Gold and Silver Prices Today: ଗତ ୩ ଦିନ ହେଲା ସୁନା ଓ ରୁପା ଦରରେ ହ୍ରାସ ଦେଖିବାକୁ ମିଳିଛି। ଅକ୍ଟୋବର ୧୨, ୧୩ ଓ ୧୪ ତାରିଖ ବୁଧବାର ସୁନା ଦର କମିଛି। ଇଣ୍ଡିଆ ବୁଲିଅନ ଆଣ୍ଡ ଜ୍ୱେଲର୍ସ ଆସୋସିଏସନ (IBJA) ଅନୁସାରେ ବୁଧବାର ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦରରେ ୧,୨୭୨ ଟଙ୍କା ହ୍ରାସ ପାଇ ମୂଲ୍ୟ ୧ ଲକ୍ଷ ୪୬ ହଜାର ଟଙ୍କାକୁ ଖସି ଆସିଛି।

ସେହିପରି ଏକ କିଲୋଗ୍ରାମ ରୁପା ଦରରେ ୪,୬୪୬ ଟଙ୍କା ହ୍ରାସ ପାଇଛି। ଦର କମିବା ପରେ ରୁପାର ନୂଆ ମୂଲ୍ୟ ୨ ଲକ୍ଷ ୨୦ ହଜାର ଟଙ୍କାକୁ ହ୍ରାସ ପାଇଛି। ତେଣୁ ଗତ ୩ ଦିନରେ ସୁନା ୩ ହଜାର ଟଙ୍କା ଓ ରୁପା ୬ ହଜାର ଟଙ୍କା ଶସ୍ତା ହୋଇଛି।

ସେପ୍ଟେମ୍ବରରେ ସୁନା ୮ ଓ ରୁପା ୧୫ ହଜାର ଶସ୍ତା ହୋଇଛି

ଏହା ପୂର୍ବରୁ ଗତ ସେପ୍ଟେମ୍ବର ମାସରେ ସୁନା ୮ ହଜାର ଓ ରୁପା ୧୫ ହଜାର ଟଙ୍କା ଶସ୍ତା ହୋଇଥିଲା। କାରଣ ୩୧ ଅଗଷ୍ଟରେ ସୁନା ୧.୫୬ ଲକ୍ଷ ଟଙ୍କା ଥିବା ବେଳେ ବର୍ତ୍ତମାନ ଏହା ୧. ୪୮କୁ ହ୍ରାସ ପାଇଛି। ସେହିପରି ରୁପା ଅଗଷ୍ଟରେ ୨ ଲକ୍ଷ ୩୭ ହଜାର ଟଙ୍କା ଥିବା ବେଳେ ଏବେ ୨.୨୨ ଲକ୍ଷ ହୋଇଛି।

କାହିଁକି ଖସୁଛି ଦର ?

ବିଶେଷଜ୍ଞଙ୍କ କହିବା କଥା ହେଲା ବର୍ତ୍ତମାନ ସୁନା ଓ ରୁପା ଦରରେ ଏମିତି ଅପ୍‌-ଡାଉନ ଜାରି ରହିବ। କାରଣ ଆମେରିକା କେନ୍ଦ୍ରୀୟ ବ୍ୟାଙ୍କ ଫେଡରାଲ ରିଜର୍ଭ ୩ ବର୍ଷ ପରେ ପ୍ରଥମ ଥର ସୁଧ ହାର ବଢ଼ାଇଛି। ତେଣୁ ଏଥିରେ ସୁନା ଦର ହ୍ରାସ ପାଉଛି।

ଆହୁରି ବଢ଼ିପାରେ ସୁନା-ରୁପା ଦର

ଆଜି ଯଦିଓ ସୁନା ଓ ରୁପା ଦର ହ୍ରାସ ପାଇଛି, ହେଲେ ଆସନ୍ତା ଦିନମାନଙ୍କରେ ଏହି ଦୁଇ ଧାତୁର ଦାମ ଆହୁରି ବଢିପାରେ। କମୋଡିଟି ଏକ୍ସପର୍ଟ ଅଜୟ କେଡିଆ ମନି ଭାସ୍କରକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଭାରତ ଓ ଚୀନରେ ଫେଷ୍ଟିଭ୍ ସିଜନ ଆରମ୍ଭ ହୋଇଯାଇଛି। ତେଣୁ ଏଥିରେ ସୁନା ଓ ରୁପା ଦର ବଢ଼ିବାର ସମ୍ଭାବନା ରହିଛି।

Also Read- ବିଶ୍ୱ ଦୁର୍ବଳ, ଭାରତ ସବଳ: ୨୦୨୭ରେ ଦୌଡ଼ିବ ଭାରତର ଅର୍ଥନୀତି, ୭% ଜିଜିପି ଅଭିବୃଦ୍ଧି ଅନୁମାନ କଲା IMF


ଏହା ବାଦ ସାରା ବିଶ୍ୱ ବର୍ତ୍ତମାନ ସୁନା କିଣିବା ଉପରେ ଗୁରୁତ୍ୱ ଦେଉଛି। ଚୀନ ସମେତ ବିଶ୍ୱର ଅନ୍ୟ ଦେଶଗୁଡ଼ିକର କେନ୍ଦ୍ରୀୟ ବ୍ୟାଙ୍କମାନେ ଏବେ ପ୍ରବଳ ମାତ୍ରାରେ ସୁନା କିଣୁଛନ୍ତି। ଏହି ସବୁ କାରଣରୁ ଦୀପାବଳି ପର୍ଯ୍ୟନ୍ତ ସୁନା ୧.୫୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇପାରେ ବୋଲି ଅଜୟ କେଡିଆଙ୍କ କହିଛନ୍ତି। ସେହିପରି ରୁପା କେଜି ମଧ୍ୟ ୨ ଲକ୍ଷ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ ବୋଲି ସେ କହିଛନ୍ତି।

ଜାନୁଆରୀରେ ଶୀର୍ଷରେ ପହଞ୍ଚିଥିଲା ଦର

ଗତ ଦୁଇ ବର୍ଷ ହେବ ସୁନା ଓ ରୁପା ଦରରେ ଅପ-ଡାଉନ ଜାରି ରହିଛି। ୩୧ ଡ଼ିସମ୍ବର ୨୦୨୫ରେ ୨୪ କେରେଟ୍ ୧୦ ଗ୍ରାମ ସୁନା ଦର ୧.୩୩,୧୯୫ ଟଙ୍କା ରହିଥିଲା। ହେଲେ ୨୦୨୬ ଜାନୁଆରୀ ୩୧ ତାରିଖରେ ଏହା ୧,୬୫,୭୯୫ ହଜାର ହୋଇଗଲା। ସେହିପରି ରୁପା କେଜି ଗତବର୍ଷ ୩୧ ଡିସେମ୍ବରେ ଥିଲା ୨,୩୦,୪୨୦ ଟଙ୍କା ହେଲେ ୨୦୨୬ ଜାନୁଆରୀ ବେଳକୁ ଏହା ୩ ଲକ୍ଷ ୩୯ ହଜାର ୯୫୦ ହୋଇଯାଇଥିଲା। ଚଳିତ ବର୍ଷ ଏହା ଥିଲା ଦୁଇ ଧାତୁର ସର୍ବାଧିକ ବୃଦ୍ଧି। ସେବେଠାରୁ ଏହି ଦୁଇ ଧାତୁର ମୂଲ୍ୟ ନିୟମିତ ଉପରତଳ ହେଉଛି।