ନୂଆଦିଲ୍ଲୀ: ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯିବାକୁ ଥିବା ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଜୁଲାଇ ୨୩ ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜର ସମସ୍ତ ମ୍ୟାଚ୍ ହରାରେ ସ୍ପୋର୍ଟସ କ୍ଲବରେ ଖେଳାଯିବ। ଗତ ଦୁଇଟି ସିରିଜରେ ପରାଜୟର ସାମ୍ନା କରିବା ପରେ ଏବେ ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ପ୍ରଥମ ସିରିଜ୍ ବିଜୟ ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ।
କେଉଁ ଟିଭି ଚ୍ୟାନେଲ୍ରେ ହେବ ପ୍ରସାରଣ ?
ଏଥର ଭାରତ-ଜିମ୍ବାବୱେ ସିରିଜର ପ୍ରସାରଣ ସାଧାରଣତଃ ଦେଖାଯାଉଥିବା ସୋନି ସ୍ପୋର୍ଟସ କିମ୍ବା ଷ୍ଟାର ସ୍ପୋର୍ଟସ ଚ୍ୟାନେଲ୍ରେ ହେବ ନାହିଁ। ଏହି ସିରିଜ୍ର ସିଧାସଳଖ ପ୍ରସାରଣ ‘ୟୁନାଇଟ୍ ୮ ସ୍ପୋର୍ଟସ’ (Unite 8 Sports) ଚ୍ୟାନେଲ୍ରେ କରାଯିବ। ସୂଚନାଯୋଗ୍ୟ ଯେ, ଏହି ଚ୍ୟାନେଲରେ ପୂର୍ବରୁ ଫିଫା ବିଶ୍ୱକପ୍ର ମଧ୍ୟ ସଫଳ ପ୍ରସାରଣ ହୋଇସାରିଛି।
Also Read: ICC ODI Rankings: ଶୀର୍ଷ ୫ ଜଣଙ୍କ ମଧ୍ୟରେ ତିନି ଭାରତୀୟ ବ୍ୟାଟର, କୋହଲି-ରୋହିତଙ୍କ ଜଲୱା ଜାରି
ମାଗଣାରେ କେମିତି ଦେଖିବେ ମ୍ୟାଚ୍ ?
ଯଦି ଆପଣ ବିନା କୌଣସି ଶୁଳ୍କରେ ଏହି ସିରିଜର ମଜା ନେବାକୁ ଚାହୁଁଛନ୍ତି, ତେବେ ଡିଡି ଫ୍ରି ଡିଶ୍ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର। ଡିଡି ସ୍ପୋର୍ଟସ ଚ୍ୟାନେଲ୍ରେ ସମ୍ପୂର୍ଣ୍ଣ ମାଗଣାରେ ସବୁ ମ୍ୟାଚର ସିଧାସଳଖ ପ୍ରସାରଣ ଉପଲବ୍ଧ ହେବ। ଏହା ବ୍ୟତୀତ ଯେଉଁ ଗ୍ରାହକଙ୍କ ନିକଟରେ ଜିଓଫାଇବର (JioFiber) ସଂଯୋଗ ରହିଛି, ସେମାନେ ମଧ୍ୟ ମାଗଣାରେ ୟୁନାଇଟ୍ ୮ ଚ୍ୟାନେଲ୍ ଦେଖିପାରିବେ।
ଅନଲାଇନ୍ ଷ୍ଟ୍ରିମିଂ
ଅନଲାଇନ୍ରେ ମ୍ୟାଚ୍ ଦେଖିବାକୁ ଚାହୁଁଥିବା କ୍ରିକେଟ୍ ପ୍ରେମୀ ଫ୍ୟାନ୍କୋଡ୍ (FanCode) ଆପ୍ରେ ଲାଇଭ୍ ଷ୍ଟ୍ରିମିଂ ଦେଖିପାରିବେ। ତେବେ ଏଥିପାଇଁ ପ୍ରତି ମ୍ୟାଚ୍ ପିଛା ୩୫ ଟଙ୍କାର ମ୍ୟାଚ୍ ପାସ୍ କ୍ରୟ କରିବାକୁ ପଡ଼ିବ।
