ବେଙ୍ଗାଲୁରୁ, ୨୫/୦୪ : ଶୁକ୍ରବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜୁରାଟ ଟାଟନ୍ସ ମଧ୍ୟରେ ଖେଳାଯାଇଥିଲା ହାଇ ଭୋଲଟେଜ୍ ମୁକାବିଲା । ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିଲା ଗୁଜୁରାଟ । ଦଳ ନିର୍ଧାରିତ୨୦ଓଭରରେ ବିଶାଳ୨୦୫ରନ୍ ସ୍କୋର କରିଥିଲା । ଜବାବରେ ଆରସିବି୧୮.ଓଭରରେଓ୍ୱିକେଟ୍ ବାକି ଥାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଛି । ଆରସିବି ବିଜୟର ହିରୋ ଥିଲେ ବିରାଟ କୋହଲି । ସେ୪୪ବଲରୁ୮୧ରନ୍ ସ୍କୋର କରିଥିଲେ । ଏହାସହ ମୁକାବିଲାରେ ସେ ଦୁଇଟି ବଡ ରେକର୍ଡ ମଧ୍ୟ ପ୍ରତିଷ୍ଠା କରିଛନ୍ତି ।

ବିରାଟଙ୍କ ରେକର୍ଡ

ଏମ୍ ଚିନ୍ନାସ୍ୱାମୀରେ ଖେଳାଯାଇଥିବା ମୁକାବିଲାରେ ବିରାଟ କୋହଲି କାଗିସୋ ରାବଡାଙ୍କ ଏକ ବଲରେ ପ୍ରଥମ ବାଉଣ୍ଡରୀ ଲଗାଇଥିଲେ । ଏହି ବାଉଣ୍ଡରୀ ସହ ସେ ଏକ ନୂଆ କୀର୍ତ୍ତିମାନ ହାସଲ କରିଥିଲେ । ଚଉକା ଲଗାଇବା ସହ ସେ ସର୍ବାଧିକ ଚଉକା ଲଗାଇଥିବା ବ୍ୟାଟର ହୋଇପାରିଛନ୍ତି । ତାଙ୍କ ପଛକୁ ଶିଖର ଧାଓ୍ୱନ, ଡେଭିଡ ଓ୍ୱାର୍ଣ୍ଣର ଏବଂ ରୋହିତ ଶର୍ମା ରହିଛନ୍ତି ।

କେବଳ ଏତିକି ନୁହେଁ ବିରାଟ ଗୋଟିଏ ଟିମ୍ ପକ୍ଷରୁ ସର୍ବାଧିକ ଛକା ଲଗାଇଛନ୍ତି । ସେ ଆଇପିଏଲରେ ଆରସିବି ପାଇଁ ଖେଳି୩୦୦ଛକା ଲଗାଇଥିବା ପ୍ରଥମ ବ୍ୟାଟର ହୋଇଛନ୍ତି ।

ସାଇଙ୍କ ଶତକ ବେକାର

ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିଲା ଗୁଜୁରାଟ । ସାଇ ସୁଦର୍ଶନ ଦମଦାର୍ ଶତକ ଲଗାଇଥିଲେ । ଫଳରେ ଗୁଜୁରାଟ୨୦୫ରନ୍ କରିପାରିଥିଲା । ହେଲେ ଗୁଜୁରାଟଙ୍କ ଅନ୍ୟ କେଉଁ ବ୍ୟାଟର ବିସ୍ଫୋରକ ପାଳି ଖେଳିପାରିନଥିଲେ । ଶୁଭମନ୍ ଗିଲ୍ ଏବଂ ଜସ୍ ବଟଲରଙ୍କ ଭଳି ବ୍ୟାଟର ବଡ ପାଳି ଖେଳିବାରେ ବିଫଳ ହୋଇଥିଲେ ।