ନୂଆଦିଲ୍ଲୀ ୧୨।୦୪; ଉତ୍ତର ହାଇତିର ଲାଫେରିୟର ଦୁର୍ଗରେ ଶନିବାର ଦିନ ଏକ ବାର୍ଷିକ ଉତ୍ସବ ପାଇଁ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ । ଭିଡ଼ ଯୋଗୁ ହୋଇଥିବା ଦଳାଚକଟାରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିବା କର୍ତ୍ତୃପକ୍ଷ କହିଛନ୍ତି । ମୃତକଙ୍କ ମଧ୍ୟରେ ବହୁ ସଂଖ୍ୟକ ଛାତ୍ର ଏବଂ ଯୁବକ ଥିଲେ। ରିପୋର୍ଟ ଅନୁଯାୟୀ ଯେ, ନର୍ଡ ବିଭାଗର ନାଗରିକ ସୁରକ୍ଷା ମୁଖ୍ୟ ଜିନ୍ ହେନରି ପେଟିଟ୍ଙ୍କ ଅନୁଯାୟୀ, ଏହି ଘଟଣା ୧୯ ଶତାବ୍ଦୀର ଦୁର୍ଗର ପ୍ରବେଶ ପଥ ନିକଟରେ ଘଟିଥିଲା । ହାଇତି ଫ୍ରାନ୍ସଠାରୁ ସ୍ୱାଧୀନତା ପାଇବା ପରେ ଏହି ଦୁର୍ଗ ନିର୍ମିତ ହୋଇଥିଲା।

ଦ୍ୱୀପ ରାଷ୍ଟ୍ରର ଉତ୍ତରରେ ଥିବା ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳରେ ବାର୍ଷିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଛାତ୍ରଛାତ୍ରୀ ଏବଂ ପରିଦର୍ଶକଙ୍କ ଭିଡ଼ ଜମା ହୋଇଥିଲା। ପେଟିଟ୍ କହିଛନ୍ତି, ବର୍ଷା ଯୋଗୁଁ ପ୍ରବଳ ଭିଡ଼ ପରିସ୍ଥିତିକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇଥିଲା। ହାଇତିର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଆଲିକ୍ସ ଡିଡିଅର ଫିଲ୍ସ-ଏମେ କହିଛନ୍ତି, ସେ କସନ୍ତପ୍ତ ପରିବାର ପ୍ରତି ଆନ୍ତରିକ ସମବେଦନା ପ୍ରକାଶ କରୁଛନ୍ତି। ଉପସ୍ଥିତ ଲୋକଙ୍କ ମଧ୍ୟରେ ଅନେକ ଯୁବବର୍ଗ ଥିଲେ।

ହେଲେ ଅଧିକାରୀମାନେ ଏପର୍ଯ୍ୟନ୍ତ ପୀଡିତଙ୍କ ପରିଚୟ ନିଶ୍ଚିତ କରିନାହାନ୍ତି କିମ୍ବା ଦୁର୍ଘଟଣାର ବିସ୍ତୃତ ବିବରଣୀ ପ୍ରକାଶ କରିନାହାନ୍ତି। ଜରୁରୀକାଳୀନ ଦଳଗୁଡ଼ିକ ଘଟଣାସ୍ଥଳରେ ଅଛନ୍ତି, ଅଧିକ ସୂଚନା ଉପଲବ୍ଧ ହେବା ସହିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି କର୍ତ୍ତୃପକ୍ଷ ସତର୍କ କରାଇ ଦେଇଛନ୍ତି।

Also Read- ବୋମା ମାଡ଼ ଓ ଭଙ୍ଗା ବିଲ୍ଡିଂ ତଳେ ଇରାନୀ ମ୍ୟୁଜିକ୍ ଟିଚର ବଜାଇଲେ ଇମୋସନାଲ ଧୁନ, ଭିଡିଓ ଦେଖି କାନ୍ଦି ପକାଇଲେ ୟୁଜର