ବେଙ୍ଗାଲୁରୁ ୦୮।୦୩ : କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରୁ ଆସିଛି ଏକ ଆଶ୍ଚର୍ଯ୍ୟକର ଘଟଣା  । ଯେଉଁଠି ଜଣେ ମହିଳା ବାସୀ ସମ୍ବର ଦେବା ପଡ଼ିଛି ମହଙ୍ଗା । ସାମାନ୍ୟ ସମ୍ବର ପାଇଁ ଚାଲିଯାଇଛି ମହିଳାଙ୍କ ଜୀବନ ।ଏହି ଘଟଣାଟି ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଏ ଖବର ବି ପଢନ୍ତୁ:-ସରଣ୍ଡା ଜଙ୍ଗଲରେ ମାଓବାଦୀ-ସୁରକ୍ଷାକର୍ମୀ ମୁହାଁମୁହିଁ, ଖସିଗଲା ହାର୍ଡକୋର ମାଓବାଦୀ ମିଶ୍ରି ବିର୍ସା

ଖବର ଅନୁଯାୟୀ, ୨୭ ବର୍ଷୀୟ କାବ୍ୟା । ପାଞ୍ଚ ବର୍ଷ ତଳେ ରଙ୍ଗାସ୍ୱାମୀ ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ । ବିବାହକୁ ପାଞ୍ଚ ବର୍ଷ ବିତିଥିବା ବେଳେ ତାଙ୍କର ଏକ ଶିଶୁ ମଧ୍ୟ ଅଛି । ରାତ୍ରୀ ଭୋଜନ ପାଇଁ କାବ୍ୟା ସାମ୍ବର ପ୍ରସ୍ତୁତ କରିଥିଲେ। ସେ ସମାନ ସାମ୍ବରକୁ ଗରମ କରି ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ ପାଇଁ ବାରମ୍ବାର ସ୍ୱାମୀଙ୍କୁ ଦେଉଥିଲେ। ଯେଉଁଥିରେ ସ୍ୱାମୀ ରାଗିଯିବା ସହ ବିରୋଧ ମଧ୍ୟ କରିଥିଲେ । ଏପରିକି ବାସୀ ସାମ୍ବାରକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ହୋଇଥିଲା । ଦେଖୁ ଦେଖୁ ବିବାଦ ଉଗ୍ରରୂପ ନେଇଥିଲା । ଶେଷରେ ମହିଳା ଜଣଙ୍କ କୀଟନାଶକ ପିଇ ଦେଇଥିଲେ ।

ଏ ଖବର ବି ପଢନ୍ତୁ:-ଭାରତକୁ ସୁଧାରିବାକୁ ହେବ ଏହି ତିନି ଭୁଲ ! ନହେଲେ ଫାଇନାଲରେ ହାରିଯିବ ଟିମ୍ ଇଣ୍ଡିଆ

ତେବେ କୀଟନାଷକ ପିଇଥିବାରୁ କାବ୍ୟା ବାରମ୍ବାର ବାନ୍ତି କରିବାକୁ ଲାଗିଥିଲେ । ଯାହାକୁ ନେଇ ପରିବାର ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା ।  ଏହାପରେ ପରିବାର ଲୋକ ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ କାବ୍ୟାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସ ମଧ୍ୟ ଘଟଣା ସଂପର୍କରେ ଜାଣି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏହାସହ ଛାନ୍‌ଭିନ୍‌ ମଧ୍ୟ ଆରମ୍ଭ କରିଛି ।