ମୁମ୍ଵାଇ ୧୦।୦୭; ମୌସୁମୀର ତାଣ୍ଡବରେ ସାରା ଦେଶ ବେହାଲ୍। ବିଶେଷ କରି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ସୃଷ୍ଟି ହୋଇଛି ବନ୍ୟା ଭଳି ସ୍ଥିତି। ରାସ୍ତାଘାଟ ଜଳମଗ୍ନ ହୋଇ ରହିଥିବା ବେଳେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ଅନ୍ୟପଟେ ଭାରତୀୟ ପାଣିପାଗ ବିଭାଗ ଦିଲ୍ଲୀ ଓ ହରିୟାଣା ପାଇଁ 'ରେଡ୍ ଆଲର୍ଟ' ଜାରି କରାଯାଇଥିବା ବେଳେ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଏବଂ କେରଳ ସମେତ ବିଭିନ୍ନ ରାଜ୍ୟ ପାଇଁ ଅରେଞ୍ଜ ଓ ୟେଲୋ ଆଲର୍ଟ ଜାରି କରିଛି।

ପ୍ରବଳ ବର୍ଷା ଯୋଗୁ ରାସ୍ତାଘାଟ ପାଣିରେ ବୁଡ଼ି ରହିଥିବାବେଳେ ଜଳବନ୍ଦୀ ସମସ୍ୟା ସହ ଯାନବାହନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ମୁନିର୍କା, ପିତାମ୍ପୁରା, ବଦରପୁର, ବୁରାରୀ, ବଦଲିଗାଓଁ, ମେହରୌଲି ଅଞ୍ଚଳରେ ବନ୍ୟାଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଗାଜିଆବାଦ୍, ନୋଇଡା, ପୂର୍ବ ଦିଲ୍ଲୀ, ବାଘପତ୍ ଏବଂ ମେରଠରେ ୧୮୦-୨୫୦ ମିମି ବର୍ଷା ହେବାର ଆଶଙ୍କା ପ୍ରକାଶ କରିଛି। ଅନାବଶ୍ୟକ ଯାତ୍ରା ଏଡ଼ାଇବାକୁ ଏବଂ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି। ଗୁରୁଗ୍ରାମ୍ ଏବଂ ନୋଇଡା ପ୍ରଶାସନ କର୍ପୋରେଟ୍ ଅଫିସ୍ଗୁଡ଼ିକୁ ୱର୍କ-ଫ୍ରମ୍-ହୋମ୍ କରିବାକୁ ଅନୁରୋଧ କରିଛି।

ସାରା ଦେଶରେ ମୌସୁମୀର ତାଣ୍ଡବ। ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡ ସମେତ ଅନେକ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା। ଭାରତୀୟ ପାଣିପାଗ ବିଭାଗ ଦେଶର ବିଭିନ୍ନ ପ୍ରାନ୍ତ ପାଇଁ ଏକ ସଙ୍ଗେ ରେଡ୍, ଅରେଞ୍ଜ ଏବଂ ୟେଲୋ ଆଲର୍ଟ ଜାରି କରିଛି। ଦିଲ୍ଲୀ ଏବଂ ହରିୟାଣାର ଅନେକ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। ଏଠାରେ ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୬୦ କିଲୋମିଟର ବେଗରେ ପବନ ବହିବା ଏବଂ ବଜ୍ରପାତ ଆଶଙ୍କା ରହିଛି। ଆଉ କେଉଁ ରାଜ୍ୟକୁ କେଉଁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ନଜର ପକାନ୍ତୁ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସାରା ଦେଶରେ ସକ୍ରିୟ। ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠୁ ବର୍ଷା ବିତ୍ପାତ। ଦିଲ୍ଲୀରୁ ନେଇ କେରଳ ଯାଏ ଲଗାଣ ବର୍ଷାରେ ଜନଜୀବନ ହୋଇଛି ପ୍ରଭାବିତ।