Zomatoplatform fee hike: ପ୍ଲାଟଫର୍ମ ଫି ବଢ଼ାଇଲା ଫୁଡ୍ ଡେଲିଭରି ପ୍ଲାଟଫର୍ମ ଜୋମାଟୋ। ଆପରେ ଉପଲବ୍ଧ ବିବରଣୀ ଅନୁସାରେ, ପ୍ରତି ଅର୍ଡର ପାଇଁ ଏହା ଯୁଜରଙ୍କଠାରୁ ନେଉଥିବା ପ୍ଲାଟଫର୍ମ ଫିକୁ ୨.୪୦ ଟଙ୍କାକୁ ବୃଦ୍ଧି କରିଛି। ପ୍ରି GST ଆଧାରରେ ପ୍ଲାଟଫର୍ମ ଫି ବର୍ତ୍ତମାନ ପ୍ରତି ଅର୍ଡର ପାଇଁ ୧୪.୯୦ ଟଙ୍କା ହୋଇଛି, ଯାହା ପୂର୍ବରୁ ୧୨.୫୦ ଟଙ୍କା ଥିଲା। ସେପ୍ଟେମ୍ବର ୨୦୨୫ରେ ଜମାଟୋ ଶେଷ ଥର ପାଇଁ ପ୍ଲାଟଫର୍ମ ଫି ବଢ଼ାଇଥିଲା। ଆଉ ଏବେ ୫ ମାସ ପରେ ଦ୍ୱିତୀୟ ଥର ପାଇ ଫି ବୃଦ୍ଧି କରିଛି।

ଜମାଟୋରେ ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା ସ୍ୱିଗି ମଧ୍ୟ ଏହା ଠାରୁ ଅଧିକ ପ୍ଲାଟଫର୍ମ ଫି ନେଉଛି। ଟିକସ ମିଶାଇବା ପରେ ସ୍ୱିଗି ବର୍ତ୍ତମାନ ପ୍ରତି ଅର୍ଡର ପାଇଁ ୧୪.୯୯ ଟଙ୍କା ପ୍ଲାଟଫର୍ମ ଶୁଳ୍କ ନେଉଛି। ଯଦିଓ ଉଭୟ କମ୍ପାନୀ ପ୍ଲାଟଫର୍ମ ଫି ପାଇଁ ସମାନ ମୂଲ୍ୟ ଧାରା ଅନୁସରଣ କରନ୍ତି, ତେବେ ଜୋମାଟୋ ଠାରୁ ସ୍ୱିଗି ୯ ପଇସା ଅଧିକ ପ୍ଲାଟଫର୍ମ ଫି ନେଉଛି।

Also read- Qatar gas field attack: ଯୁଦ୍ଧ ଯୋଗୁ ଦୁଇଗୁଣା ବଢିଲା ଅଶୋଧିତ ତୈଳ ମୂଲ୍ୟ; ବଢ଼ିପାରେ ପେଟ୍ରୋଲ ଏବଂ ଡିଜେଲ ଦାମ

ବର୍ତ୍ତମାନ ଭାରତର ଫୁଡ୍ ଡେଲିଭରି ମାର୍କେଟ୍ରେ କମ୍ପାନୀଗୁଡ଼ିକ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ୁଥିବା ବେଳେ ଅର୍ବାନ୍ ମୋବିଲିଟି ଷ୍ଟାର୍ଟଅପ୍ ରାପିଡୋ ସମ୍ପ୍ରତି ବେଙ୍ଗାଲୁରୁରେ ଏହାର ଖାଦ୍ୟ ବିତରଣ ସେବା, ଓନଲି, ଆରମ୍ଭ କରିଛି। କମ୍ପାନୀ କହିଛି ଯେ ଏହା ଗ୍ରାହକ କିମ୍ବା ରେଷ୍ଟୁରାଣ୍ଟଠାରୁ ଡେଲିଭରି ଫି ବ୍ୟତୀତ କୌଣସି ଅତିରିକ୍ତ ଶୁଳ୍କ ନେବ ନାହିଁ। ତେଣୁ ଆଗକୁ ଏ ଦିଗରେ ଆହୁରି ପ୍ରତିଦ୍ୱନ୍ଦ୍ୱିତା ବଢ଼ିବ। ରାପିଡୋର ଏହି ପଦକ୍ଷେପ ସ୍ୱିଗି ଜୋମୋଟା ଭଳି ପ୍ରତିଦ୍ୱନ୍ଦ୍ୱୀଙ୍କ ଉପରେ ଚାପ ସୃଷ୍ଟି କରିପାରେ। ବିଶେଷକରି ଗ୍ରାହକମାନେ ଫୁଡ ଡେଲିଭରି ଅର୍ଡରରେ ଯୋଡା ଯାଇଥିବା ବିଭିନ୍ନ ଶୁଳ୍କକୁ ଦେଖି ହୁଏତ ରାପିଡୋ ମୁହାଁ ହୋଇପାରନ୍ତି।

ସେପଟେ ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ମୂଲ୍ୟ ବଢ଼ିବା ଶୁକ୍ରବାର(ମାର୍ଚ୍ଚ ୨୦) ଦେଶରେ ପ୍ରିମିୟମ ଅର୍ଥାତ ପାୱାର ପେଟ୍ରୋଲର ଦାମ୍ ବଢ଼ିଛି। ସୂଚନା ଅନୁସାରେ, ପ୍ରମିୟିମ ପେଟ୍ରୋଲର ଦାମରେ ଲିଟ ପ୍ରତି ୨ ଟଙ୍କା ୩୦ ପଇସା ବୃଦ୍ଧି ପାଇଛି। ପେଟ୍ରୋଲ ଡିଲର ଏନେଇ ସ୍ପଷ୍ଟ କରିଥିବା CNBC ଆୱାଜର ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟ ଅନୁସାରେ, ବର୍ତ୍ତମାନ ଏହି ଦାମ୍ କେବଳ ପାୱାର ପେଟ୍ରୋଲ ଦାମରେ ଲାଗୁ ହେବ, ତେବେ ରେଗୁଲାର ପେଟ୍ରୋଲ ଦାମ ବଢ଼ି ନାହିଁ।

ତେବେ ଆଗକୁ ଉଚ୍ଚ ଇନ୍ଧନ ମୂଲ୍ୟ ଡେଲିଭରି କାର୍ଯ୍ୟକୁ ପ୍ରଭାବିତ କରିପାରେ, ଯାହା ପ୍ଲାଟଫର୍ମ ସହିତ ଜଡିତ ରେଷ୍ଟୁରାଣ୍ଟ ଏବଂ ଡେଲିଭରି ପାର୍ଟନର ଉଭୟଙ୍କୁ ପ୍ରଭାବିତ କରିପାରେ। ଗ୍ରାହକଙ୍କୁ ପ୍ରତି ଅର୍ଡର ପାଇଁ ଅଧିକ ଟାଙ୍କା ଦେବାକୁ ପଡ଼ିପାରେ। ତେବେ ବର୍ତ୍ତମାନ ଗ୍ୟାସ୍ ସଂକଟ ଜାରି ରହିଥିବା ବେଳେ ଦେଶରେ ୫୦ ପ୍ରତିଶତରୁ ଅଧିକ ରେଷ୍ଟୁରାଣ୍ଟ ଓ ଉଠାଦୋକାନୀମାନେ ଖାଦ୍ୟ ଦାମ ବୃଦ୍ଧି କରିଛନ୍ତି ବୋଲି ଲୋକାଲ ସାରକଲ ସର୍ଭେରୁ ଜଣାପଡ଼ିଛି।