ନୂଆଦିଲ୍ଲୀ, ୦୫/୧୧ : ମଧ୍ୟବର୍ତ୍ତୀ କାଳୀନ ବା ମିଡ୍ ଟର୍ମ୍ ନିର୍ବାଚନରେ ପରାସ୍ତ ହୋଇଛି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟି । ଏହାର ପ୍ରଭାବ ସେୟାର ବଜାର ଉପରେ ମଧ୍ୟ ପଡିଛି । ସେୟାର ବଜାରରେ ସପ୍ତାହର ଚତୁର୍ଥ କାରବାର ଦିନରେ ଦମଦାର ଆରମ୍ଭ କରିଛି ମାର୍କେଟ୍ । ଏପରିକି ତୈଳ ଦର ହ୍ରାସ ପାଇଛି । ଖୁବ୍ କମ୍ ସମୟରେ ତୈଳ ଦର କ୍ରାସ୍ କରିଯାଇଛି ।

ତୈଳ ଦର କମିବା ପରେ ସାରା ବିଶ୍ୱର ସେୟାର ବଜାର ଉପରେ ଏହାର ପ୍ରଭାବ ପଡିଛି । ସେନସେକ୍ସ ଏବଂ ନିଫ୍ଟି ରକେଟ୍ ବେଗରେ ଆଗକୁ ବଢିଛନ୍ତି । ବିଏସଇ ସେନସେକ୍ସର ୩୦ ସେୟାର ବିଶିଷ୍ଟ ସେନସେକ୍ସ ଖୋଲିବା ପରେ ୧୬୦୦ ଅଙ୍କ ବୃଦ୍ଧି ପାଇଛି । ସେହିପରି ଏନଏସଇ ନିଫ୍ଟି ମଧ୍ୟ ୪୦୦ ଅଙ୍କ ବୃଦ୍ଧି ପାଇଛି ।

Also Read :- ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ, ୨ ଶ୍ରମିକ ମୃତ

ବୁଧବାର ସେନସେକ୍ସ ୭୭୩୦୧ ଅଙ୍କରେ ବନ୍ଦ ହୋଇଥିଲା । ଗୁରୁବାର ଏହା ଖୋଲିବା ପରେ ୧୬୨୧ ପଏଣ୍ଟ ବୃଦ୍ଧି ପାଇ ୭୮୯୨୨ରେ ପହଁଚିଥିଲା । ନିଫ୍ଟି ବୁଧବାର ୨୩୯୬୦ରେ ବନ୍ଦ ହୋଇଥିଲା । ଗୁରୁବାର ଏଥିରେ ୪୩୨ ଅଙ୍କ ବୃଦ୍ଧି ପାଇ ୨୪୩୯୨ ସ୍ତରରେ ପହଁଚିଥିଲା ।

କୁହାଯାଉଛି ଯେ, ଟ୍ରମ୍ପଙ୍କ ପରାଜୟ ପରେ ସାରା ବିଶ୍ୱର ସେୟାର ବଜାରରେ ଉତ୍ସାହ ପରିଲକ୍ଷିତ ହୋଇଛି । ରିପବ୍ଲିକାନ୍ ପାର୍ଟିକୁ ବଡ଼ ଝଟକା ଲାଗିଛି । ଅନେକାଂଶ ଜାଗାରେ ଡେମୋକ୍ରାଟିକ୍ ପାର୍ଟିର ନେତା ବିଜୟୀ ହୋଇଛନ୍ତି । ସିନେଟରେ ୪୩୫ ଆସନରୁ ଡେମୋକ୍ରାଟିକ୍ ପାର୍ଟି ୨୨୮ ସିଟ୍ ଜିତିଛି । ରିପବ୍ଲିକାନ ପାର୍ଟି ମାତ୍ର ୧୩୯ ସିଟ୍ ଜିତିଛି । ସିନେଟରେ ବହୁମତ ପାଇଁ ୨୧୮ ସିଟ୍ ଦରକାର । ହେଲେ ଟ୍ରମ୍ପଙ୍କ ପାର୍ଟି ବହୁମତ ହରାଇଛି ।