ପାକିସ୍ତାନୀ ଟେଲିଭିଜନ ଆଙ୍କର ରାବିଆ ଏହସାନଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣାଟି ରାୱଲପିଣ୍ଡିରେ ଘଟିଛି। ଯାହା ପାକିସ୍ତାନର ମିଡିଆ ଶିଳ୍ପକୁ ସ୍ତବ୍ଧ କରିଦେଇଛି। ପାକିସ୍ତାନୀ ଟେଲିଭିଜନ ଆଙ୍କର ଏବଂ ପ୍ରୋଗ୍ରାମ ହୋଷ୍ଟ ରାବିଆ ଏହସାନଙ୍କୁ ରବିବାର ରାୱଲପିଣ୍ଡିର ଗୁଲଶାନାବାଦ ଅଞ୍ଚଳରେ ତାଙ୍କ ଘରେ ମୃତଦେହ ମିଳିଥିଲା। ତାହା ପୁଣି ତାଙ୍କୁ ଗୁଳି କରାଯାଇଥିବା ଦେଖିବାକୁ ମିଳିଛି।

ଆଶ୍ଚର୍ଯ୍ୟଜନକ ଭାବରେ, ଏହି ହତ୍ୟାକାଣ୍ଡରେ ରାବିଆ ଏହସାନଙ୍କ ସ୍ୱାମୀଙ୍କ ନାମ ଏବେ ସାମ୍ନାକୁ ଆସୁଛି। ପୋଲିସର ପ୍ରାରମ୍ଭିକ ପଚରାଉଚରା ସମୟରେ ରାବିଆଙ୍କ ସ୍ୱାମୀ ଏହସାନ ତାହିର ଖାନ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି। ଏହସାନଙ୍କ ସ୍ୱାମୀଙ୍କୁ ଅଟକ ରଖାଯାଇଛି ଏବଂ ସନ୍ଦିଗ୍ଧ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସିପିଓଙ୍କ ଅନୁଯାୟୀ, ଘରେ ଜଣେ ପୁରୁଷ କର୍ମଚାରୀ ପୋଲିସକୁ କହିଛନ୍ତି ଯେ ମୃତକଙ୍କ ସ୍ୱାମୀ ଦାବି କରିଛନ୍ତି ଯେ ଗୁଳିଟି ଭୁଲବଶତଃ ବାଜିଥିଲା। ଫୋରେନସିକ୍ ଟିମ୍ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରିବା ସହ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ହସ୍ପିଟାଲକୁ ନିଆଯାଇଛି।

ପିସ୍ତଲଟି ଲୋଡ୍ ଥିଲା,କିନ୍ତୁ ଗୁଳିଟି ଭୁଲବଶତଃଫୁଟିଥିଲା

ତଦନ୍ତ ସମୟରେ ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଏକ ପିସ୍ତଲ ଜବତ କରିଥିଲା। ପଚରାଉଚରା ସମୟରେ ପୋଲିସକୁ କହିଥିଲେ ଯେ ପିସ୍ତଲଟି ସେ ବ୍ୟବହାର କରୁଥିବା ସମୟରେ ଭୁଲବଶତଃ ଫୁଟି ଯାଇଥିଲା। ସେ ଏହା ମଧ୍ୟ ଦାବି କରିଥିଲେ ଯେ ସେ ଜାଣି ନଥିଲେ ଯେ ଏହା ଲୋଡ୍ ହୋଇଛି।

ରାବିଆଏହସାନ କିଏ?

୪୧ ବର୍ଷୀୟା ରାବିଆ ଏହସାନ ଘରୋଇ ଟିଭି ଚ୍ୟାନେଲର ଜଣେ ଆଙ୍କର ଏବଂ ପ୍ରୋଗ୍ରାମ ହୋଷ୍ଟ ଭାବରେ କାମ କରନ୍ତି । ତାଙ୍କର ଦୁଇଟି ଝିଅ ଅଛନ୍ତି। ଜଣଙ୍କ ବୟସ ବୟସ ୧୩ ଏବଂ ଅନ୍ୟ ଜଣଙ୍କର ୧୧ ବର୍ଷ । ଗୁଳିକାଣ୍ଡ ଘଟିବା ସମୟରେ ପିଲାମାନେ ସେମାନଙ୍କ ଜେଜେମାଙ୍କ ସହିତ ଲନ୍ ଗାର୍ଡେନ୍ରେ ଥିଲେ।