ଢେଙ୍କାନାଳ ୨୯।୮: ନୃଶଂସ ସ୍ୱାମୀର ଉନ୍ମତ୍ତକାଣ୍ଡ । ସ୍ତ୍ରୀକୁ ପିଟି ପିଟି ହତ୍ୟା ପରେ ପୋତି ଦେଇଛି ସ୍ବାମୀ । ମାଟି ଖୋଳି ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି ପୋଲିସ। ଢେଙ୍କାନାଳ ଜିଲ୍ଲା ଇନ୍ଦିପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ମଦ ପିଇ ଉଭୟ ସ୍ବାମୀ-ସ୍ତ୍ରୀ ଝଗଡା କରିଥିଲେ । ଏହାପରେ ସ୍ୱାମୀ ଘଟାଇଛି ଉନ୍ମତ୍ତାକାଣ୍ଡ । ପିଟି ପିଟି ସ୍ତ୍ରୀକୁ ହତ୍ୟା କରି ମୃତଦେହକୁ ବାଡ଼ି ପଟେ ପୋତି ଦେଇଛି । ମୃତକ ଇନ୍ଦିପୁର ଜୁଆଙ୍ଗ ସାହିର ଗିରିଶ ପଧାନଙ୍କ ପତ୍ନୀ କୌଶଲ୍ୟା ପଧାନ । ସଦର ଥାନା ପୋଲିସ ଅଭିଯୁକ୍ତ ସ୍ୱାମୀ ଗିରିଶ ପଧାନଙ୍କୁ ଅଟକ ରଖିଛି । କୌଶଲ୍ୟାଙ୍କ ମୃତଦେହ ତାଙ୍କ ଘର ବାଡ଼ି ପଟୁ ମାଟି ଖୋଳି ଉଦ୍ଧାର କରାଯାଇଛି। ସାଇଣ୍ଟିଫିକ ଟିମ ମାଧ୍ୟମରେ ଯାଞ୍ଚ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ। ସଦର ଥାନାରେ ଏକ ହତ୍ୟା ମାମଲା ରୁଜୁକରି ଅଧିକ ତଦନ୍ତ କରୁଛି ପୋଲିସ।

Also Read:- ଚୌଦ୍ୱାର ଜେଲ୍ ଅଧୀକ୍ଷକ ସୁଜିତ ରାଉଳଙ୍କ ପାଇଁ ବଢିଲା ଅଡୁଆ, ଆଗୁଆ ଜାମିନ ଖାରଜ

ତେବେ କୌଶଲ୍ୟା ଶୁକ୍ରବାର ସୁଭଦ୍ରା କିସ୍ତି ଟଙ୍କା ପାଇଥିଲେ । ଉଭୟ ସ୍ୱାମୀ-ସ୍ତ୍ରୀ ମଦ୍ୟପାନ କରିବା ପରେ ଗିରିଶ ଆହୁରି ମଦ ପାଇଁ ଟଙ୍କା ମାଗିଥିଲେ । ମାତ୍ର କୌଶଲ୍ୟା ଟଙ୍କା ନଦେବାରୁ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡରୁ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି ।