ଲଣ୍ଡନ,୮|୦୬:ରାଗିଗଲେ ଭାରତୀୟ ମହିଳା କ୍ରିକେଟ୍ ଚିମ୍ ଅଧିନାୟକ ହରମନପ୍ରୀତ କୌର । ଧୋନୀଙ୍କ ଷ୍ଟାଇଲରେ ଦେଲେ ଜବାବ । ସାମ୍ବାଦିକଙ୍କ ପ୍ରଶ୍ନ ଶୁଣିଲା ପରେ ଚୁପ୍ ରହିପାରିଲେନି । ଏପରି କିଛି ଦେଖିବାକୁ ମିଳିଛି ଲଣ୍ଡନରେ ଆୟୋଜିତ କ୍ୟାପ୍ଟେନ୍ କାର୍ଣ୍ଣିଭାଲ କାର୍ଯ୍ୟକ୍ରମରେ ।

ରିପୋର୍ଟ ଅନୁସାରେ, କାର୍ଯ୍ୟକ୍ରମରେ ହରମନପ୍ରୀତଙ୍କ ସମେତ ଅନ୍ୟ ଟିମ୍ ର କ୍ୟାପ୍ଟେନ୍ ଥିଲେ । ଏହି ସମୟରେ ୩୭ ବର୍ଶୀୟ ହରମନପ୍ରୀତଙ୍କୁ ଜଣେ ସାମ୍ବାଦିକ ଏହା କଣ ଶେଷ ଟି୨୦ ବିଶ୍ୱକପ୍ ହେବକି ବୋଲି ପ୍ରଶ୍ନ କରିଥିଲେ । ଏହାର ଜବାବରେ ସେ ଏପରି କିଛି କହିଥିଲେ ଯାହା ମାହୋଲକୁ ବଦଳାଇ ଦେଇଥିଲା । ହରମନପ୍ରୀତଙ୍କ ଉତ୍ତର ଶୁଣି କିଛି ଲୋକ ଧୋନୀଙ୍କୁ ମନେ ପକାଇଥିଲେ । ଧୋନୀ ପୂର୍ବରୁ ଏପରି ପ୍ରଶ୍ନର ଅତି ଚତୁରତାର ସହ ଜବାବ ଦେଇଛନ୍ତି ।

କ'ଣ ପଚାରିଲେ ସାମ୍ବାଦିକ ?

ସାମ୍ବାଦିକ ଜଣଙ୍କ ହରମନପ୍ରୀତଙ୍କୁ ଏହା ତାଙ୍କର ଶେଷ ଟି୨୦ ବିଶ୍ୱକପ୍ ହେବ କି ବୋଲି ପ୍ରଶ୍ନ କରିଥିଲେ । ଯାହାର ଜବାବରେ ସେ କହିଥିଲେ ଯେ, କାହିଁକି ଏପରି ପଚାରୁଛନ୍ତି । ଆପଣଙ୍କୁ କଣ ମୁଁ ଖେଳିବା ବନ୍ଦ କରିବା ଦରକାର ବୋଲି ଲାଗୁଚି କି ବୋଲି ଓଲଟା ଭାରତୀୟ ଦଳର ଅଧିନାୟିକା ପଚାରିଥିଲେ । ଏହାପରେ ରିପୋର୍ଟର ଜଣଙ୍କ ଆଦୌ ନୁହେଁ ବୋଲି କହିଥିଲେ । ଶେଷରେ ହରମନପ୍ରୀତ ହସିକରି ଏପରି ପ୍ରଶ୍ନ ଆଉ ପଚାରନ୍ତୁ ନାହିଁ ବୋଲି କହିଥିଲେ । ଯାହା ସେଠାରେ ଏକ ହସର ମାହୋଲ ସୃଷ୍ଟି କରିଥିଲା ।

Also Read :-ଜୁନ୍ ୧୨ରୁ ଆରମ୍ଭ ହେବ ଇତିହାସର ସବୁଠାରୁ ବଡ଼ ମହିଳା ଟି-୨୦ ବିଶ୍ୱକପ୍, ଜାଣନ୍ତୁ କେବେ କେବେ ରହିଛି ଭାରତର ମ୍ୟାଚ୍

ହରମନପ୍ରୀତଙ୍କ ଏହି ଉତ୍ତର ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଅନେକ ପ୍ରଶଂସକ ଏହାକୁ ଧୋନୀଙ୍କ ଷ୍ଟାଇଲ୍ କହୁଛନ୍ତି । କାରଣ ଧୋନୀ ଏପରି କମ୍ ଶବ୍ଦରେ ଜବାବ ରଖୁଥିଲେ । ତେବେ ହରମନପ୍ରୀତ୍ ନିଜର ଉତ୍ତରରେ ଏବେ କେବଳ କ୍ରିକେଟ୍ ଉପରେ ଫୋକସ କରୁଥବା ପରୋକ୍ଷ ଭାବେ ଇଙ୍ଗିତ କରିଛନ୍ତି ।