ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସର ଭବିଷ୍ୟତ କଣ ହେବ ? କଣ ହାର୍ଦ୍ଦିକ ପାଣ୍ଡ୍ୟା ପରବର୍ତ୍ତୀ ସିଜିନରେ ଅଧିନାୟକ ରହିବେ ? ପାଞ୍ଚ ଥରର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଏମିତି କିଛି ପ୍ରଶ୍ନ ଘେରରେ ରହିଛି। କାରଣ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ଵ ସଂପ୍ରତି ବିପଦରେ ରହିଛି। ଏବେ ଭାରତର ପୂର୍ବତନ କ୍ରିକେଟର ସଞ୍ଜୟ ମାଞ୍ଜରେକର ବଡ଼ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଏବେ ହାର୍ଦ୍ଦିକଙ୍କ ମୁମ୍ବାଇ ଇଣ୍ଡିଆନ୍ସରୁ ଯିବାର ସମୟ ଆସି ଯାଇଛି। ଯଶପ୍ରୀତ ବୁମରାଙ୍କୁ ଅଧିନାୟକ ଦାୟିତ୍ଵ ସମ୍ଭାଳିବା ଉଚିତ୍ ବୋଲି ମାଞ୍ଜରେକର କହିଛନ୍ତି।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ହଟାଯାଉ

ସଞ୍ଜୟ ମାଞ୍ଜରେକର କହିଛନ୍ତି, ଯଶପ୍ରୀତ ବୁମରାଙ୍କୁ ସେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ପଦରେ ଦେଖିବାକୁ ଚାହୁଁଛି। କାରଣ ବୁମରା ଖେଳକୁ ବହୁତ ଭଲ ଢଙ୍ଗରେ ବୁଝି ପାରନ୍ତି। ବୁମରାଙ୍କ ପ୍ରଶଂସା କରି ସେ କହିଛନ୍ତି, ବୁମରା ବ୍ୟାଟରଙ୍କ ମସ୍ତିଷ୍କ ସହ ଖେଳିଥାନ୍ତି। ପିଚକୁ ଭଲ ଭାବରେ ବୁଝନ୍ତି ଏବଂ କେଉଁ ପରିସ୍ଥିତିରେ କଣ କରିବା ଉଚିତ୍ ସେ ବେଶ ଭଲ ଭାବରେ ଜାଣନ୍ତି। ତାଙ୍କ ଅନୁସାରେ ବୁମରାଙ୍କୁ ହୋଇପାରେ ଭାରତୀୟ ଦଳର ଅଧିନାୟକ ପଦ ନ ମିଳୁ କିନ୍ତୁ ଆଇପିଏଲରେ ତ ଅନ୍ତତଃ ଅଧିନାୟକତ୍ଵ ମିଳୁ।

​​​​​​​Also Read: ପଞ୍ଜାବ ମୁହଁରୁ ବିଜୟ ଛଡ଼ାଇ ଆଣିଲା ଦିଲ୍ଲୀ, ଶ୍ରେୟସଙ୍କ ଟିମର ଲଗାତାର ଚତୁର୍ଥ ପରାଜୟ

ହାର୍ଦ୍ଦିକଙ୍କ ସହିତ ନେହେରା

ସଞ୍ଜୟ ମାଞ୍ଜରେକର କହିଛନ୍ତି, ମୋତେ ଲାଗୁଛି ମୁମ୍ବାଇ ଇଣ୍ଡିଆନ୍ସକୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅତିରିକ୍ତ ଚିନ୍ତା କରିବା ଦରକାର। ହାର୍ଦ୍ଦିକଙ୍କୁ ମୁମ୍ବାଇ ଆଣିବାର ନିଷ୍ପତ୍ତି ଅଦ୍ୟାବଧି ସଠିକ୍ ସାବ୍ୟସ୍ତ ହୋଇ ପାରିନି। ଏମିତି ବି ଚିନ୍ତା କରିବା ହାର୍ଦ୍ଦିକଙ୍କ ସହିତ ଅନ୍ୟାୟ ହୋଇପାରେ। ଗୁଜରାଟ ଟାଇଟନ୍ସଠୁ ହାର୍ଦ୍ଦିକଙ୍କୁ ଆଣିବା ଏକ ପ୍ୟାକେଜ ଡିଲ୍ ପରି ଥିଲା। ଆପଣଙ୍କୁ ହାର୍ଦ୍ଦିକଙ୍କ ସହ ଆଶିଷ ନେହେରାଙ୍କୁ ମଧ୍ୟ ଆଣିବାର ଥିଲା। ମୁଁ ଚାହୁଁଛି ବୁମରାଙ୍କୁ ଅଧିନାୟକ ଭାବେ ଏକ ସୁଯୋଗ ଦିଆଯିବା ଉଚିତ୍।

ଯେଉଁ ବି ଖେଳାଳି ମୁମ୍ବାଇ ଇଣ୍ଡିଆନ୍ସର ୩୦ କିମ୍ବା ସେଥିରୁ ଅଧିକ ମ୍ୟାଚରେ ଅଧିନାୟକତ୍ଵ କରିଛନ୍ତି, ସେମାନଙ୍କ ମଧ୍ୟରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିଜୟ ପ୍ରତିଶତ ସବୁଠୁ କମ ରହିଛି। ହାର୍ଦ୍ଦିକଙ୍କ ନେତୃତ୍ଵରେ ମୁମ୍ବାଇ ଇଣ୍ଡିଆନ୍ସ ଏ ପର୍ଯ୍ୟନ୍ତ ୩୭ଟି ମ୍ୟାଚ୍ ଖେଳିଛି। ଏଥିରୁ ଦଳ ମାତ୍ର ୧୫ଟି ମ୍ୟାଚ୍ ଜିତି ପାରିଛି।

Also Read: ପର୍ଣ୍ଣଷ୍ଟାରଙ୍କ ସହ ନଜର ଆସିଲେ ବିରାଟ କୋହଲି, କେତେ ସତ କେତେ ମିଛ ?​​​​​​​