India Wholesale Inflation: ସେପ୍ଟେମ୍ବର ମାସରେ ଦର ବୃଦ୍ଧି ରେକର୍ଡ ଭାଙ୍ଗିଛି। ପାଇକାରୀ ମୁଦ୍ରାସ୍ଫୀତି ୧୧.୩୯% ବୃଦ୍ଧି ପାଇଛି। ଅକ୍ଟୋବର ୧୪ ତାରିଖରେ କେନ୍ଦ୍ର ସରକାର ଜାରି କରିଥିବା ରିପୋର୍ଟ ଆନୁସାରେ ସେପ୍ଟେମ୍ବର ମାସରେ ପାଇକାରୀ ମୁଦ୍ରାସ୍ଫୀତି ୫ ମାସରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଛି। ଅଗଷ୍ଟ ମାସରେ ଦେଶରେ ପାଇକାରୀ ମୁଦ୍ରାସ୍ଫୀତି ୯.୯୨% ଥିଲା। ମୁଦ୍ରାସ୍ଫୀତି ବଢ଼ିବାର ମୂଳ କାରଣ ହେଉଛି ଖାଦ୍ୟପେୟ ଜିନିଷର ଦରଦାମ ବଢ଼ିବା, ଇନ୍ଧନ, ପାୱାର ଓ ମେନୁଫେକ୍ଚର୍ଡ ପ୍ରଡକ୍ଟଟର ମହଙ୍ଗା ହେବା।

ସେହିପରି ଗତକାଲି ଖୁଚୁରା ମୁଦ୍ରାସ୍ଫୀତି ହାର ମଧ୍ୟ ପ୍ରକାଶ କରିଥିଲେ କେନ୍ଦ୍ର ସରକାର। ଖୁଚୁରା ମୁଦ୍ରାସ୍ପୀତି ହାର ବଢ଼ି ୫.୫୪% ହୋଇଯାଇଛି। ଅଗଷ୍ଟରେ ଏହା ୪.୮୨% ଥିଲା। ତେବେ ହୋଲ୍ସେଲ୍ ମୁଦ୍ରାସ୍ଫୀତି ୧୧.୩୯ ପ୍ରତିଶତ ହେବାର ମାନେ ଯେଉଁ ସାମଗ୍ରୀ ଗତ ବର୍ଷ ସମାନ ଅବଧିରେ ୧୦୦ ଟଙ୍କାରେ ମିଳୁଥିଲା ତାହା ଏବେ ଆଜି ପାଖାପାଖି ୧୧୧.୩୯ ଟଙ୍କା ହୋଇଯାଇଛି।

Also Read- Gold Silver Price Today: ୩ ଦିନରେ ଏତିକି ହଜାର ଟଙ୍କା ଶସ୍ତା ହେଲାଣି ସୁନା, ଆଜି ବି ଖସିଲା ଦର

ଏହି ରିପୋର୍ଟ ନୁଆ ବେସ୍ ଇଅର ଅନୁସାରେ ହୋଇଛି। ସରକାର ୧୫ ଜୁନ ୨୦୨୬କୁ ଡବ୍ଲୁପିଆଇର ନୂଆ ବେସ ଇଅର ୨୦୨୨-୨୩ ଲାଗୁ କରିଥିଲେ। ଫଳରେ ୨୦୧୧-୧୨ ପୁରୁଣା ବେସ୍ ଇଅର ସିରିଜ୍କୁ ବଦଳାଇ ଦିଆଯାଇଥିଲା।

ହୋଲ୍ସେଲ୍ ମୁଦ୍ରାସ୍ଫୀତିରେ ଖାଦ୍ୟପେୟ ସାମଗ୍ରୀର ମୁଦ୍ରାସ୍ଫୀତି ସେପ୍ଟେମ୍ବର ମାସରେ ୮.୬୬ ପ୍ରତିଶତ ହୋଇଛି। ଯାହା ଅଗଷ୍ଟରେ ୭.୦୫ ପ୍ରତିଶତ ଥିଲା। ସେହିପରି ଇନ୍ଧନ ଓ ବିଜୁଳି କ୍ଷେତ୍ରରେ ମୁଦ୍ରାସ୍ଫୀତି ୨୨.୯୩%ରୁ ବଢ଼ି ୨୫.୮୫%କୁ ଖସି ଆସିଛି। ସେହିପରି ପ୍ରାଇମେରି ଆର୍ଟିକଲ୍ସ ଅଗଷ୍ଟରେ ୭.୭୬ ପ୍ରତିଶତ ଥିବା ବେଳେ ସେପ୍ଟେମ୍ବରରେ ଏହା ୮.୬୭ ପ୍ରତିଶତ, କାରଖାନାରେ ନିର୍ମିତ ସାମଗ୍ରୀ ୮.୩୭ ପ୍ରତିଶତରୁ ୯.୭୬ ପ୍ରତିଶତ ହୋଇଛି।

ବେସ୍ ଇଅର କ’ଣ ?

ଯେତେବେଳେ ସରକାର ମହଙ୍ଗା ସ୍ଥିତିର ଆକଳନ କରନ୍ତି, ସେତେବେଳେ କୌଣସି ଗୋଟିଏ ପୁରୁଣା ବର୍ଷକୁ ମାନଦଣ୍ଡ ଭାବରେ ନିଅନ୍ତି। ଫଳରେ ସେହି ବର୍ଷ ସହିତ ବର୍ତ୍ତମାନର ମହଙ୍ଗା ସ୍ଥିତି ତୁଳନା କଲେ ମୁଦ୍ରାସ୍ଫୀତି କେତେ ବଢିଛି ଜଣାପଡ଼ିବ। ତେଣୁ ସରକାର ୨୦୨୨-୨୩କୁ ନୂଆ ମାନଦଣ୍ଡ ବା ବେସ୍ ଇଅର ଭାବରେ ନେଇଛନ୍ତି। ଏହାର ଅର୍ଥ ଆଜିର ସାମଗ୍ରୀ ମୂଲ୍ୟକୁ ୨୦୨୨-୨୩ ବର୍ଷର ଦାମ ସହ ତୁଳନା କରାଯାଉଛି।