ବମ୍ବେ ,୯ /୧୧-; ଭାରତର ପ୍ରଖ୍ୟାତ ଅଭିନେତା ପଙ୍କଜ ତ୍ରିପାଠୀ ବଡ ଖୁଲାସା କରିଛନ୍ତି l ଏଇ ନିକଟ ଅତୀତରର ଭାରତର ବହୁ ଚର୍ଚିତ କମେଡି ପ୍ରୋଗ୍ରାମ the Great Indian Kapil Show ର ଅତିଥି ଭାବେ ଯୋଗ ଦେଇଥିଲେ ଷ୍ଟାଣ୍ଡପ କେମେଡିଆନ ଜାକିର ଖାଁ ,ଶିକ୍ଷାବିତ ଡକ୍ଟର ବିକାଶ ଦିବ୍ୟକୀର୍ତ୍ତି ଓ ଅଭିନେତା ପଙ୍କଜ ତ୍ରିପାଠୀ l ଏହି ପ୍ରୋଗ୍ରାମର ମୁଖ୍ୟ ଆକର୍ଷଣ ହସର ଯାଦୁଗର କପିଲ ଶର୍ମା ଥିବା ବେଳେ ପୂର୍ବରୁ ଟିଭିରେ ପ୍ରସାରିତ ହେଉଥିବା ସୋ ଏବେ ନେଟଫ୍ଲିକ୍ସ ଭଳି ଗ୍ଲୋବାଲ ଓଟିଇଟି ମଞ୍ଚରେ ପ୍ରସାରଣ ହେଉଛି l ଏହି କାର୍ଯ୍ୟକ୍ରମରେ ସମସ୍ତ ଅତିଥି ମଜାଳିଆ ଢଙ୍ଗରେ ବାର୍ତାଳାପ କରିବା ସହ ପୁରୁଣା ଦିନର କଥା ମଧ୍ୟ ଆଲୋଚନା ହୋଇଥାଏ l ତେବେ ଏକ କଥା ପ୍ରସଙ୍ଗରେ ଅଭିନେତା ପଙ୍କଜ ତ୍ରିପାଠୀ ନିଜର ଛାତ୍ର ଜୀବନର କିଛି ମିଠା ଅନୁଭୂତି ସେୟାର କରିଛନ୍ତି l

ପଙ୍କଜ ପୁରୁଣା ଦିନର ସଂଘର୍ଷ କଥା ମଧ୍ୟ ବାଣ୍ଟିଥିଲେ l ସେ ଆଉ ଏକ ଗୁରୁତ୍ୱପୂର୍ଣ କଥା କହିଥିଲେ ଯାହା ହୁଏତ ତାଙ୍କ ଜୀବନର ଏକ ଅନାଲୋଚିତ ଚାପ୍ଟର ହୋଇ ରହିଥିଲା l ପଙ୍କଜ କହିଥିଲେ ,ସେ ଯେତେବେଳେ ନୂଆ ନୂଆ ସିନେମା ଦୁନିଆରେ ପାଦ ଥାପିବାକୁ ଷ୍ଟ୍ରଗଲ କରୁଥିଲେ ସେହି ସମୟରେ ତାଙ୍କୁ ହୋଟେଲରେ ମଧ୍ୟ କାମ କରିବାକୁ ପଡିଛି l ଯେଉଁଠି ସେ ପରିବା କାଟିବା ଠାରୁ ଆରମ୍ଭ କରି ହୋଟେଲର ଯାବତୀୟ କାର୍ଯ୍ୟ କରୁଥିଲେ l ଆଉ ଏକ କଥା ଯାହା ତାଙ୍କ ଛାତ୍ର ଜୀବନ ସହିତ ଜିଡିତ ସେ ବିଷୟରେ ମଧ୍ୟ ସେ ଖୋଲା ଖୋଲି କଥା ହୋଇଛନ୍ତି l ସେ କହିଛନ୍ତି ଛାତ୍ର ଜୀବନରେ ରାଜନୀତି କରିବାକୁ ସେ ରୁଚି ରଖିଥିଲେ l

ପ୍ରୋଗ୍ରାମ ଚାଲିଥିବା ସମୟରେ ଜଣେ ଦର୍ଶକ ତାଙ୍କୁ ପ୍ରଶ୍ନ କରିଥିଲେ ଯଦି ତୁମକୁ ପୁଣି ଠାରେ ଛାତ୍ର ଜୀବନକୁ ଫେରିବାକୁ ପଡିବ ଏବଂ ନୂଆ ବୃତ୍ତି କିଛି ଚୟନ କରିବାକୁ ପଡିବ ତେବେ ତୁମର ନିଷ୍ପତି କଣ ରହିବ l ଏହାର ଉତ୍ତର ସେ କହିଥିଲେ ଛାତ୍ର ସମୟରେ ତାଙ୍କର ଛାତ୍ର ରାଜନୀତି କରିବାକୁ ପ୍ରବଳ ଇଛା ଥିଲା l ଆଉ ଏକ ରୋଚକ କଥା ସେ ସେୟାର କରିଛନ୍ତି ଯାହା ସମସ୍ତଙ୍କ ପାଇଁ ଅଜଣା ,ସେ କହିଥିଲେ ଯେତେବେଳ ମୁଁ ଛାତ୍ର ନେତା ଭାବରେ କାମ କରୁଥିଲି ସେ ସମୟରେ ପୋଲିସ ଠାରୁ ମାଡ ଖାଇଛି l ଏହାପରେ ସେ ରାଜନୀତି କରିବାର ଇଚ୍ଛା କୁ କବର ଦେଲେ ଆଉ ଦୁଇ ବର୍ଷ କାଳ ହୋଟେଲ କାମ କଲେ l ହୋଟେଲରେ ଆଳୁ ଆଉ ପିଆଜ ଚୋପା ଛଡଉଥିଲେ l ପରବର୍ତୀ ସମୟରେ ସେ ଅନୁଭବ କରିପାରିଲେ ମୋ ଭାଗ୍ୟରେ କିଛି ଅଲଗା ଲେଖା ଅଛି l ପରେ ସେ ସମ୍ପୂର୍ଣ ସମୟ ଅଭିନୟ କ୍ଷେତ୍ରରେ ବିନିଯୋଗ କଲେ l

ଏହି ଆଲୋଚନାରେ ମନୋରଞ୍ଜନ ଜଗତରେ ଜଣେ ବାହାର ଲୋକ ଭାବେ ପଙ୍କଜ ତ୍ରିପାଠୀଙ୍କ ସଂଘର୍ଷ ଓ ସଫଳତାର ଯାତ୍ରା ମଧ୍ୟ ସ୍ଥାନ ପାଇଥିଲା। ନବଜୋତ ସିଂହ ସିଦ୍ଧୁ ତାଙ୍କୁ ପ୍ରଶ୍ନ କରିଥିଲେ ଯେ, ଫିଲ୍ମ ଇଣ୍ଡଷ୍ଟ୍ରି ସହ କୌଣସି ପାରିବାରିକ ସମ୍ପର୍କ ନଥାଇ ମଧ୍ୟ ସେ କିପରି ନିଜର ପରିଚୟ ସୃଷ୍ଟି କରିପାରିଲେ? ଏହା ସହିତ OTT ପ୍ଲାଟଫର୍ମ ତାଙ୍କ ସଫଳତାରେ କେତେ ସହାୟକ ହୋଇଛି ବୋଲି ମଧ୍ୟ ପଚାରିଥିଲେ।

ଏହାର ଉତ୍ତରରେ ପଙ୍କଜ କହିଥିଲେ, "ମୁଁ ସ୍ୱୀକାର କରୁଛି ଯେ OTT ଆମ ଭଳି ବାହାରୁ ଆସିଥିବା କଳାକାରମାନଙ୍କୁ ନିଜର ପରିଚୟ ସୃଷ୍ଟି କରିବାର ସୁଯୋଗ ଦେଇଛି। ଆମେ ସମସ୍ତେ ସାଧାରଣ ପରିବାରରୁ ଆସିଛୁ। କିନ୍ତୁ ଏହି ଗଣତାନ୍ତ୍ରିକ ମଞ୍ଚରେ ଆମକୁ ସୁଯୋଗ ମିଳିଲା ଏବଂ ନିଜ ପରିଶ୍ରମ ବଳରେ ଆମେ ନିଜ ନିଜର ସ୍ଥାନ ହାସଲ କରିପାରିଲୁ। ଏହି ସମ୍ଭାବନା ଭାରତର ପ୍ରତ୍ୟେକ ଯୁବକଙ୍କ ପାଇଁ ରହିଛି। ନୂଆ ନୂଆ ମାଧ୍ୟମର ଆଗମନ ହେବା ସହ ନୂଆ ସୁଯୋଗ ମଧ୍ୟ ସୃଷ୍ଟି ହେଉଛି।"

ଅଭିନୟ ଜଗତରେ ନିଜର ଦୃଢ଼ ପରିଚୟ ସୃଷ୍ଟି କରିବା ପରେ ପଙ୍କଜ ତ୍ରିପାଠୀଙ୍କୁ ରାଜନୀତିରେ ଯୋଗ ଦେବା ପାଇଁ ମଧ୍ୟ ପ୍ରସ୍ତାବ ମିଳିଥିଲା। ତେବେ ଅଭିନୟ ଛାଡ଼ି ଅନ୍ୟ ଏକ ବୃତ୍ତିକୁ ଆପଣାଇବା ନେଇ ସେ ପୂର୍ବରୁ ନିଜର ଦ୍ୱିଧା ପ୍ରକାଶ କରିଥିଲେ।

୨୦୨୦ରେ Express eAdda କାର୍ଯ୍ୟକ୍ରମରେ ରାଜନୀତିରେ ଯୋଗଦେବା ସମ୍ଭାବନା ସମ୍ପର୍କରେ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ, ଅଭିନେତା ଭାବେ ପରିଚୟ ସୃଷ୍ଟି କରିବା ପାଇଁ ସେ ବହୁତ ପରିଶ୍ରମ କରିଛନ୍ତି। ତେଣୁ ହଠାତ୍ ଅଭିନେତାରୁ ନେତା ହେବା ତାଙ୍କ ପାଇଁ ଟିକେ ଅଜବ ଲାଗିବ।

also read- Tv Anchor: ମହିଳା ଟିଭି ଆଙ୍କରଙ୍କୁ ଗୁଳି କରି ହତ୍ୟା, ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ

ପଙ୍କଜ କହିଥିଲେ, "ମୁଁ ଜଣେ ଅଭିନେତା ହେବା ପାଇଁ ବହୁତ ପରିଶ୍ରମ କରିଛି ଏବଂ ଏବେ ଲୋକମାନେ ମୋତେ ଜଣେ ଅଭିନେତା ଭାବେ ଚିହ୍ନିଛନ୍ତି। ଯଦି ମୁଁ ଅଭିନେତାରୁ ନେତା ହୋଇଯାଏ, ତେବେ ତାହା ଟିକେ ଅଜବ ଲାଗିବ। କିନ୍ତୁ ରାଜନୀତିରେ ଏମିତି କ୍ଷମତା ରହିଛି, ଯାହା ସିଧାସଳଖ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିପାରେ। ମୁଁ ଜାଣିନାହିଁ, ଭବିଷ୍ୟତରେ ଯଦି ଏମିତି କୌଣସି ସୁଯୋଗ ଆସେ, ତେବେ ଦେଖାଯିବ।"