ଫ୍ଲୋରିଡା, ୨/୧୧ : ଭୟଙ୍କର ବିମାନ ଦୁର୍ଘଟଣା । ମଝି ଆକାଶରୁ ଖସି ପଡିଲା ବିମାନ । ଜୀବନ ହାରିଲେ ୯ ଯାତ୍ରୀ । ଏପରି ଅଭାବନୀୟ ଘଟଣା ଘଟିଛି ଆମେରିକାର ଫ୍ଲୋରିଡାରେ । ଏଠାରେ ଏକ ବିଜିନେସ୍ ଜେଟ୍ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ବସିଥିବା ସମସ୍ତ ଯାତ୍ରୀ ପ୍ରାଣ ହରାଇଛନ୍ତି । ଏନେଇ ଆମେରିକାର ପରିବହନ ସଚିବ ସନ୍ ଡଫି ସ୍ପଷ୍ଟ କରିଛନ୍ତି ।

ରିପୋର୍ଟ ଅନୁସାରେ, ଲିୟରଜେଟ୍ ୬୦ ବିମାନଟି ଟେକସାସର ଅଷ୍ଟିନରୁ ବାହାମାସ୍ ଆସୁଥିଲା । ଏହି ସମୟରେ ବିମାନରେ କୌଣସି ତ୍ରୁଟି ପରିଲକ୍ଷିଚ ହୋଇଥିଲା । ଫଳରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାରେ ଖସି ପଡିଥିଲା । ତେବେ କେଉଁ କାରଣରୁ ଏହା ଦୁର୍ଘଟଣାଗ୍ରସ୍ତ ହୋଇଛି ସେନେଇ ତଦନ୍ତ ଚାଲିଛି ।

Also Read :- ବାଂଲାଦେଶରେ ପୁଣି ହିଂସା : ପୋଲିସକୁ ଆକ୍ରମଣ, ଜାଳିଦେଲେ ଥାନା

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ରାସ୍ତାରେ ଖସି ପଡିବା ପରେ ବିମାନରେ ନିଆଁ ଲାଗିବା ସହ ବିସ୍ଫୋରଣ ହୋଇଥିଲା । ଏଥିରୁ କିଛି ଘର ଅଳ୍ପକେ ବର୍ତ୍ତି ଯାଇଛନ୍ତି । ନଚେତ ମୃତ୍ୟୁସଂଖ୍ୟା ଆହୁରି ଅଧିକ ହୋଇଥାନ୍ତା । କିନ୍ତୁ ଦୁର୍ଘଟଣାପରେ ରାସ୍ତାରେ ନିଆଁ ପିଣ୍ଡୁଳା ଦେଖିବାକୁ ମିଳିଥିଲା ।

ଫେଡେରାଲ ଆଭିଏସନ୍ ମୁତାବିକ, ବିମାନରେ କେଉଁମାନେ ବସିଥିଲେ ସେନେଇ କିଛି ସ୍ପଷ୍ଟ କରାଯାଇ ନାହିଁ । ସେମାନଙ୍କ ତଥ୍ୟ ଖୋଜା ଚାଲିଛି । ଖୁବ୍ ଶୀଘ୍ର ଚିହ୍ନଟ ପରେ ପରିବାର ଲୋକଙ୍କୁ ସୂଚନା ଦିଆଯିବ ।