ବାଲିଗୁଡ଼ା ୨୨।୩: କନ୍ଧମାଳକୁ ମାଓମୁକ୍ତ ଜିଲ୍ଲା କରିବା ଡେଡ୍‌ଲାଇନ୍ ଧିରେ ଧିରେ ପାଖେଇ ଆସୁଛି । ଏଥିପାଇଁ ସୁରକ୍ଷା ବାହିନୀ ପକ୍ଷରୁ ଅପରେସନ ଜୋରଦାର କରାଯାଇଛି । କନ୍ଧମାଳ ଜିଲ୍ଲାରେ ଠାବ ହୋଇଥିଲା ମାଓ ଡମ୍ପ୍ । ଏହି ମାଓ ଡମ୍ପ୍‌ରେ ଚାଲିଥିଲା ବନ୍ଧୁକ ତିଆରି । ଏହି କାରଖାନାରେ ମାଓବାଦୀଙ୍କ ପାଇଁ ଚାଲିଥିଲା ବନ୍ଧୁକ ତିଆରି ।

କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ଥାନା ଅନ୍ତର୍ଗତ କାଟିଙ୍ଗିଆ ଗ୍ରାମପଞ୍ଚାୟତର ପଣସପଦର ଗାଁରୁ ଶନିବାର ଏହି ମାଓ ଡମ୍ପ୍‌କୁ ବିଏସ୍ଏଫ୍ ଜବତ କରିଛି l ବ୍ରାହ୍ମଣୀ ଗାଁରେ ଅବସ୍ଥାପିତ ବିଏସଏଫ୍ ୧୩୬ ବାଟାଲିୟନର ସି.କମ୍ପାନୀ ସର୍ଚ୍ଚ ଅପରେସନ କରି ବନ୍ଧୁକ ତିଆରି କାରଖାନା ଜବତ କରିବାରେ ସଫଳ ହୋଇଛି । ଏହି କାରଖାନାରେ ମାଓବାଦୀଙ୍କ ପାଇଁ ତିଆରି ହେବାକୁ ଥିବା ସରଞ୍ଜାମ କଟର ମେସିନ, ବ୍ଲୋର, ଲୁହା ପାଇପ୍ ଆଦି ଜବତ କରିଛି l

Also Read:- Suspension Controversy: ବିଜୁ ଲିଗାସୀକୁ ଭୋଟ୍ ଦେଇଛି, ନିଲମ୍ବନ ନିର୍ଦ୍ଦେଶକୁ ଗ୍ରହଣ କରିପାରୁନି

ଶନିବାର ସିଆରପିଏଫ୍ ୧୨୭ ବାଟାଲିୟନ କୋଟଗଡ ପକ୍ଷରୁ କମ୍ବିଂ ଅପରେସନ ବେଳେ ମାଓ କ୍ୟାମ୍ପ ଠାବ ହୋଇଥିଲା । କୋଟଗଡ଼ ଥାନା ଅନ୍ତର୍ଗତ ପାରିଗଡ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଙ୍ଗେରୀ ସରୁ ଜଙ୍ଗଲରେ ମାଓ କ୍ୟାମ୍ପ ଥିବା ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା । ଏହା ଆଧାରରେ ସିଆରପିଏଫ ଓ କନ୍ଧମାଳ ଏସଓଜିର ମିଳିତ ଅପରେସନ ବେଳେ ଏହି ସଫଳତା ମିଳିଥିଲା । ବିପୁଳ ପରିମାଣରେ ମାଓ ପୁସ୍ତିକା, ମେଡିସିନ, ସୋଲାର ପେନାଲ, ଏବଂ ମାଓବାଦୀଙ୍କ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମିଳିଥିଲା । କୋଟଗଡ ସିଆରପିଏଫ ୧୨୭ ବାଟାଲିୟନ ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ମିଳିଥିଲା ।