍ରିଡିଂ ଫାର୍ମରେ ଏହି ଅଘଟଣ ଘଟିଥିଲା । ବାଘଟି ୧୯ ବର୍ଷୀୟ ତାହାନାମକ ଜଣେ ଯୁବକଙ୍କୁ ଆକ୍ରମଣ କରି ମାରିଦେଇଥିଲା । ନଭେମ୍ବର ୧୧ ତାରିଖରେ ଏହି ଘଟଣା ଘଟିଥିଲା । ଏଠାରେ ନୋମାନ ହସନ ପହଁଚି ସୋସିଆଲ ମିଡିଆ ରିଲ୍ ପାଇଁ ତାହାଙ୍କୁ ଡାକିଥିଲେ । ଏହାପରେ ନୋମାନ ବାଘକୁ ପିଞ୍ଜରାରୁ ବାହାର କରି ଭିଡିଓ ସୁଟ୍ ଆରମ୍ଭ କରିଥିଲେ । କିନ୍ତୁ ବାଘଟି ହଠାତ ତାହାଙ୍କୁ ଆକ୍ରମଣ କରିଥିଲା ।

ତାହାଙ୍କ ପିତାଙ୍କ କହିବା କଥା ହେଲା, ପୁଅ ଆହତ ହେଲା ପରେ ତାକୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାକୁ ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି । ଯାହା ପରେ ପୋଲିସ ଆକ୍ସନ ନେବା ସହ ହସନଙ୍କୁ ଗିରଫ କରିଛି । ଫାର୍ମ ମାଲିକ ଫୟାଜଙ୍କୁ ମଧ୍ୟ ଗିରଫ କରାଯାଇଛି । ଏହାସହ ବ୍ରିଡିଂ ସେଣ୍ଟରକୁ ସିଲ୍ କରାଯାଇଛି ।

ପୋଲିସର କହିବାନୁସାରେ, ଗିରଫଦାରୀ ପରେ ଅଭିଯୁକ୍ତମାନେ ସତ ଲୁଚାଇବାକୁ ଚେଷ୍ଟା କରିଥିଲେ । ଏହା କୁକୁର ଆକ୍ରମଣ ବୋଲି କହିଥିଲେ । ଭାଇରାଲ ନିଶାରେ ସେ ଏପରି ଭିଡିଓ ସୁଟ୍ କରି ଜୀବନ ସହ ଖେଳୁଥିଲେ । ଘଟଣାର ତଦନ୍ତ ଜାରି ରହିଛି ।

ସୂଚନାଯୋଗ୍ୟ, ହସନଙ୍କ ଇନଷ୍ଟାଗ୍ରାମରେ ୨୫ ଲକ୍ଷ ଏବଂ ଟିକଟକରେ ୯ ଲକ୍ଷ ଫଲୋଅର୍ସ ରହିଛନ୍ତି । ସେ ପୂର୍ବରୁ ମଧ୍ୟ ଏମିତି ଅନେକ ଜୀବଜନ୍ତୁଙ୍କ ସହ ଭିଡିଓ କରି ତାକୁ ସେୟାର କରିଛନ୍ତି ।