ନୂଆଦିଲ୍ଲୀ: କ୍ରିକେଟ୍ ପ୍ରେମୀଙ୍କ ଚଳିତ ମାସ ବେଶ ମନୋରଞ୍ଜନ ହେବାକୁ ଯାଉଛି। ଆଗାମୀ ଜୁନ୍ ୧୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ୨୦୨୬ ମହିଳା ଟି-୨୦ ବିଶ୍ୱକପ୍। ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ର ଅଧ୍ୟକ୍ଷ ଜୟ ଶାହ ଏହି ମେଗା ଟୁର୍ନାମେଣ୍ଟକୁ ଇତିହାସର ସବୁଠାରୁ ବଡ଼ ମହିଳା ବିଶ୍ୱକପ୍ ବୋଲି ଅଭିହିତ କରିଛନ୍ତି। ଏହାସହ ସେ ଭାରତ ଓ ପାକିସ୍ତାନ ସମେତ ଭାଗ ନେଉଥିବା ସମସ୍ତ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ସୂଚନାଯୋଗ୍ୟ, ମହିଳା କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ଏହି ବିଶ୍ୱକପରେ ୧୨ଟି ଦଳ ଅଂଶଗ୍ରହଣ କରୁଛନ୍ତି।

ଇଂଲଣ୍ଡ ଓ ୱେଲ୍ସରେ ହେବ ମହାଲଢ଼େଇ

ଏଥର ମହିଳା ଟି-୨୦ ବିଶ୍ୱକପ୍ର ଆୟୋଜନ ମିଳିତ ଭାବେ ଇଂଲଣ୍ଡ ଏବଂ ୱେଲ୍ସ କରୁଛନ୍ତି। ଜୁନ୍ ୧୨ରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ଖେଳାଯିବାକୁ ଥିବାବେଳେ ଜୁଲାଇ ୫ ତାରିଖରେ ଏହାର ଗ୍ରାଣ୍ଡ ଫାଇନାଲ୍ ଅନୁଷ୍ଠିତ ହେବ। ଭାରତୀୟ ମହିଳା କ୍ରିକେଟ୍ ଦଳ ଆଜି ପର୍ଯ୍ୟନ୍ତ କେବେ ବି ଏହି ଟ୍ରଫି ଜିତିବାରେ ସଫଳ ହୋଇନାହିଁ। କିନ୍ତୁ ଏଥର ଅଧିନାୟିକା ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ନୂଆ ଇତିହାସ ରଚିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ।

Also Read: ‘ଆଗ ଲାଇସେନ୍ସ ତ ଆସୁ’, IPL ୨୦୨୬ରେ କାର୍ ଜିତିବା ପରେ ଏଭଳି କହିଲେ ବୈଭବ ସୂର୍ଯ୍ୟବଂଶୀ

ଗ୍ରୁପ୍ ଏ: ଭାରତ, ଅଷ୍ଟ୍ରେଲିଆ, ପାକିସ୍ତାନ, ନେଦରଲ୍ୟାଣ୍ଡସ, ବାଂଲାଦେଶ ଏବଂ ଦକ୍ଷିଣ ଆଫ୍ରିକା।

ଗ୍ରୁପ୍ ବି: ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ୍, ଆୟରଲ୍ୟାଣ୍ଡ ଏବଂ ସ୍କଟଲ୍ୟାଣ୍ଡ।

ଜାଣନ୍ତୁ ଟିମ୍ ଇଣ୍ଡିଆର ପୂରା ସିଡ୍ୟୁଲ୍

ଭାରତୀୟ ଦଳ ବିଶ୍ୱକପ ନିଜର ଅଭିଯାନ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷ ମ୍ୟାଚରୁ ଆରମ୍ଭ କରିବ। ଜୁନ୍ ୧୪ରେ ହେବାକୁ ଥିବା ଏହି ହାଇଭୋଲ୍ଟେଜ୍ ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ରହିବ।

ଜୁନ୍ ୧୪: ଭାରତ ବନାମ ପାକିସ୍ତାନ

ଜୁନ୍ ୧୭: ଭାରତ ବନାମ ନେଦରଲ୍ୟାଣ୍ଡସ

ଜୁନ୍ ୨୧: ଭାରତ ବନାମ ଦକ୍ଷିଣ ଆଫ୍ରିକା

ଜୁନ୍ ୨୫: ଭାରତ ବନାମ ବାଂଲାଦେଶ

ଜୁନ୍ ୨୮: ଭାରତ ବନାମ ଅଷ୍ଟ୍ରେଲିଆ