ନୂଆଦିଲ୍ଲୀ,୧୨|୦୬ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ଲିଗ୍ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା ଆଇପିଏଲ । ଲଗାତାର ଭାବେ ଏହା ସଫଳତା ଲାଭ କରୁଛି । ଏଥିରୁ ନୂଆ ନୂଆ ଷ୍ଟାର୍ ବାହାରି ଭାରତୀୟ ଦଳରେ ଖେଳୁଛନ୍ତି । ତେବେ ଆଇପିଏଲ ପଛରେ ଥିଲା ଲଳିତ ମୋଦୀଙ୍କ ଗେମ୍ ପ୍ଲାନ୍ । ତାଙ୍କୁ ହିଁ ଆଇପିଏଲର ଜନକ ବୋଲି କୁହାଯାଏ । କିନ୍ତୁ ଏବେ ଏସବୁ ଦାବିକୁ ଖଣ୍ଡନ କରିଛନ୍ତି ବ୍ୟବସାୟୀ ବାଲୁ ନାୟର । ଯାହା ଫଳରେ ଏକ ବାକ୍ ଯୁଦ୍ଧ ଆରମ୍ଭ ହୋଇଯାଇଛି ।

ଲିଙ୍କଡିନରେ ପୋଷ୍ଟ୍ କରି ବାଲୁ କହିଛନ୍ତି ଯେ, ସେ ଆଇପିଏଲ ନିର୍ମାଣ କରିବାକୁ ପ୍ରାୟ ୧୮ ମାସ ଧରି ପରିଶ୍ରମ କରିଛନ୍ତି । ଏହାର ଡିଜାଇନ୍, ମାର୍କେଟିଂ, ବିକାଶ ଏବଂ କିପରି ଟଙ୍କା ଆୟ ହେବ ସେନେଇ ସେ ନିଜେ କାର୍ଯ୍ୟ କରିଛନ୍ତି । ସାରା ବିଶ୍ୱରେ ଖ୍ୟାତି ଅର୍ଜନ କରିବା ପୂର୍ବରୁ ଏହା ଥରେ ଦୁଇ ଥର ବିଫଳ ମଧ୍ୟ ହୋଇଥିଲା । ପ୍ରଥମେ ଆଇପିଏଲରେ ୭ଟି ଗଣମାଧ୍ୟମ ସଂସ୍ଥା ମିଡିଆ ରାଇଟଟ୍ସ ପାଇଁ ଆଗଭର ଥିଲେ । ପରେ ଏହା ଦୁଇକୁ ଖସି ଆସିଥିଲା ।

ଏବେ ମିଳିବନି ଚାନ୍ସ, କରିବାକୁ ପଡିବ ଅପେକ୍ଷା ! ଆୟାରଲ୍ୟାଣ୍ଡ ବିପକ୍ଷରେ ଖେଳି ନପାରନ୍ତି ବୈଭବ : ଜାଣନ୍ତୁ କାରଣ...

ସେ ଆହୁରି କହିଛନ୍ତି ଯେ, ଏବେ କେକେଆର ଏବଂ ବ୍ଲାକଷ୍ଟୋନ୍ ଆଇପିଏଲ ଫ୍ରାଞ୍ଚାଇଜ୍ କଥା ବୁଝୁଛନ୍ତି । ଗତ ୪ ବର୍ଷରେ ଏମାନେ ୪ ଗୁଣା ଆୟ କରିଛନ୍ତି । କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ତେବେ ବାଲୁଙ୍କ ଏହି ପୋଷ୍ଟ ଲଳିତ ମୋଦୀଙ୍କୁ ଆଇପିଏଲର ଜନକ କୁହାଯାଉଥିବା ଦାବି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯାହାର ନିଜେ ଜବାବ ଦେଇଛନ୍ତି ଲଳିତ ।

ଲଳିତଙ୍କ ପ୍ରତିକ୍ରିୟା

ଲଳିତ ବାଲୁଙ୍କୁ କହିଛନ୍ତି ଯେ, ଆପଣ ଏହି ସବୁ କରିଛନ୍ତି କି । କେବେ କରିଛନ୍ତି ତାହାର କୌଣସି ତଥ୍ୟ ନାହିଁ । ନିଜ ପରିଶ୍ରମକୁ ଅନ୍ୟ କେହି ନିଜର ବୋଲି ଦାବି କରୁଛନ୍ତି । କାଲି ଆଉ କିଏ ଆଇପିଏଲର ପ୍ରତିଷ୍ଠାତା ବୋଲି କହିବ । ଏପରିକି ସୁନ୍ଦର ରମଣ ମଧ୍ୟ ଆଗକୁ ଆଇପିଏଲକୁ ପ୍ରତିଷ୍ଠା କରିଥିବା ଦାବି କରିପାରନ୍ତି । ଏସବୁ ବୋକାମି କି ବୋଲି ଲଳିତ ପଚାରିଛନ୍ତି ।

ବାଲୁଙ୍କ କାଉଣ୍ଟର

ବାଲୁ ଲଳିତଙ୍କ ପ୍ରତିକ୍ରିୟା ଉପରେ ନିଜର ମତ ଦେଇଛନ୍ତି । ସେ କହିଛନ୍ତି ଯେ, ଲଳିତ ମୋଦୀ, ଏବେ ସେ ନିଜେ ଯାହା ଲେଖୁଛନ୍ତି ତାହା ଦୁବାଇରୁ ଲେଖିଛନ୍ତି । ଏଠାରେ ସେମାନେ ଇରାନର ମିସାଇଲକୁ ସାମ୍ନା କରୁଛନ୍ତି । ଲଳିତଙ୍କ ପ୍ରତିକ୍ରିୟା ମିସାଇଲ ଭଳି ମାଡ ହେଉଛି । ଏହା ତେହେରାନ ଯାଇଥିଲେ ଭଲ ହୋଇଥାନ୍ତା । ଏହାସହ ଆଇପିଏଲର ବ୍ୟବସାୟିକ କାର୍ଯ୍ୟକ୍ରମ ଲଳିତ ମୋଦୀ ନୁହେଁ ଆହୁରି ଅନେକଙ୍କ ଅବଦାନ ବୋଲି ବାଲୁ ଦୋହରାଇଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଆଇପିଏଲରେ ଲଳିତ ଜଣେ ପ୍ରମୁଖ ଚେହେରା । ସେ ବିସିସିଆଇକୁ ଏକାଠି କରିନଥିଲେ ଆଇପିଏଲର ସମ୍ଭବ ହୋଇନଥାନ୍ତା । ଏହା ଲଳିତଙ୍କ ସଫଳତା । ଏହାକୁ ସେ ନିଜେ ସଦାବେଳେ ପ୍ରଶଂସା କରିଥାନ୍ତି । ଏଥିପାଇଁ ଲଳିତଙ୍କୁ ପ୍ରଶଂସା ମିଳିଛି । କିନ୍ତୁ ଆଇପିଏଲକୁ ସଫଳ ଏବଂ ପ୍ରସିଦ୍ଧ କରିବାରେ ବାଲୁଙ୍କ ହାତ ରହିଛି ।ତେବେ ଲଳିତ ନିଜକୁ ପ୍ରତିଷ୍ଠାତା ବୋଲି କହିଥାନ୍ତି । ଏହା ଅଦ୍ଭୁତ କଥା ।

ବାଲୁ ନାୟାର କିଏ ?

ବାଲୁ ହେଉଛନ୍ତି ଜଣେ ଆଇଆଇଟି ଗ୍ରାଜୁଏଟ୍ । ସେ ଆଇଆଇଟି ଖଗଡପୁର ଏବଂ ଆଇଆଇଏମ୍ ବେଙ୍ଗାଲୁରୁରୁ ପାଠ ପଢିଛନ୍ତି । ଏହାସହ ସେ ଆଇଏମଜି ଇଣ୍ଡିଆ ନାମକ ଏକ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ । ଆଇପିଏଲ ଆରମ୍ଭ ସମୟରେ ଟୁର୍ଣ୍ଣାମେଣ୍ଟର ଡିଜାଇନିଂ, ଡେଭଲପିଂ ଏବଂ ମାର୍କେଟିଂ କଥା ବାଲୁଙ୍କ କମ୍ପାନୀ ବୁଝୁଥିଲା । ଆହୁରି ମଧ୍ୟ ୟାହୁ, ଟେଲିକମ, ଷ୍ଟାର୍ ଟିଭିରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀ ସମ୍ଭାଳିଛନ୍ତି । ବର୍ତ୍ତମାନ ରୁଦ୍ର କନସଲଟିଂର ସେ ସହ ପ୍ରତିଷ୍ଠାତା ଅଟନ୍ତି ।