Gold Silver Rate Today: ଧନତେରସ ପୂର୍ବରୁ ସୁନା ଓ ରୁପା ଦର ବଢ଼ିବାରେ ଲାଗିଛି। ଗତକାଲି ଉଭୟ ଧାତୁର ଦାମରେ ଜବରଦସ୍ତ ବୃଦ୍ଧି ହୋଇଥିବା ବେଳେ ଆଜି(ନଭେମ୍ବର ୫ ଶୁକ୍ରବାର) ମଧ୍ୟ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି। ଇଣ୍ଡିଆ ବୁଲିଅନ ଆଣ୍ଡ ଜ୍ୱେଲର୍ସ ଆସୋସିଏସନ(IBJA) ଅନୁସାରେ, ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦରରେ ୨୩୨୮ ଟଙ୍କା ବୃଦ୍ଧି ହୋଇ ଦର ୧.୪୪ ଲକ୍ଷ ଟଙ୍କାରେ ପହଞ୍ଚିଛି। ଏହା ପୂର୍ବରୁ ଗତକାଲି ସୁନା ଦର ୧.୪୨ ଲକ୍ଷ ଟଙ୍କା ଥିଲା।

ସେହିପରି ଶୁକ୍ରବାର ରୁପା ଦରରେ ବି ବୃଦ୍ଧି ଦେଖିବାକୁ ମିଳିଛି। ରୁପା ୧୭୪୯ ଟଙ୍କା ବଢ଼ି କିଲୋଗ୍ରାମ ପ୍ରତି ମୂଲ୍ୟ ୧.୮୮ ଲକ୍ଷ ଟଙ୍କା ହୋଇଯାଇଛି। ଯାହା ବୁଧବାରକୁ ୧.୮୫ ଲକ୍ଷ ଟଙ୍କା ଥିଲା।

Also Read- ରିପବ୍ଲିକାନ୍ ପାର୍ଟି ହାରିବା ପରେ ଝୁମିଲା ସେୟାର ବଜାର : ରକେଟ୍ ବେଗରେ ଉଠିଲା ସେନସେକ୍ସ-ନିଫ୍ଟି

ଆସନ୍ତାକାଲି ଧନତେରସ ଥିବାରୁ ନଭେମ୍ବର ମାସରୁ ଲଗାତର ୪ ଦିନ ହେଲା ସୁନା-ରୁପା ଦର ବଢ଼ିବାରେ ଲାଗିଛି। ଫଳରେ ୪ଦିନରେ ସୁନା ୬,୪୨୬ ଓ ରୁପା ୭,୯୧୦ ଟଙ୍କା ବଢି ସାରିଲାଣି। ନଭେମ୍ବର ୨ ତାରିଖରେ ସୁନା ଦର ୧.୩୮ ଥିଲା। ସେହିପରି ରୁପା କେଜି ଥିଲା ୧.୮୦ । ହେଲେ ବର୍ତ୍ତମାନ ଏଥିରେ ବୃଦ୍ଧି ହୋଇଛି।

ସୁନା ଚଳିତ ବର୍ଷ ୧୧ ହଜାର ଓ ରୁପା ୪୩ ହଜାର ଟଙ୍କା ବୃଦ୍ଧି

ଚଳିତ ବର୍ଷ ସୁନା ଓ ରୁପା ଦରରେ ଲଗାତର ଅପଡାଉନ ଲାଗି ରହିଛି। ୨୦୨୬ରେ ଏପର୍ଯ୍ୟନ୍ତ ସୁନା ୧୦,୭୫୫ ଟଙ୍କା ମହଙ୍ଗା ହେଲାଣି। ୩୧ ଡିସେମ୍ବର ୨୦୨୫ରେ ୧୦ ଗ୍ରାମ ୨୪ କ୍ୟାରେଟ ସୁନା ୧.୩୩ ଲକ୍ଷ ଟଙ୍କା ଥିଲା। ଯାହା ଏବେ ୧.୪୪ ଲକ୍ଷ ଟଙ୍କା ହୋଇଛି।

Also Read- Amul Price Hike 2026: ଜିଏସଟି ହ୍ରାସର ଲାଭ ଆଶା ମଉଳିଲା: ଘିଅ ଓ ବଟର ଦାମ ବଢ଼ାଇଲା ଅମୁଲ

ତେବେ ରୁପା ଦର ଗତକିଛି ଦିନ ହେଲା ଲଗାତର ହ୍ରାସ ପାଉଥିଲା। ହେଲେ ଏଇ ୪ ଦିନ ହେବ ଦର ବଢ଼ୁଛି। ଫଳରେ ୨୦୨୬ରେ ରୁପା ଦରରେ ୪୨,୫୩୮ ଟଙ୍କା ହ୍ରାସ ପାଇଛି। ୩୧ ଡିସେମ୍ବର ୨୦୨୫ରେ ରୁପା କେଜି ୨.୩୦ ଲକ୍ଷ ଟଙ୍କା ଥିଲା। ଏବେ ଏହା ୧.୮୮ ଲକ୍ଷ ଟଙ୍କା ହୋଇଛି। ତେବେ ଚଳିତ ବର୍ଷ ଜାନୁଆରୀ ୨୯ ତାରିଖରେ ଉଭୟ ଧାତୁର ଦର ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ସୁନା ୧.୭୬ ଲକ୍ଷ ଟଙ୍କା ହୋଇଥିବା ବେଳେ ଓ ରୁପା ୩.୮୬ ଲକ୍ଷ ଟଙ୍କାର ଅଲ୍ଟାଇମ ହାଇରେ ପହଞ୍ଚିଥିଲା।

୨୨ କ୍ୟାରେଟ ସୁନା ଦର

ଗୁଡ୍ସ ରିଟର୍ଣ୍ଣ ୱେବ୍ସାଇଟର ସୂଚନା ଅନୁସାରେ ଶୁକ୍ରବାର ଭୁବନେଶ୍ୱରରେ ୨୨ କ୍ୟାରେଟ ୧୦ ଗ୍ରାମ ସୁନା ଦର ୧,୩୩,୮୫୦ ଟଙ୍କା ରହିଛି। ସେହିପରି ୧୮ କ୍ୟାରେଟ ୧୦ ଗ୍ରାମ ସୁନା ଦର ୧,୯,୫୨୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ୧,୪୬,୦୨୦ ରହିଛି।