ଭୁବନେଶ୍ୱର ୧୦।୧୦ : ଛାତ୍ରଛାତ୍ରୀ ଦେଶର ଭବିଷ୍ୟତ । ଗତ ସରକାର ୮ ବର୍ଷ ଧରି ନିର୍ବାଚନ ବନ୍ଦ ରଖିଥିଲେ । ୨୪ ବର୍ଷର ବିଜେଡି ଶାସନରେ ଆଠ ବର୍ଷ ବନ୍ଦ ଥିଲା ନିର୍ବାଚନ । ଏମିତି କିଛି କହି ବିଜେଡିକୁ ଟାର୍ଗେଟ କରିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଛାତ୍ରଛାତ୍ରୀ ହେଉଛନ୍ତି ଦେଶର ଭବିଷ୍ୟତ । ଆଗାମୀ ଦିନର ନେତୃତ୍ୱ ଗଢ଼ିବାର ମୂଳଦୁଆ ହେଉଛି କଲେଜ ଓ ବିଶ୍ୱବିଦ୍ୟାଳୟ । ଛାତ୍ର ଜୀବନରୁ ହିଁ ଭବିଷ୍ୟତର ରାଜନୈତିକ ନେତା ସୃଷ୍ଟି ହୋଇଥାନ୍ତି । ଗତ ୨୪ ବର୍ଷର ବିଜେଡି ଶାସନ ସମୟରେ ଦୀର୍ଘ ଆଠ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଥିଲା । କିନ୍ତୁ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଛାତ୍ର ସଂସଦ ନିର୍ବାଚନ କରାଇବା ପାଇଁ ପଦକ୍ଷେପ ନେଇଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି । ଆଜି ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳୁଛି।

Also Read:-CJP Protest: ସିଜେପି ଆନ୍ଦୋଳନକୁ ମିଳିଲା ସୁପ୍ରିମକୋର୍ଟ ଓକିଲଙ୍କ ସମର୍ଥନ, ଜନ୍ତର ମନ୍ତର ଅଭିମୁଖେ ବାହାରିଲା ରାଲି

ସେହିପରି ବିଭିନ୍ନ କଲେଜରେ ଏବିଭିପିର ପ୍ରାର୍ଥୀମାନେ ଭଲ ପ୍ରଦର୍ଶନ କରୁଛନ୍ତି । ଅନେକ ସ୍ଥାନରେ ଆମ ସଂଗଠନର ପ୍ରାର୍ଥୀମାନେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି । ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏବିଭିପି ପ୍ରତି ବଢ଼ୁଥିବା ସମର୍ଥନକୁ ପ୍ରତିଫଳିତ କରୁଛି । ମୋର ଦୃଢ଼ ବିଶ୍ୱାସ, ଯେତେ ଅଧିକ ଶିକ୍ଷିତ ଯୁବକଯୁବତୀ ରାଜନୀତିକୁ ଆସିବେ, ଦେଶ ଓ ରାଜ୍ୟର ପ୍ରଗତି ସେତେ ଅଧିକ ତ୍ୱରାନ୍ୱିତ ହେବ । ରାଜନୀତିରେ ଯୁବପିଢ଼ିଙ୍କ ସକ୍ରିୟ ଅଂଶଗ୍ରହଣ ଦ୍ୱାରା ସ୍ୱଚ୍ଛତା ବଢ଼ିବ ଏବଂ ଦୁର୍ନୀତି ହ୍ରାସ କରିବାରେ ସହାୟତା ମିଳିବ ।

Watch Video:-

​​​​​​​