ନୂଆଦିଲ୍ଲୀ ୧୧।୦୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଭୟ ଓ ଅନିଶ୍ଚିତତା ଭିତରେ ଏକ ଆବେଗଭରା ଭିଡିଓ ଏବେ ସାମନାକୁ ଆସିଛି। ଏଥିରେ ଜଣେ ବ୍ୟକ୍ତିଙ୍କୁ ନିଜର ମ୍ୟୁଜିକ ସ୍କୁଲରୁ ଦେଖିବାକୁ ମିଳୁଛି। ଯେଉଁଥିରେ ସେ ଶେଷ ଥର ପାଇଁ ଅଲବିଦା କହିଛନ୍ତି। ଭିଡିଓରେ ବ୍ୟକ୍ତିଜଣକ ବୋମାମାଡରେ ପ୍ରବଳ କ୍ଷୟକ୍ଷତି ହୋଇଥିବା ଏହି ମ୍ୟୁଜିକ୍ ସ୍କୁଲ ଭିତରେ ବସି ଦରଦଭରା ଧୁନ୍ ବଜାଉଛନ୍ତି। ଏହି ଧୁନ୍ ଏତେ ଅଧିକ ଇମୋସନାଲ ଯେ, ଭିଡିଓ ଦେଖି ଆପଣଙ୍କ ଆଖିରୁ ବି ଲୁହ ବାହାରି ଯିବ।

ଭିଡିଓରେ ସେ କହୁଛନ୍ତି, ଏହି ସ୍ଥାନରୁ ଯିବା ପୂର୍ବରୁ ଶେଷ ସ୍ବର ସଙ୍ଗୀତର ହେଉ, ନା କି ବମ୍ ଓ ମିସାଇଲର। କିନ୍ତୁ ଭୟ ଏତେ ଅଧିକ ଥିଲା ଯେ, ପ୍ରତିକ୍ଷଣ ଲାଗୁଥିଲା ହଠାତ୍ ବିସ୍ଫୋରଣର ଶବ୍ଦ ଏହି ନିରବତାକୁ ଭାଙ୍ଗି ନଦେଉ। ସେ କହିଛନ୍ତି ଯେ,ଏହି ସ୍ଥାନ କେବଳ ଏକ ବିଲ୍ଡିଂର ନଥିଲା, ବଂର ତାଙ୍କର ଏବଂ ତାଙ୍କ ସାଥିର ପୁରା ଜୀବନ ଥିଲା। ଏହି ସ୍ଥାନ ୨୫୦ ଛାତ୍ରଙ୍କ ସ୍ମୃତି ଓ ୨୨ ଶିକ୍ଷକଙ୍କ ପରିଶ୍ରମ ଓ ଭଲ ପାଇବା ସହିତ ଜଡିତ । ତାଙ୍କ କଥାରୁ ଏହା ସ୍ପଷ୍ଟ ଜଣାପଡୁଛି। ସେ କହୁଛନ୍ତି, ବୋଧହୁଏ ଏହା ସ୍କୁଲର ଶେଷ ଶବ୍ଦ ହୋଇପାରେ। ବୋଧହୁଏ ନିଜର ଶେଷ ଧୁନ୍। ଏପରିକି ସେ କହୁଛନ୍ତି, ହୁଏତ ଆସନ୍ତାକାଲି ସକାଳେ ସେ ବଞ୍ଚିନଥିବେ। କିନ୍ତୁ ତାଙ୍କର ଏହି ସ୍ବର ସବୁବେଳ ପାଇଁ ମନେ ରହିବ।

ଭିଡିଓରେ ଯେତେବେଳେ ଧୁନ ବାଜେ ଲାଗେ ଯେପରି ସମୟ ସେଠାରେ ଅଟକି ଯାଇଛି। ଏହି ଧୁନ୍ ଶୁଣୁଥିବା ୟୁଜରଙ୍କ ଆଖି ମଧ୍ୟ ଲୁହରେ ଓଦା ହୋଇଛି। ଲାଗୁଛି ଯେପରି ପୁରୁଣା ଦିନର ସ୍ମୃତିକୁ ଫେରାଇ ନେଇଛି। ଧୁନର ତରଙ୍ଗ ସେଠାର ପରିବେଶରେ ଏଭଳି ମିଶି ଯାଇଛି ଯେପରି କ୍ଷୀରରେ ପାଣି ମିଶିଯାଏ ଓ ସବୁବେଳେ ତା’ର ହୋଇ ରହିଯାଏ। ବୋଧହୁଏ ଏହି ଧୁନ୍ ଏବେ ଏହି ସ୍କୁଲର ଭଙ୍ଗା କାନ୍ଥ ଓ ଇଟାରେ ବସି ଯାଇଛି। ଆଉ ସେହି ପ୍ରତ୍ୟେକ ବ୍ୟକ୍ତିଙ୍କୁ ଧ୍ବଂସର କଥା ମନେପକାଇବ ଯେଉଁମାନେ ଏହି ବାଟ ଦେଇ ଯିବେ। ଏହି ଭିଡିଓକୁ ଦେଖିଥିବା ୟୁଜରଙ୍କ ଆଖିରୁ ମଧ୍ୟ ଲୁହ ବାହାରିଛି। ଲକ୍ଷାଧିକ ଲୋକ ଏହି ଭିଡିଓକୁ ଲାଇକ୍ କରିବା ସହ ଏହା ଉପରେ ଭିନ୍ନ ଭିନ୍ନ ରିଆକ୍ସନ ଦେଇଛନ୍ତି। କିଛି ୟୁଜର ଇରାନୀୟଙ୍କ ସାହାସକୁ ପ୍ରଶଂସା କରିଛନ୍ତି। ଆଉ କିଛି କହିଛନ୍ତି, ଏହି ଧୁନ୍ ଶୁଣିବା ପରେ କାନ୍ଦ ଲାଗୁଛି। ଏଭଳି ଧୁନ ଶୁଣି ରାତିରେ ନିଦ ହେବନି।

Also Read- Islamabad Talks ୩ଟି ପ୍ରସଙ୍ଗରେ ଇରାନ ରାଜି, ଏହି ଜିଦ୍ ମଧ୍ୟ ଛାଡିଲା