Hero Super Splendor XTEC 2.0: ମହଙ୍ଗା ପେଟ୍ରୋଲ ଭିତରେ ଆପଣ ଏକ ଦମଦାର୍ ମାଇଲେଜ୍ ଏବଂ ଆଧୁନିକ ଫିଚର୍ସ ଥିବା ବାଇକ୍ ଖୋଜୁଛନ୍ତି କି ? ତେବେ ଆପଣଙ୍କ ପାଇଁ ଏକ ଭଲ ଖବର। କାରଣହିରୋ ମୋଟୋକର୍ପଭାରତୀୟ ବଜାରରେ ଲଞ୍ଚ୍ କରିଛି ନୂଆ ବାଇକ୍ Hero Super Splendor XTEC 2.0 ଆକର୍ଷଣୀୟ ଲୁକ୍ ଏବଂ ଦମଦାର୍ ମାଇଲେଜ୍ସହ ଏହି ବାଇକ୍ବଜାରରେ ଏକ ନୂଆ ହଲଚଲ୍ ସୃଷ୍ଟି କରିଛି

ହିରୋ ମୋଟୋକର୍ପର ଲୋକପ୍ରିୟ ୧୨୫ ସିସି ସେଗମେଣ୍ଟରେ ନୂଆ ମୋଟରସାଇକେଲ Super Splendor XTEC 2.0 ଲଞ୍ଚ ହେବା ପୁରେ ଭାରତରେ ଦିଲ୍ଲୀରେ ଏହାର ଏକ୍ସ-ଶୋ’ରୁମ୍ ମୂଲ୍ୟ ମାତ୍ର ୮୬,୫୦୦ ଟଙ୍କା ରଖାଯାଇଛି। ମଧ୍ୟବିତ୍ତ ପରିବାର ଏବଂ ଯୁବପିଢ଼ିଙ୍କୁ ଆଖିରେ ରଖି କମ୍ପାନୀ ଏହାକୁ ୫ଟି ଆକର୍ଷଣୀୟ ରଙ୍ଗରେ ଉପଲବ୍ଧ କରାଇଛି।

ଏହି ବାଇକ୍‌ର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହାର ମାଇଲେଜ୍‌। କମ୍ପାନୀର ଦାବି ଅନୁଯାୟୀ, ଆଡଭାନ୍ସଡ୍ ଫ୍ୟୁଏଲ୍ ଇଞ୍ଜେକ୍ସନ୍ (APFI) ଏବଂ i3S ଟେକ୍ନୋଲୋଜି ଯୋଗୁ ଏହା ଲିଟର ପିଛା ୭୨ କିଲୋମିଟରର ଚମତ୍କାର ମାଇଲେଜ୍ ପ୍ରଦାନ କରିବ। ଏଥିରେ ରହିଛି ଶକ୍ତିଶାଳୀ ୧୨୪.୭ ସିସି ସିଙ୍ଗଲ୍ ସିଲିଣ୍ଡର ଇଞ୍ଜିନ୍, ଯାହା ସ୍ମୁଥ୍ ରାଇଡିଂ ଅନୁଭୂତି ଦେଇଥାଏ।

ଟେକ୍ନୋଲୋଜି ମାମଲାରେ ମଧ୍ୟ ବାଇକ୍‌ଟି ବେଶ୍ ଆଗରେ। ଏଥିରେ ବ୍ଲୁଟୁଥ୍ କନେକ୍ଟିଭିଟି ସହ ସମ୍ପୂର୍ଣ୍ଣ ଡିଜିଟାଲ୍ କନସୋଲ୍ ରହିଛି, ଯାହାଦ୍ୱାରା ଚାଳକ କଲ୍ ଏବଂ SMS ଆଲର୍ଟ ଦେଖିପାରିବେ। ଏହା ବ୍ୟତୀତ ମୋବାଇଲ୍ ଚାର୍ଜିଂ ପାଇଁ ଟାଇପ୍-ସି ୟୁଏସବି ପୋର୍ଟ ଏବଂ ସୁରକ୍ଷା ପାଇଁ ଏହି ସେଗମେଣ୍ଟରେ ପ୍ରଥମ ଥର ପାଇଁ ହାଜାର୍ଡ ଲାଇଟ୍ସ ଦିଆଯାଇଛି। କମ୍ ବଜେଟ୍‌ରେ ଦମଦାର୍ ମାଇଲେଜ୍ ଏବଂ ହାଇଟେକ୍ ଫିଚର୍ସର ଏହି ଜୁଗଳବନ୍ଦୀ ଗ୍ରାହକଙ୍କୁ ବେଶ୍ ପସନ୍ଦ ଆସିବ ବୋଲି ଆଶା କରିଛି କମ୍ପାନୀ।