ହାଇଦ୍ରାବାଦ: ମଧ୍ୟପ୍ରାଚ୍ୟରେ ଅଶାନ୍ତି ଓ ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ବର୍ତ୍ତମାନ ସାର ସଂକଟ ଦେଖା ଦେଇଥିବା ବେଳେ ଦେଶର ଚାଷୀଙ୍କୁ ଯେମିତି ଏହା ସୁଲଭ ମୂଲ୍ୟରେ ମିଳିବ ସେନେଇ ଭାରତ ସରକାର ବିପୁଳ କ୍ଷତି ସହୁଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ସାର ମୂଲ୍ୟ ୩୦୦୦ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ଭାରତରେ ଏହାକୁ ମାତ୍ର ୩୦୦ ଟଙ୍କାରେ ଚାଷୀଙ୍କୁ ଦିଆଯାଉଛି। ବ୍ୟାଗ ପ୍ରତି ୨୭୦୦ ଟଙ୍କାର ସବସିଡି ବୋଝ ସରକାର ସହୁଛନ୍ତି ବୋଲି ଶୁକ୍ରବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

ଆନ୍ଧ୍ରପ୍ରଦେଶର ମଦନପଲ୍ଲୀ ଠାରେ ଏକ ଏକ ସଭାକୁ ସମ୍ବୋଧିତ କରି ସୀତାରମଣ କହିଲେ ଯେ, ମହାମାରୀ ଏବଂ ପଶ୍ଚିମ ଏସିଆରେ ଭୂ-ରାଜନୈତିକ ଉତ୍ତେଜନା ସମେତ ବିଶ୍ୱସ୍ତରୀୟ ବାଧାବିଘ୍ନ ଯୋଗୁଁ ସାରର ମୂଲ୍ୟରେ ହୋଇଥିବା ତୀବ୍ର ବୃଦ୍ଧିରୁ ଚାଷୀମାନଙ୍କୁ ସୁରକ୍ଷା ଦେବାକୁ ସରକାର ପ୍ରୟାସ ଜାରି ରଖିଛନ୍ତି।

ଅର୍ଥମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ 'ଏକ୍ସ' (X) ରେ କରାଯାଇଥିବା ପୋଷ୍ଟ ଅନୁଯାୟୀ, ସୀତାରମଣ କହିଛନ୍ତି ଯେ "କଠିନ ବିଶ୍ୱସ୍ତରୀୟ ଆହ୍ୱାନ, ମହାମାରୀ ଏବଂ ପଶ୍ଚିମ ଏସିଆରେ ଭୂ-ରାଜନୈତିକ ବିବାଦ ଯୋଗୁ ୟୁରିଆର ଆମଦାନୀ ମୂଲ୍ୟ ବୃଦ୍ଧି ପାଇ ବ୍ୟାଗ୍ ପିଛା ୩,୦୦୦ ଟଙ୍କାରେ ପହଞ୍ଚିଛି। ତଥାପି ପ୍ରଧାନମନ୍ତ୍ରୀ ସୁନିଶ୍ଚିତ କଲେ ଯେ ଚାଷୀମାନେ ଏହାକୁ ମାତ୍ର ୩୦୦ ଟଙ୍କାରେ ପାଇବେ। ଏଥିପାଇଁ ସରକାର ପ୍ରତି ବ୍ୟାଗ୍ ପିଛା ୨,୭୦୦ ଟଙ୍କାର ସବସିଡି ପ୍ରଦାନ କରି ବିଶ୍ୱସ୍ତରୀୟ ମୂଲ୍ୟ ବୃଦ୍ଧିର ବୋଝକୁ ନିଜ ଉପରକୁ ନେଲେ।"

Also Read- ଭାରତରେ ସ୍କଚ୍ ହ୍ୱିସ୍କି ଦାମ କମିଲା; ଜନି ୱାକର ବ୍ଲାକ ଲେବଲ ସହ J&B ମୂଲ୍ୟରେ ବଡ଼ ହ୍ରାସ

ଅମଳ ଠାରୁ ଚାଷ ଖର୍ଚ୍ଚକୁ କମ ରଖିବାକୁ ପାଇଁ ସରକାର ଚାଷୀମାନଙ୍କୁ ସବ୍ସିଡିରେ ୟୁରିଆ ଯୋଗାଇ ଦେଉଛନ୍ତି। ବଜାରରେ ସାରର ଦାମ ବଢ଼ିଲେ ମଧ୍ୟ କୃଷକଙ୍କ ପାଇଁ ଦର ନିୟନ୍ତ୍ରଣରେ ରଖିବା ଲାଗି ସରକାର ଅତିରିକ୍ତ ଖର୍ଚ୍ଚ ବହନ କରୁଛନ୍ତି। ୟୁରିଆ ସବ୍ସିଡି ସ୍କିମ୍ରେ ଏହାର ଡେଲିଭର ଖର୍ଚ୍ଚ ଓ ଏହାର ବିକ୍ରିରୁ ମିଳୁଥିବା ରକମ ମଧ୍ୟରେ ଥିବା ଆର୍ଥିକ ଚାପକୁ ସରକାର ଆମଦାନୀ କରି ଓ ବିକ୍ରେତାକୁ ଭରଣା କରୁଛନ୍ତି।

ଚାଷୀମାନଙ୍କ ପାଇଁ ୪୫ କେଜିଆ ୟୁରିଆ ସାର ବ୍ୟାଗର ଦାମ ୨୪୨ ଟଙ୍କା ରଖିବାକୁ ସରକାର ନିର୍ଦ୍ଦଦେଶ ଦେଇଛନ୍ତି। ତେବେ ଏଥିରେ ନୀମ କୋଟିଂ ଓ ଏବଂ ଥିବା ଟ୍ୟାକ୍ସକୁ ଏଥିରୁ ବାଦ ରଖାଯାଇଛି। ତଥାପି ସାର ଦର ନିୟନ୍ତ୍ରଣ ରଖିବା ପାଇଁ ସରକାର କେତେ ଟଙ୍କାର ବୋଝ ଉଠାଉଛନ୍ତି ବୋଲି କହିଛନ୍ତି ନିର୍ମଳା।

ଅର୍ଥମନ୍ତ୍ରୀ କହିଛନ୍ତି, ଚାଷୀଙ୍କ ଆୟ ବୃଦ୍ଧି ଏବଂ ସଂସ୍ଥାଗତ ଋଣ ସୁବିଧା ସହିତ ଆବଶ୍ୟକୀୟ କୃଷି ଉପକରଣ ଓ ସାରର ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ସରକାରଙ୍କ ପ୍ରମୁଖ ପ୍ରାଥମିକତା ରହିଛି।