ଯାଜପୁର ୧୪।୧୦ : କକରୋଚ୍‌ଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶାଣିତ ଆକ୍ରମଣ । କକରୋଚ ବା ନିନ୍ଦୁକ ଦେଶର ପ୍ରଗତିକୁ ପ୍ରତିହତ କରିବାକୁ ଚେଷ୍ଟା କରୁଛନ୍ତି । ଅପ୍ରସଙ୍ଗକୁ ଆଳ କରି ଦେଶରେ ଅରାଜକତା ସୃଷ୍ଟି କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Also Read:-ଯାଜପୁରରୁ ପୂର୍ବ ସରକାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ, କହିଲେ- ୨୪ ବର୍ଷରେ ଶିଳ୍ପ ଥିଲା ଖାଲି ଏକ ସ୍ଲୋଗାନ୍

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେମାନଙ୍କ ପାଖରେ ଦେଶର ବିକାଶର ଭିଜନ ନାହିଁ । ସେମାନଙ୍କ ରାଷ୍ଟ୍ର ବିରୋଧୀ କାମ କରିବା ଛଡା ଅନ୍ୟ କିଛି କାମ ନାହିଁ । ସେମାନଙ୍କ ଗୋଟେ କାମ ନୂଆ ନୂଆ ଆନ୍ଦୋଳନ କରିବା, ଧାରଣା ଦେବା ଓ ବିରୋଧର ନାଟକ ତିଆରି କରିବା । ସେମାନେ ଆନ୍ଦୋଳନରେ ବ୍ୟସ୍ତ ଆମେ ବିକାଶରେ ବ୍ୟସ୍ତ । ସେମାନେ ରାଜନୀତିରେ ବ୍ୟସ୍ତ ଆମେ ଦେଶର ପ୍ରଗତିକୁ ଗୁରୁତ୍ୱ ଦେଉଛୁ । ଯେତେବେଳେ ଆମେ ପ୍ରଗତି ପାଇଁ ବ୍ୟସ୍ତ, ସେମାନେ ରାଜନୀତି କରିବା ବାହାନାରେ ରାଷ୍ଟ୍ର ବିରୋଧୀ କାର୍ଯ୍ୟ କରିବାରେ ବ୍ୟସ୍ତ । ପ୍ରଧାନମନ୍ତ୍ରୀ ଦେଶକୁ ବିଶ୍ୱ ଗୁରୁ କରିବା ପାଇଁ କାମ କରୁଛନ୍ତି, ସେତେବେଳେ ସେମାନେ ରାଜନୀତି କରିବାରେ ଲାଗିଛନ୍ତି, ନିଜର ପତିଆରା ବଢେଇବା ପାଇଁ ଅହରହ ଉଦ୍ୟମ କରୁଛନ୍ତି ।

Watch Video:-