ଢେଙ୍କାନାଳ ୧୪।୧୦ : କଲେଜ ସାଇନ ଏ ଡାଏ ଘୋଷଣା । ଢେଙ୍କାନାଳ ଓଦାପଡା ସ୍ଥିତ ଓପିଏସ କଲେଜକୁ ସାଇନ -ଏ -ଡାଏ ଘୋଷଣା କରାଯାଇଛି।କଲେଜରେ ଉତ୍ତେଜନା ବୃଦ୍ଧି ପାଇବା ଆଶଙ୍କାରେ ସାଇନ-ଏ ଡାଏ ଘୋଷଣା କରିଛନ୍ତି କର୍ତ୍ତୃପକ୍ଷ । ତେଣୁ ଆଗାମୀ ଦିନରେ ଆଉ ହୋଇପାରିବନି ଛାତ୍ର ସଂସଦ ନିର୍ବାଚନ ।

ଗୁରୁବାର ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ରାଜ୍ୟର ବିଭିନ୍ନ କଲେଜରେ "ହ୍ଵାଏ ଆଇ ଷ୍ଟାଣ୍ଡସ ଫର" ମିଟିଂରେ ପ୍ରାର୍ଥୀମାନେ ଭାଷଣ ବାଜି କରିଛନ୍ତି । ହେଲେ ଏପଟେ ଢେଙ୍କାନାଳ ଜିଲ୍ଲାର ଓଡାପଡା ସ୍ଥିତ ଓପିଏସ ମହାବିଦ୍ୟାଳୟକୁ ଉତ୍ତେଜନା ଆଶଙ୍କାରେ ସାଇନ-ଏ-ଡାଏ ଘୋଷଣା କରାଯାଇଛି। ଫଳରେ ଏହି କଲେଜର ଛାତ୍ର ସଂସଦ ନିର୍ବାଚନ ଆଉ ହୋଇପାରିବ ନାହିଁ ବୋଲି ଜଣାପଡିଛି । ଏହି କଲେଜର ଏବିଭିପି ସମର୍ଥିତ ସଭାପତି ପ୍ରାର୍ଥୀ ଗାଏବ ହୋଇଯିବା ଘଟଣାକୁ ନେଇ ଆଜି ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତେଜନା ବଢିବା ଆଶଙ୍କା କରି କଲେଜ କତ୍ତୃପକ୍ଷ ଅନିର୍ଦ୍ଧିଷ୍ଠ କାଳ ପାଇଁ କଲେଜକୁ ସାଇନ-ଏ-ଡାଏ ଘୋଷଣା କରିଥିବା ଜଣାପଡିଛି।

Also Read:-BCJD ପ୍ରାର୍ଥୀଙ୍କ ଭିଡିଓ ମେସେଜ୍‌କୁ ନେଇ ହଟଚମଟ, ‘ହ୍ୱାଏ ଆଇ ଷ୍ଟାଣ୍ଡ୍ ଫର୍’ ମିଟିଂରେ ଭିଡିଓ ଚଲାଇବାକୁ ମନା

କଲେଜର ଛାତ୍ର ସଂସଦ ନିର୍ବାଚନ ପାଇଁ ଏବିଭିପି ସମର୍ଥିତ ଟୁନା ରାଉତ ନାମକ ଯୁକ୍ତ ତିନି ଛାତ୍ର ନାମାଙ୍କନ ପତ୍ର ଦାଖଲ କରିଥିଲେ। ମାତ୍ର ଆଜି "ହ୍ଵାଇ ଆଇ ଷ୍ଟାଣ୍ଡସ ଫର" ମିଟିଂ ଥିବା ଆଜି ସେ କଲେଜ ଆସିନଥିଲେ। ଫଳରେ ଏବିଭିପି ସମର୍ଥିତ ଛାତ୍ରଛାତ୍ରୀମାନେ ତାଙ୍କ ସଭାପତି ପ୍ରାର୍ଥୀଙ୍କୁ ଖୋଜି ଆଣିବାକୁ କଲେଜ ସମ୍ମୁଖରେ ଧାରଣା ଦେଇଥିଲେ। ଯାହାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତେଜନା ବଢିବା ଆଶଙ୍କାରେ କଲେଜ କର୍ତ୍ତୃପକ୍ଷ କଲେଜକୁ ଅନିର୍ଦ୍ଧିଷ୍ଠ କାଳ ପାଇଁ ବନ୍ଦ ଘୋଷଣା କରିଥିବା ଜଣାପଡ଼ିଛି। ତେବେ ଏ ସଂକ୍ରାନ୍ତରେ କଲେଜ ନିର୍ବଚନରେ ରାଜନୈତିକ ହସ୍ତକ୍ଷେପ କାରଣ ଓ ନିଜ ପରିବାରର ଚାପ ଯୋଗୁଁ ସେ ଏହି ନିର୍ବାଚନରୁ ଓହରି ଯାଇଥବା ଏବିଭିପି ସମର୍ଥିତ ସଭାପତି ପ୍ରାର୍ଥୀ ଟୁନା ରାଉତ ଓ ତାଙ୍କ ପରିବାର ପ୍ରକାଶ କରିଛନ୍ତି।