ମୁମ୍ବାଇ,୨୫/୦୪ : ଆଇପିଏଲ ଚାଲିଥିବା ବେଳେ ମୁଣ୍ଡ ଟେକିଛି ନୂଆ ବିବାଦ । ୨୦୦୮ ଆଇପିଏଲ ଟୁର୍ଣ୍ଣାମେଣ୍ଟର ଏକ ଘଟଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ପୂର୍ବତନ ଖେଳାଳି । ଏପରିକି ଗୁରୁତର ଅଭିଯୋଗ ଲଗାଇଛନ୍ତି । ପରସ୍ପରକୁ ବ୍ଲକ୍ ମଧ୍ୟ କରିଛନ୍ତି ।

ରିପୋର୍ଟ ଅନୁସାରେ, ଭାରତୀୟ ଦଳର ପୂର୍ବତନ ଦ୍ରୁତ ବୋଲର ଏସ୍ ଶ୍ରୀସନ୍ଥ ଏକ ବଡ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ,୨୦୦୮ ଆଇପିଏଲର ସ୍ଲାପ୍ ଗେଟ୍ ମାମଲାକୁ ନେଇ ଏକ ବିଜ୍ଞାପନରେ ହରଭଜନ ସିଂ କୋଟିଏ ଟଙ୍କା କମାଇଛନ୍ତି । ଶ୍ରୀସନ୍ଥଙ୍କ ଏହି ଦାବି ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଫଳରେ ୨୦୦୮ ସିଜିନରେ ଅପବାଦ ମୁଣ୍ଡାଇଥିବା ସ୍ଲାପ୍ ଗେଟ୍ ମାମଲା ପୁଣି ଚର୍ଚ୍ଚାକୁ ଆସିଯାଇଛି ।

​​​​​​​Also Read :-କୋହଲିଙ୍କ ବିରାଟ ରେକର୍ଡ, ଚଉକା ଏବଂ ଛକା ଲଗାଇ ହାସଲ କଲେ ଏହି ମାଇଲଷ୍ଟୋନ୍...ପଛରେ ପଡିଗଲେ ରୋହିତ !

ଏକ ସାକ୍ଷାତକାରରେ ଶ୍ରୀସନ୍ଥ କହିଛନ୍ତି ଯେ, ହରଭଜନ ସ୍ଲାପଗେଟ୍ ଉପରେ ଆଧାରିତ ଏକ ବିଜ୍ଞାପନରେ କାମ କରିଛନ୍ତି । ଏଥିରୁ ସେଅଶୀ ଲକ୍ଷରୁକୋଟିଏ ଟଙ୍କା ଆୟ କରିଛନ୍ତି । ଏପରିକି ସେହି ବିଜ୍ଞାପନକୁ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେୟାର କରିବାକୁ କହିଥିଲେ । ଯାହା ଶ୍ରୀସନ୍ଥଙ୍କୁ ଭଲ ଲାଗିନଥିଲା । ସେ ନିଜେ କୌଣସି ସାକ୍ଷାତକାରରେ ହରଭଜନଙ୍କୁ ନେଇପୂର୍ବରୁ କେବେ କିଛି କହି ନାହାଁନ୍ତି । କିନ୍ତୁ ଏବେ ସେ ପ୍ରଥମ ଥର ପାଇଁ ମୁହଁ ଖୋଲିବାକୁ ବାଧ୍ୟ ହୋଇଛନ୍ତି । ହରଭଜନ କିଛି ଠିକ୍ କରୁ ନଥିବା ଶ୍ରୀସନ୍ଥ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ସ୍ଲାପ୍ ଗେଟ୍ ମାମଲାକୁ ନେଇ ସେ ହରଭଜନଙ୍କୁ କ୍ଷମା କରିଦେଇଛନ୍ତି । ହେଲେ କେବେ ଘଟଣାକୁ ଭୁଲିବେ ନାହିଁ । ଯଦି କେହି କିଛି ଭୁଲ କରୁଛି ତାହାଲେ କ୍ଷମା କରିବା ଉଚିତ୍ । ହେଲେ ଭୁଲିବା କଥା ନୁହେଁ । ଯଦି ଘଟଣାକୁ ସେ ଭୁଲିଯିବେ ତାହାଲେ ହରଭଜନ ପୁଣି ସମାନ କଥା କରିବେ । ଯାହାର ବଡ ଉଦାହରଣ ହେଉଛନ୍ତି ନିଜେ ହରଭଜନ ସିଂ । ଏବେ ତାଙ୍କର ହରଭଜନଙ୍କ ସହ କିଛି ସମ୍ପର୍କ ନାହିଁ । ସେ ପ୍ରଥମେ ତାଙ୍କୁ ଭାଇ ଡାକୁଥିଲେ । ଏବେ କିଛି ଦିନ ତଳେ ଭଜି ଏକ ବିଜ୍ଞାପନ କରିଛନ୍ତି । ଯେଉଁଥିପାଇଁ ସେ ହରଭଜନଙ୍କୁ ଇନଷ୍ଟାଗ୍ରାମରେ ବ୍ଲକ୍ କରିଦେଇଛନ୍ତି ବୋଲି ଶ୍ରୀସନ୍ଥ ପ୍ରକାଶ କରିଛନ୍ତି ।