ନୂଆଦିଲ୍ଲୀ: ବେଆଇନ ଅନଲାଇନ୍ ଜୁଆ ଏବଂ ବେଟିଂ ପ୍ଲାଟର୍ମଗୁଡ଼ିକ ବିରୁଦ୍ଧରେ ଶୁକ୍ରବାର କେନ୍ଦ୍ର ସରକାର ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ୩୦୦ ବେଟିଂ ୱେବସାଇଟ୍ ଏବଂ ଆପ୍ ବ୍ଲକ୍ କରାଯାଇଛି। ସରକାରୀ ସୂତ୍ର ଅନୁଯାୟୀ, ଏପର୍ଯ୍ୟନ୍ତ ମୋଟ ୮,୪୦୦ ବେଟିଂ ପ୍ଲାଟଫର୍ମକୁ ବ୍ଲକ କରାଯାଇ ସାରିଲାଣି। ଏଥିମଧ୍ୟରୁ, ଅନଲାଇନ୍ ଗେମିଂ ଆଇନ କାର୍ଯ୍ୟକାରୀ ହେବା ପରଠାରୁ ପ୍ରାୟ ୪,୯୦୦ ୱେବସାଇଟକୁ ବ୍ଲକ୍ କରାଯାଇଛି।

ସରକାରୀ ସୂତ୍ର ଅନୁଯାୟୀ, ଯେଉଁ ପ୍ଲାଟ୍‌ଫର୍ମଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେଗୁଡ଼ିକ ମୁଖ୍ୟତଃ ଅବୈଧ ଅନଲାଇନ୍ ବେଟିଂ ଏବଂ ଜୁଆ ଖେଳ ସହ ଜଡ଼ିତ ଥିଲେ। ଏମାନଙ୍କ ପାଇଁ ବଡ଼ ଧରଣର ଅବୈଧ କାରବାର ଏବଂ ଜୁଆକୁ ପ୍ରୋତ୍ସାହନ ମିଳୁଥିଲା। ଏସବୁ ରୋକିବା ପାଇଁ, ଆଇଟି ଆଇନ ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ଆଇନ ଅନୁଯାୟୀ ନିରନ୍ତର ତଦାରଖ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ସରକାର କହିଛନ୍ତି।

ପଢ଼ନ୍ତୁ- Zomato platform fee hike: ମହଙ୍ଗା ହେଲା ଜୋମାଟୋ, ଏଥର ଗ୍ରାହକଙ୍କୁ ଦେବାକୁ ପଡ଼ିବ ଅଧିକ ଫି

ଅନଲାଇନ୍ ଗେମିଂ ଆଇନ ପ୍ରଣୟନ ପରେ, ଏପରି ପ୍ଲାଟଫର୍ମଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ତୀବ୍ର ହୋଇଛି। ଡିଜିଟାଲ୍ ସ୍ଥାନକୁ ସୁରକ୍ଷିତ କରିବା ଏବଂ ବେଆଇନ କାର୍ଯ୍ୟକଳାପକୁ ରୋକିବା ପାଇଁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ବୋଲି ସରକାର କହିଛନ୍ତି।

ଅନଲାଇନ୍ ଗେମିଂ ବଜାରରେ ୮୬% ରାଜସ୍ୱ ରିୟଲ ମନି ଫର୍ମାଟରୁ ଆସିଥିଲା

ଭାରତରେ ଅନଲାଇନ୍ ଗେମିଂ ମାର୍କେଟ୍ ବର୍ତ୍ତମାନ ପ୍ରାୟ ₹୩୨,୦୦୦ କୋଟି (ପ୍ରାୟ ୩.୨ ବିଲିୟନ ଡଲାର) ମୂଲ୍ୟର। ଏହି ରାଜସ୍ୱର ୮୬% ରିୟଲ ମନ ଫର୍ମାଟରୁ ଆସିଥାଏ। ଏହା ୨୦୨୯ ସୁଦ୍ଧା ପ୍ରାୟ ₹୮୦,୦୦୦ କୋଟି (ପ୍ରାୟ ୮ ବିଲିୟନ ଡଲାର) ପହଞ୍ଚିବ ବୋଲି ଆଶା କରାଯାଉଥିଲା। ହେଲେ ଏବେ ଏମାନେ ରିୟଲ ମନି ଗେମ୍ ବନ୍ଦ କରିଦେଇଛନ୍ତି।

ଡିଜିଟାଲ ଦୁନିଆକୁ ସୁରକ୍ଷିତ ରଖିବା ଓ ଲୋକଙ୍କୁ ଅର୍ଥହାନୀରୁ ସୁରକ୍ଷା ଦେବାକୁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଉଛନ୍ତି ବୋଲି କହୁଥିବା ବେଳେ ଏହି ଇଣ୍ଡଷ୍ଟ୍ରୀ ସହ ଜଡ଼ିତ ଲୋକଙ୍କର କିନ୍ତ ଭିନ୍ନ ଦାବି ରହିଛି। ଶିଳ୍ପ ସହ ଜଡ଼ିତ ସଦସ୍ୟମାନେ କହିଛନ୍ତି ଯେ ଏହି ପଦକ୍ଷେପ ଦ୍ୱାରା ୨୦୦,୦୦୦ ଚାକିରି ବିପଦରେ ପଡ଼ିପାରେ। ସରକାର ବାର୍ଷିକ ପ୍ରାୟ ୨୦,୦୦୦ ଟଙ୍କା ଟିକସ ମଧ୍ୟ ହରାଇପାରନ୍ତି।