ଭୁବନେଶ୍ୱର ୧୯।୧୧ : ବାତ୍ୟା ‘ଅକ୍ୱାନ୍’ ପ୍ରଭାବରେ ବଢ଼ିପାରେ ରାଜ୍ୟର ବିଭିନ୍ନ ନଦୀର ଜଳସ୍ତର। ନଦୀ ଅବବାହିକା ଅନୁସାରେ ବର୍ଷାର ଆକଳନ ଜାରି କରାଯାଇଛି। ଋଷିକୂଲ୍ୟା ଅବବାହିକାରେ ସର୍ବାଧିକ ୭୬ରୁ ୧୦୦ ମିଲିମିଟର ବର୍ଷା ହୋଇପାରେ। ସେହିପରି ନାଗାବଳୀ ଓ ବଂଶଧାରା ଅବବାହିକାରେ ୫୧ରୁ ୭୫ ମିଲିମିଟର ବର୍ଷା ଆକଳନ କରାଯାଇଛି।

ବାତ୍ୟା ‘ଅକ୍ୱାନ୍’କୁ ନେଇ ବଢ଼ିଲା ନଦୀ ଅବବାହିକାରେ ବର୍ଷା ଚିନ୍ତା। ବିଭିନ୍ନ ନଦୀ ଅବବାହିକା ପାଇଁ ବର୍ଷାର ଆକଳନ ଜାରି ହୋଇଛି। ବୈତରଣୀ ଓ ଲୋୟର ବ୍ରାହ୍ମଣୀ ଅବବାହିକାରେ ୨୬ରୁ ୩୭ ମିଲିମିଟର ବର୍ଷା ହୋଇପାରେ। ବୁଢ଼ାବଳଙ୍ଗ ଓ ଲୋୟର ମହାନଦୀ ଅବବାହିକାରେ ୩୮ରୁ ୫୦ ମିଲିମିଟର ବର୍ଷା ଆକଳନ କରାଯାଇଛି।

Also Read:-ମ୍ୟାଚ୍ ମଝିରେ ରାଗିଗଲେ ଗିଲ୍, ଅମ୍ପାୟାରଙ୍କ ସହ ଯୁକ୍ତିତର୍କ ! ହେଲେ କାହିଁକି ଏତେ ରାଗ ?

ସେହିପରି ନାଗାବଳୀ ଓ ବଂଶଧାରା ଅବବାହିକାରେ ୫୧ରୁ ୭୫ ମିଲିମିଟର ବର୍ଷା ହୋଇପାରେ। ଋଷିକୂଲ୍ୟା ଅବବାହିକାରେ ୭୬ରୁ ୧୦୦ ମିଲିମିଟର ଯାଏଁ ବର୍ଷା ଆକଳନ ରହିଛି। ଅନ୍ୟପଟେ ଶାବରୀ ଓ ସୁବର୍ଣ୍ଣରେଖା ଅବବାହିକାରେ ୨୬ରୁ ୩୭ ମିଲିମିଟର ଏବଂ ଅପର ବ୍ରାହ୍ମଣୀ ଅବବାହିକାରେ ମାତ୍ର ୧ରୁ ୧୦ ମିଲିମିଟର ବର୍ଷା ହୋଇପାରେ।

ଏପଟେ ଆସନ୍ତାକାଲି ପାଇଁ ମଧ୍ୟ ବର୍ଷାର ଆକଳନ ଜାରି ହୋଇଛି। ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀ ଅବବାହିକାରେ ୩୮ରୁ ୫୦ ମିଲିମିଟର ବର୍ଷା ହୋଇପାରେ। ଅନ୍ୟ ନଦୀ ଅବବାହିକାଗୁଡ଼ିକରେ ୧୧ରୁ ୨୫ ମିଲିମିଟର ବର୍ଷା ଆକଳନ ରହିଛି। ଏହି ବର୍ଷା ଯୋଗୁଁ ନଦୀଗୁଡ଼ିକର ଜଳସ୍ତର ବଢ଼ିବାର ସମ୍ଭାବନା ଥିବାରୁ ସ୍ଥିତି ଉପରେ ନଜର ରହିଛି।