ଭୁବନେଶ୍ବର ୪।୧୧: ଭୂସ୍ଖଳନ ଜନିତ ମୃତାହତ ରୋକିବାକୁ ସରକାରଙ୍କ ବଡ ପ୍ଲାନ । ପାହାଡ଼ ଉପରେ ଏବଂ ତଳେ ଥିବା ଲୋକଙ୍କୁ କରାଯିବ ସ୍ଥାନାନ୍ତରିତ । ଭୂସ୍ଖଳନ ସମ୍ଭାବନା ଥିବା ଅଞ୍ଚଳରେ ରହୁଥିବା ଲୋକଙ୍କୁ ଚିହ୍ନଟ ପାଇଁ ସର୍ଭେ ଆରମ୍ଭ ହୋଇଛି । ସମସ୍ୟାର ସମାଧାନ ପାଇଁ ଉତ୍ତର-ପୂର୍ବ ରାଜ୍ୟକୁ ଅଧିକାରୀ ଟିମ୍ ଯାଇଥିଲେ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।

ଗିଡ଼ିପାବାଲି ଭୂସ୍ଖଳନ ପରେ ଆକ୍ସନ ମୋଡ଼ରେ ରାଜ୍ୟ ସରକାର । ପାହାଡ଼ ଉପରେ ଏବଂ ତଳେ ଥିବା ଲୋକଙ୍କ ସ୍ଥାନାନ୍ତରିତ ପାଇଁ ନିଷ୍ପତ୍ତି । କନ୍ଧମାଳ ଏବଂ ଗଜପତି ଜିଲ୍ଲାରେ ଶହ ଶହ ପାହାଡ଼ ଅଛି । ଅନେକ ଭୂସ୍ଖଳନ ପଏଣ୍ଟ ରହିଛି । ସେସବୁ ସ୍ଥାନରେ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ । ତଳେ ଥିବା ଗାଁରେ ନୂଆ ବସ୍ତି ଏବଂ ଘର କରି ଯୋଗାଇ ଦେବେ ସରକାର । କେତେ ଲୋକ ପାହାଡ଼ ଉପରେ ଏବଂ ତଳେ ରହିଛନ୍ତି ତାର ସର୍ଭେ ଆରମ୍ଭ ହୋଇଛି ।

Also Read:-କୋଟିଆରେ ଆନ୍ଧ୍ର ପୋଷ୍ଟର ଚିରିଲେ ଲୋକେ, ମୁତୟନ ହେବେ ୮ ପ୍ଲାଟୁନ୍ ଫୋର୍ସ

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଉତ୍ତର ପୂର୍ବ ରାଜ୍ୟକୁ ଆମ ଅଧିକାରୀ ମାନେ ଯାଇଥିଲେ । ଜନବସତି ଚିହ୍ନଟ ହେବା ପରେ ସେମାନଙ୍କୁ ସ୍ଥାନାନ୍ତରିତ ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ଏବେ ଗିଡ଼ିପାବାଲି ଠାରେ ଯେତିକି ଲୋକ ବଞ୍ଚିକି ଆସିଲେ ସେମାନେ କହୁଛନ୍ତି ତଳେ ଆମକୁ ରାଜ୍ୟ ସରକାର ଜାଗା ଦିଅନ୍ତୁ । ସେମାନଙ୍କୁ ଅନ୍ୟ ଜାଗାରେ ସରକାର ଘର ଦେବେ । ଅନ୍ତ୍ୟୋଦୟ ଆବାସ ଯୋଜନାରେ ଘର ମିଳିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।

Watch Video: