Hero Flex-Fuel Motorcycle: ପ୍ରଥମ ଫ୍ଲେକ୍ସ-ଫ୍ୟୁଲ ମୋଟରସାଇକେଲ ଲଞ୍ଚ କରିବ ଭାରତର ସର୍ବବୃହତ ଦୁଇଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ। ଜୁନ୍ ୩ ତାରିଖରେ ଭାରତୀୟ ବଜାରରେ ଏହା ଲଞ୍ଚ ହେବ। କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଓ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଲଞ୍ଚ ଇଭେଣ୍ଟ ଯୋଗ ଦେଇ ଏହି ବାଇକ ଲଞ୍ଚ କରିବେ।

ଫ୍ଲେକ୍ସ-ଫ୍ୟୁଏଲ୍ ଗାଡ଼ି (Flex-Fuel Vehicle) କ’ଣ?

ଫ୍ଲେକ୍ସ-ଫ୍ୟୁଲ୍ ଗାଡ଼ିଗୁଡ଼ିକରେ ଏମିତି ଏକ ଆଧୁନିକ ଇଣ୍ଟରନାଲ୍ କମ୍ବସନ ଇଞ୍ଜିନ (Internal Combustion Engine) ବ୍ୟବହାର କରାଯାଇଥାଏ, ଯାହା ପେଟ୍ରୋଲ ଏବଂ ଇଥାନଲ୍ର ଯେକୌଣସି ମିଶ୍ରଣରେ ଚାଲିପାରେ। ଏହା E85 (୮୫ ପ୍ରତିଶତ ଇଥାନଲ୍ ମିଶ୍ରଣ) କିମ୍ବା ତା’ଠାରୁ ଅଧିକ ମିଶ୍ରିତ ଇନ୍ଧନରେ ସହଜରେ ଚାଲିବାକୁ ସକ୍ଷମ।

ବର୍ତ୍ତମାନ ଭାରତୀୟ ବଜାରରେ ଉପଲବ୍ଧ ଅଧିକାଂଶ ଗାଡ଼ି କେବଳ E20 (୨୦ ପ୍ରତିଶତ ଇଥାନଲ୍ ମିଶ୍ରଣ) ଇନ୍ଧନ ଉପଯୋଗୀ। କିନ୍ତୁ ଭବିଷ୍ୟତରେ ଫ୍ଲେକ୍ସ-ଫ୍ୟୁଏଲ୍ ଗାଡ଼ିଗୁଡ଼ିକ ମାଧ୍ୟମରେ ଦେଶକୁ ସମ୍ପୂର୍ଣ୍ଣ E100 (୧୦୦ ପ୍ରତିଶତ ଇଥାନଲ୍) ଇନ୍ଧନ ଉପଯୋଗୀ କରିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି।

Also Read- ଅଧିକ ମାଇଲେଜ ଦେଉଥିବା ବାଇକ୍ Hero Super Splendor XTEC 2.0 ଲଞ୍ଚ; ଦାମ କମ, ଫିଚର୍ସ ଅଧିକ

କେଉଁ ମଡେଲ୍ ଉପରେ ଆଧାରିତ ହେବ ହୀରୋର ଏହି ବାଇକ୍?

ହୀରୋ ମୋଟୋକର୍ପ ପକ୍ଷରୁ ଏହି ଆଗାମୀ ଫ୍ଲେକ୍ସ-ଫ୍ୟୁଲ୍ ବାଇକର ନାଁ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ପ୍ରକାଶ କରାଯାଇ ନାହିଁ। ତେବେ ଶିଳ୍ପ ଜଗତର ବିଭିନ୍ନ ରିପୋର୍ଟ ଅନୁଯାୟୀ, ଏହି ପ୍ରଥମ ମଡେଲ୍ଟି କମ୍ପାନୀର ସବୁଠାରୁ ଲୋକପ୍ରିୟ କମ୍ୟୁଟର ବାଇକ୍ 'ସ୍ପ୍ଲେଣ୍ଡର' (Splendor) କିମ୍ବା 'ଏଚ୍ଏଫ୍ ଡିଲକ୍ସ' (HF Deluxe) ପ୍ଲାଟଫର୍ମ ଉପରେ ଆଧାରିତ ହୋଇପାରେ। ଗ୍ରାହକଙ୍କ ମଧ୍ୟରେ ଏହି ଦୁଇଟି ମଡେଲର ବହୁତ ବଡ଼ ଚାହିଦା ଓ ବିଶ୍ୱସନୀୟତା ରହିଛି।

ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଆୟୋଜିତ ହୋଇଥିବା ଭାରତ ମୋବିଲିଟି ଗ୍ଲୋବାଲ୍ ଏକ୍ସପୋ ୨୦୨୫ (Bharat Mobility Global Expo 2025) ରେ ହୀରୋ ମୋଟୋକର୍ପ ପ୍ରଥମ ଥର ପାଇଁ ନିଜର HF Deluxe ର ଏକ ଫ୍ଲେକ୍ସ-ଫ୍ୟୁଏଲ୍ ପ୍ରୋଟୋଟାଇପ୍ (Prototype) ପ୍ରଦର୍ଶିତ କରିଥିଲା, ଯାହା କମ୍ପାନୀର ଏହି ଆଗାମୀ ଯୋଜନା ବିଷୟରେ ସୂଚନା ଦେଇଥିଲା।