ନୂଆଦିଲ୍ଲୀ: କଟ୍ଟପା ନେ ବାହୁବଲୀ କୋ କ୍ୟୁଁ ମାରା। ଏହି ପ୍ରଶ୍ନ ଯେମିତି ବାହୁବଳୀ ୨  ରିଲିଜ୍ ହେବା ପୂର୍ବରୁ ସିନେ ପ୍ରେମୀଙ୍କ ମନରେ ରହିଥିଲା, ଠିକ୍ ସେହିପରି ରୋହିତ ଶର୍ମା ଆଗାମୀ ଦିନିକିଆ ବିଶ୍ଵକପ୍ ଖେଳିବେ କି ନାହିଁ, ସେହି ପ୍ରଶ୍ନ ଏବେ ବି କ୍ରିକେଟ୍ ପ୍ରେମୀଙ୍କ ମନରେ ଉଙ୍କି ମାରୁଛି। ହିଟ୍ ମ୍ୟାନ୍ ଟି-୨୦ ଏବଂ ଟେଷ୍ଟ ଫର୍ମାଟରୁ ଅବସର ନେଇ ସାରିଛନ୍ତି। ସଂପ୍ରତି ସେ କେବଳ ଦିନିକିଆ ଫର୍ମାଟରେ ସକ୍ରିୟ ଅଛନ୍ତି। କିଛି ମାସ ପୂର୍ବରୁ ତାଙ୍କୁ ଦିନିକିଆ ଦଳରୁ ବାଦ୍ ଦେବାକୁ ଏବଂ ଦିନିକିଆ ବିଶ୍ଵ କପ୍ ଯୋଜନାରୁ ବାହାର କରିବାକୁ ଚୟନକର୍ତ୍ତା ଅଣ୍ଟା ଭିଡ଼ିଥିଲେ। ହେଲେ ପରିଦୃଶ୍ୟରେ ପରିବର୍ତ୍ତନ ଆସିଛି। ହିଟ ମ୍ୟାନ୍ ନିନ୍ଦୁକ, ସମାଲୋଚକ ସମସ୍ତଙ୍କୁ ନିଜ ବ୍ୟାଟ୍ ଜରିଆରେ ଜବାବ ଦେଇ ସାରିଛନ୍ତି। ଏବେ ବି ତାଙ୍କ ନିକଟରେ ଅନେକ କ୍ରିକେଟ୍ ବାକି ରହିଥିବା ସନ୍ଦେଶ ଦେଇ ସାରିଛନ୍ତି। ଗତ ସିରିଜରେ ରୋହିତ ଦମଦାର ଫର୍ମରେ ଥିଲେ ଏବଂ ବର୍ତ୍ତମାନ ସେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏହା ମଧ୍ୟରେ ତାଙ୍କର ଏକ ଭିଡିଓ ଭାଇରାଲ୍ ହୋଇଛି।

Also Read: ଚେନ୍ନାଇ ନୁହେଁ, ହାର୍ଦ୍ଦିକଙ୍କୁ କ୍ୟାପ୍ଟେନ୍ କରିବ ଏହି IPL ଟିମ୍ ! ସତ କହିଦେଲେ ଅଶ୍ୱିନ

ଚଳିତ ବର୍ଷ ରୋହିତ ଶର୍ମାଙ୍କୁ ଦିନିକିଆ ଅଧିନାୟକ ପଦରୁ ହଟାଯାଇ ଶୁଭମନ ଗିଲଙ୍କୁ ନୂଆ ଅଧିନାୟକ ନିଯୁକ୍ତ କରାଯାଇଥିଲା। ବିଶ୍ଵକପରେ ଟିମ୍ ଇଣ୍ଡିଆର ନେତୃତ୍ଵ ନେବା ପାଇଁ ଚୟନକର୍ତ୍ତା ଏବଂ ଦଳ ପ୍ରବନ୍ଧକ ଗିଲଙ୍କୁ ପ୍ରସ୍ତୁତି କରାଉଛନ୍ତି। ଯେତେବେଳେ ରୋହିତ ଶର୍ମା ଇଂଲଣ୍ଡ ଗସ୍ତରେ ପ୍ରଥମେ ଦୁଇଟି ଦିନିକିଆ ଫେଲ୍ ମାରିଲେ, ତୁରନ୍ତ ଖବର ଆସିଲା ଯେ, ଲର୍ଡ୍ସ ମ୍ୟାଚ୍ ରୋହିତଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଶେଷ ମ୍ୟାଚ୍ ହେବ। ହେଲେ ହିଟମ୍ୟାନ୍ ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଐତିହାସିକ ଶତକୀୟ ଇନିଂସ ଖେଳିଥିଲେ। ସମସ୍ତ କଳ୍ପନା ଜଳ୍ପନା ମଧ୍ୟରେ ଖୋଦ୍ ବିସିସିଆଇର ସଚିବ ଦେବଜିତ ସାଇକିଆ ରୋହିତଙ୍କ ଖେଳିବା ନେଇ ସ୍ଫଷ୍ଟ କରିଥିଲେ। ସେ କହିଥିଲେ, ରୋହିତ ଦିନିକିଆ ଦଳର ଅଭିନ୍ନ ଅଙ୍ଗ।

ରୋହିତଙ୍କ ଭିଡିଓ ଭାଇରାଲ୍

ରୋହିତ ଶର୍ମାଙ୍କ ବର୍ତ୍ତମାନ ଯେଉଁ ଭିଡିଓ ଭାଇରାଲ୍ ହେଉଛି ତାହା ତାଙ୍କର ଶୋ Family Full House with Rohit Sharmaକୁ  ନେଇ ରହିଛି। ଭିଡିଓରେ ରୋହିତଙ୍କୁ ପ୍ରଶ୍ନ ହୋଇଥିଲା ଯେ, ଜରୁରୀକାଳୀନ ସ୍ଥିତିରେ ଆପଣ କାହାକୁ କଲ୍ କରିବେ ଗିଲ୍ ନା ଆୟର ? ଏହା ଉପରେ ରୋହିତ କହୁଛନ୍ତି ଉଭୟ ତ ଅଧିନାୟକ। ଶୁଭମନ ଗିଲ୍ ଏବେ ମୋ ଅଧିନାୟକ। ୨୦୨୭ ଦିନିକିଆ ବିଶ୍ଵକପ୍ ମୋତେ ଖେଳିବାର ଅଛି। ତେଣୁ ଗିଲଙ୍କୁ ଖୁସି କରିବାକୁ ପଡ଼ିବ।

ଏହା ପରେ ରୋହିତ ମଜାଳିଆ ଢଙ୍ଗରେ କହିଛନ୍ତି, ଦିନିକିଆ ବିଶ୍ଵକପ୍ ପରେ ଟି-୨୦କୁ ପ୍ରତ୍ୟାବର୍ତ୍ତନ କରିବାକୁ ହେଲେ ଶ୍ରେୟସ ଆୟରଙ୍କୁ ଖୁସି କରିବାକୁ ପଡ଼ିବ। ଉଲ୍ଲେଖନୀୟ ରୋହିତଙ୍କ ନେତୃତ୍ଵରେ ଭାରତୀୟ ଦଳ ୨୦୨୪ ଟି-୨୦ ବିଶ୍ଵକପ୍ ଜିତିଥିଲା। ଏହା ପରେ ୨୦୨୫ ଚାମ୍ପିଅନ୍ସ ଟ୍ରଫି ନିଜ ନାଁରେ କରିଥଲା ଭାରତ।

Also Read: ଚତୁର୍ଥ ଟି-୨୦ରେ ପ୍ଲେଇଙ୍ଗ XIରୁ ବାଦ୍ ପଡ଼ି ପାରନ୍ତି ଭୁବନେଶ୍ଵର କୁମାର, କାରଣ କହିଲେ ଅଶ୍ଵିନ

ସୂଚନାଯୋଗ୍ୟ, ସଂପ୍ରତି ଭାରତୀୟ ଦଳ ନ୍ୟୁଜିଲାଣ୍ଡ ଗସ୍ତରେ ରହିଛି। ଦଳ ଘରୋଇ ଦଳ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳୁଛି। ଭାରତ ଚମତ୍କାର ପ୍ରଦର୍ଶନ କରି ସିରିଜରେ ୩-୦ରେ ଆଗୁଆ ରହିଛି। ଟି-୨୦ ସିରିଜ୍ ପରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ। ନଭେମ୍ବର ୪ରେ ପ୍ରଥମ ମ୍ୟାଚ୍ ଖେଳାଯିବ। ଏହି ସିରିଜ୍ ପାଇଁ ରୋହିତ ଶର୍ମା ଓ ବିରାଟ କୋହଲି ପ୍ରସ୍ତୁତି ଜୋରଦାର ଚଳାଇଛନ୍ତି।