ଭୁବନେଶ୍ୱର ୦୪।୦୨ : ଶିକ୍ଷକଙ୍କ ପାଇଁ ଉଚ୍ଚସ୍ତରୀୟ କମିଟି ପୁନଃଗଠିତ । ଶିକ୍ଷକ ଓ ଅଧ୍ୟାପକଙ୍କ ଦାବି ପାଇଁ ପୁନଃଗର୍ଠିତ ହେଲା ଉଚ୍ଚସ୍ତରୀୟ କମିଟି । ଅବସରପ୍ରାପ୍ତ IAS ଅଶୋକ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି କମିଟି। ୫ ଜଣ ସଦସ୍ୟଙ୍କୁ ନେଇ ପୁନଃଗଠିତ ହୋଇଛି ଏହି ଉଚ୍ଚସ୍ତରୀୟ କମିଟି।

ସେହିପରି ଏହି କମିଟିର ଅବସରପ୍ରାପ୍ତ IAS ସୁଦର୍ଶନ ନାଏକ ସହ ଅଧ୍ୟକ୍ଷ ରହିବେ । ଏହାସହ ସ୍ବତନ୍ତ୍ର ଶାସନ ସଚିବ ଶାନ୍ତନୁ ସାହୁ, ଅବସରପ୍ରାପ୍ତ OES ସନାତନ ପଣ୍ଡା ସଦସ୍ୟ, ବଲାଙ୍ଗିର ସରକାରୀ ମହିଳା ମହାବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ ମନୋରଞ୍ଜନ ମିଶ୍ର ସଦସ୍ୟ ରହିଛନ୍ତି। ଶିକ୍ଷକ ଓ ଅଧ୍ୟାପକଙ୍କ ଦାବି ଶୁଣିବା ୬ ମାସ ମଧ୍ୟରେ ଏହି କମିଟି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବ ।