ଅହମ୍ମଦାବାଦ, ୦୮ /୦୩: କିଛି ଘଣ୍ଟାର ଅପେକ୍ଷା । ଆରମ୍ଭ ହେବ ମହା ସମର । ଟି୨୦ ବିଶ୍ୱକପର ମହା ମୁକାବିଲା । ସୁପର ସଣ୍ଡେରେ ସୁପର୍ ଫାଇଟ୍ । ଅହମ୍ମଦବାଦାରେ ଟି୨୦ ବିଶ୍ୱକପ୍ ଟାଇଟଲ୍ ଟକ୍କର । ମଇଦାନରେ ଭାରତ ଏବଂ ନ୍ୟୁଜିଲାଣ୍ଡ । କେହି କାହାରିକୁ ଛାଡିବାକୁ ନାରାଜ । ଇତିହାସ ଲେଖିବାକୁ ଅନେଇ ବସିଛି ମେନ୍ ଇନ୍ ବ୍ଲୁ । ଭାରତର ଆଶାକୁ ଭାଙ୍ଗିବାକୁ କିଓ୍ୱି ଟିମ୍ ର ଟାର୍ଗେଟ୍ ।

ଏହି ଖବରଟି ପଢନ୍ତୁ... ଶସ୍ତାରେ ସୁନା ଦେଉଛି ଦୁବାଇ, ମିଳୁଛି ଜବରଦସ୍ତ ଅଫର, କିନ୍ତୁ ଭାରତ ପାଇଁ ଖରାପ ଖବର...ଜାଣନ୍ତୁ କାହିଁକି ?

ଦୁଲୁକିବ ନରେନ୍ଦ୍ର ମୋଦୀ ଷ୍ଟାଡିୟମ । ଶୁଭିବ ଇଣ୍ଡିଆ ଇଣ୍ଡିଆ ନାରା । ଲକ୍ଷାଧିକ ଫ୍ୟାନ୍ସ ମେନ୍ ଇନ୍ ବ୍ଲୁ କୁ କରିବେ ଉତ୍ସାହିତ । ସୂର୍ଯ୍ୟସେନାର ବିଜୟକୁ ଅନାଇ ବସିଛନ୍ତି ଶହେ କୋଟି ଭାରତୀୟ । ସେପଟେ ନ୍ୟୁଜିଲାଣ୍ଡକୁ ହରାଇବା ସହଜ ନୁହେଁ । ରେକର୍ଡକୁ ଦେଖିଲେ ଭାରତ କିଓ୍ୱି ଟିମ୍ ଠୁ ଦୁର୍ବଳ । ଭାରତ ଚଳିଚ ଟୁର୍ଣ୍ଣାମେଣ୍ଟରେ ଅନେକ ଭୁଲ କରିଛି । ଯାହା ଫାଇନାଲରେ ଅଡୁଆ ବଡାଇପାରେ । ଏସବୁ ଭୁଲ୍ ଏବଂ ତ୍ରୁଟିକୁ ସୁଧାରିଲା ଫାଇନାଲ ଜିତିବା ସହଜ ହୋଇଯିବ ।

ବ୍ୟାଟିଂ ଅର୍ଡରରେ ପରିବର୍ତ୍ତନ

ଦଳରେ ଏବେ ଓପନିଂ କରୁଛନ୍ତି ଅଭିଷେକ ଶର୍ମା ଏବଂ ସଞ୍ଜୁ ସାମସନ । ଫାଇନାଲରେ ଅଭିଷେକଙ୍କୁ ଖେଳାଇବା ଏବେସୁଦ୍ଧା ସ୍ପଷ୍ଟ ନୁହେଁ । ସେ ଫର୍ମରେ ନାହାଁନ୍ତି । ଗୋଟିଏ ମ୍ୟାଚ୍ ଛାଡି ସବୁଥିରେ ବିଫଳ ହୋଇଛନ୍ତି । ତେଣୁ ବ୍ୟାଟିଂ ଅର୍ଡରରେ ପରିବର୍ତ୍ତନ କରାଯାଇପାରେ । ସଞ୍ଜୁ ଏବଂ ଇଶାନ କିଷାନ ଓପନିଂ କରିଲେ ଭଲ ସ୍କୋର ହେଉଛି । ତିନି ନମ୍ବରରେ ସୂର୍ଯ୍ୟ ଏବଂ ଚାରି ନମ୍ବରରେ ତିଲକ ଭଲ ଅଫ୍ସନ୍ ହେବେ । ସେହିପରି ଶେଷରେ ଶିବମ ଦୁବେ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ବ଼ଡ ସ୍କୋରରେ ପହଁଚାଇପାରିବେ ।

ନ୍ୟୁଜିଲାଣ୍ଡର ସ୍ପିନ୍ ବୋଲିଂ ପାଇଁ ଖାସ୍ ରଣନୀତି

ନ୍ୟୁଜିଲାଣ୍ଡ ଦଳରେ ଭଲ ବ୍ୟାଟର ଏବଂ ବୋଲର ଅଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାରତରେ ଆଇପିଏଲ ଖେଳୁଛନ୍ତି । କିଓ୍ୱି ଟିମ୍ ପାଖରେ ମିଚେଲ୍ ସାଣ୍ଟନର ଏବଂ ଇସ୍ ସୋଢିଙ୍କ ଭଳି ଭଲ ସ୍ପିନର ଅଛନ୍ତି । ଯେଉଁମାନେ ଭାରତୀୟ ବ୍ୟାଟର ସୂର୍ଯ୍ୟ କୁମାର ଏବଂ ତିଲକ ବର୍ମାଙ୍କୁ ଅଡୁଆ କରିପାରନ୍ତି । ଏହି ଦୁଇ ବୋଲରଙ୍କୁ ମିଡିଲ ଅର୍ରରେ ଭାରତୀୟ ବ୍ୟାଟର ସାମ୍ନା କରିବେ । ଯଦି ପ୍ରହାର ନକରି ସଠିକ ରନ୍ ନେବାରେ ଭାରତୀୟ ବ୍ୟାଟର ସଫଳ ହେବେ ତାହାଲେ ଦୁଇ ସ୍ପିନର ପ୍ରଭାବହୀନ ସାବ୍ୟସ୍ତ ହୋଇଯିବେ ।

୨୦୨୩ର ଅହମ୍ମଦାବାଦ ପିଚ୍

୨୦୨୩ରେ ଭାରତ ଅହମ୍ମଦାବିଚରେ ବିଶ୍ୱକପ୍ ଫାଇନାଲ ଖେଳିଥିଲା । ମୁକାବିଲାରେ ଟିମ୍ ଅଷ୍ଟ୍ରେଲିଆଠୁ ପରାସ୍ତ ହୋଇଥିଲା । ଭାରତୀୟ ଦଳ ପିଚ୍ କୁ ସଠିକ ପଢିପାରିନଥିଲା । ଅନ୍ୟ ଦିଗରେ ଚଳିତ ଟି୨୦ ବିଶ୍ୱକପ୍ ଫାଇନାଲ ପୂର୍ବରୁ କିଓ୍ୱି ଅଧିନାୟକ ସାଣ୍ଟନର୍ ପିଚ୍ ଫଟୋ ଉଠାଇଛନ୍ତି । ଭାରତୀୟ ଦଳ ୨୦୨୩ରେ କରିଥିବା ଭୁଲ୍ କଲେ ଖୁବ୍ ମହଙ୍ଗା ପଡିବ । ତେଣୁ ଭାରତୀୟ ଅଧିନାୟକ ଏବଂ କୋଚ୍ ଗୌତମ ଗମ୍ଭୀର ପିଚକୁ ଅନୁଧ୍ୟାନ କରି ସେହି ହିସାବରେ ରଣନୀତି ପ୍ରସ୍ତୁତ କରିବେ ।